ନୂଆରୂପ ନେଵ କୋରେଇ : ପ୍ରଣବ ଆଙ୍କିଲେ ବିକାଶର ନକ୍ସା

- Advertisement -

ଯାଜପୁର : ଯାହା ପ୍ରତିଶ୍ରୁତି ଦିଅନ୍ତି , ତାହାକୁ ଅକ୍ଷର ଅକ୍ଷରେ ପାଳନ କରନ୍ତି । ଅନ୍ୟ ନେତାଙ୍କ ପରି ନିର୍ବାଚନ ମଂଚରେ କେବଳ ଭୋଟ ହାତେଇବା ଲକ୍ଷରେ ପ୍ରତିଶ୍ରୃତି ଦିଅନ୍ତି ନାହିଁ, ବଂର ଯାହା ପ୍ରତିଶ୍ରୃତି ଦିଅନ୍ତି ତାହାକୁ କିପରି ବାସ୍ତବ ରୂପ ଦେଇ ହେବ ସେ ନେଇ ସବୁବେଳେ ପ୍ରଚେଷ୍ଟା ଜାରୀ ରଖନ୍ତି । ନବୀନଙ୍କ ପରି କଥା କମ୍ ଓ କାମରେ ଅଧିକ ବିଶ୍ୱାସ ରଖୁଥିବା ବିଜେଡ଼ି ସଂଗଠନ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଏ ହେଉଛି ମୂଳମନ୍ତ୍ର । ୨୦୧୯ ସାଧାରଣ ନିର୍ବାଚନ ସଭାରେ ପାଣିକୋଇଲି ଠାରୁ ଅନୁଷ୍ଠିତ ନିର୍ବାଚନୀ ସଭାରେ ପ୍ରଣବ ଘୋଷଣା କରିଥିଲେ ଯେ କରୋଇ ବିକାଶର ଦାୟିତ୍ୱ ସେ ନେବେ । ତାଙ୍କ ବାପାଙ୍କ ତଥା ଓଡ଼ିଶାର ସାଲିସ ବିହୀନ ସମ୍ରାଟ ସ୍ୱର୍ଗତ ଅଶୋକ ଦାସ କୋରାଇ ନିର୍ବାଚନୀ ମଣ୍ଡଳୀକୁ ନେଇ ଯେଉଁ ସ୍ୱପ୍ନ ଦେଖିଥିଲେ ଯାହା ଅଧୁରା ଅଛି ତାହାକୁ ଅଶୋକ ନନ୍ଦନ ପ୍ରଣବ ଏବେ ପୂରଣ କରିବାକୁ ଅଣ୍ଟା ଭିଡ଼ିଛନ୍ତି । ଯେଉଁଥି ପାଇଁ ସୁବବେଳେ କୋରେଇ ନିର୍ବାଚନୀ ମଣ୍ଡଳୀର କିପରି ବିକାଶ ହେବ ସେନେଇ ସେ କାମ କରୁଛନ୍ତି। ନିର୍ବାଚିତ ପ୍ରତିନିଧି, ଜିଲ୍ଲା ପ୍ରଶାସନ ଓ କୋରେଇବାସୀଙ୍କ ସହ ଆଲୋଚନା କରି ନିର୍ବାଚନ ମଣ୍ଡଳୀର ବିକାଶ ଓ ଉନ୍ନୟନ କାମ ତ୍ୱରାନୀତି କରନ୍ତି ସେ । କୋରାଇ ଅଚଂଳର ବିକାଶମୂଳକ କାମକୁ ଅଧିକ ତ୍ୱରାନୀତ କରିବା ପାଇଁ ପ୍ରଣବ ଆଜି ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଂଚଳରେ ବୁଲି ବିକାଶମୂଳକ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି।ଏହାସହ ବିିଭିନ୍ନ ସ୍ଥାନକୁ ଯାଇ ନୂଆ କୋରାଇ ଗଠନର ନକ୍ସା ଆଣିଛନ୍ତି । କୋରାଇ ନିର୍ବାଚନ ମଣ୍ଡଳୀ ବ୍ୟାସନଗର, ସନ୍ତରା ସଂସ୍କୃତି ଭବନ, ଟାଉନହଲ, ବ୍ୟାସ ସରୋବର, ଉମାପଦା ଷ୍ଟାଡ଼ିୟମ ଉନ୍ନତି ପାଇଁ କୋରାଇ ବିଧାୟକ , ଜିଲ୍ଲା ପ୍ରଶାସନଙ୍କୁ ସାଙ୍ଗରେ ଧରି କ୍ଷେତ୍ର ପରିଦର୍ଶନ କରିବା ସହ ବିକାଶର ଚିତ୍ର ଆଙ୍କିଛନ୍ତି । ଏହାସହ ନିର୍ଦ୍ଧାରିତ ସମୟ ମଧ୍ୟରେ କିପରି କାମ ଶେଷ ହେବ ତାହା ଉପରେ ଗୁରୁତ୍ୱ ଦେବାକୁ ଜିଲ୍ଲା ପ୍ରଶାସନକୁ ଗୁରୁ ଦାୟିତ୍ୱ ଦେଇଥିଲେ ପ୍ରଣବ । ନୂତନ ଯାଜପୁର ଗଠନର ବିନ୍ଧାଣି ସାଜିଥିବା ପ୍ରଣବଙ୍କ ଏପରି ଉଦ୍ୟମକୁ କୋରାଇବାସୀ ସ୍ୱାଗତ କରିବା ସହ ବେଶ ପ୍ରଶଂସା ମଧ୍ୟ କରିଛନ୍ତି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles