() ସମୟ ଅପରାହ୍ନ ୫ଟା । ହାଠତ ଚିକୁ ଘରକୁ ମୁନା ଆସି ପହଞ୍ଚିଲା । ଚିକୁ ବି ସେଦିନ ସହରରୁ ଆସି ଘରେ ଥାଏ । ମୁନା ଓ ଚିକୁ ଦୁଇଜଣ ଭଲ ସାଙ୍ଗ । କଲେଜ ବେଳରୁ ଉଭୟଙ୍କ ସମ୍ପର୍କ ନିବିଡ଼ । ସମୟ ଅନୁସାରେ ପେଶାରେ ଜଣେ ଶିକ୍ଷକ ଓ ସେ ଜ୍ୟୋତିଷ ବିଦ୍ୟା ବି ଜାଣିଥାଏ । ଚିକୁର ପରିବାର ମୁନା ଉପରେ ବହୁତ ବିଶ୍ବାସ । କାରଣ ମୁନା ଜାତକ ଓ ରାଶୀ ନେଇ ଯାହା ଆକଳନ କରିଥାଏ ତାହା ସତ୍ୟ ହୁଏ ବୋଲି ଚିକୁ ପରିବାରର ବିଶ୍ବାସ । ଯେଉଁଥି ପାଇଁ ମୁନା ଯେତେବେଳେ ଚିକୁ ଘରକୁ ଆସେ ଯାହା କଥା ହୁଏ ତ ହୁଏ । ଶେଷରେ ଜ୍ୟୋତିଷ ବିଦ୍ୟା ଟିକେ ଆଲୋଚନା କରିକି ଯାଏ । ଯେମିତି ସେତିକି ନହେଲେ ମୁନା କି ଚିକୁର ପରିବାରର ଖାଦ୍ୟ ହଜମ ହୁଏ ନାହିଁ । ଆରେ ଆଜି କାହିଁ ମୁନା ଓ ଚିକୁ କୁ ନେଇ ଏତେ ଆଲୋଚନା । ଏ ଆଲୋଚନା ଏଇତଥି ପାଇଁ ଯେ ମୁନାଁ ପରି ଜଣେ ଉଚ୍ଚଶିକ୍ଷତି ଓ ଜ୍ୟୋତିଷ ବିଦ୍ୟା ପାଠ ପଢିଥିବା ଯୁବକ କହୁଛି ମିଛ କହିବା ଭଲ । ବାସ ଏମିତିରେ ଆରମ୍ଭ ହୋଇଯାଇଛି ବିତର୍କ । ଆରେ ଆମେ ତ ପିଲାଦିନୁ ପଢିଛୁ ମିଛ କହିବା ମହାପାପ । ହେଲ ଜଣେ ଯୁବ ଶିକ୍ଷକ ଓ ଜ୍ୟୋତିଷବିତ କିପରି କହୁଛନ୍ତି ମିଛ କହିବା ଭଲ । କ’ଣ ଏହାର ରହସ୍ୟ । କଥାଟି ଏମିତି! ୪ବର୍ଷ ହେବ ମୁନା ବିବାହ କରିଛି । ପରିବାର , ସଂସାର ଭିତରକୁ ଧୀରେଧୀରେ ପଶିଛି । ମାତ୍ର ୪ ବର୍ଷରେ ସେ କହୁଛି ସ୍ତ୍ରୀକୁ ଯେତେ ମିଛ କହିବ ସେତେ ଭଲ । ଏକଥା ଶୁଣି ଚିକୁର ପରିବାର ହସିବା ଛଡ଼ା ଆଉ କଣ ବା କରିବେ । ହେଲେ ମୁନା ଯେ ଠିକ କହୁଛି ଏକଥାକୁ ଅଳ୍ପ ବହୁତେ ସମସ୍ତେ ଯେମିତି ବୁଝି ସାରିଛନ୍ତି । ଚିକୁ ବି ଏଥିରୁ କିପରି ବାଦ ପଡ଼ିବ । ଚିକୁ କହିଲା ମୁନା ତମେ ସତ କହୁଛ । ହେଲେ ଏହା କଣ ବାସ୍ତବତା ନା ତମ ଜୀବନରେ ସେମିତି କିଛି ଘଟିଛି , ଯେଉଁଥି ପାଇଁ ତମେ ଏହାକୁ ମିଛ କହିବା ପାଇଁ ସମସ୍ତକୁ କହୁଛ । ମୁନା ସଙ୍ଗେସଙ୍ଗେ ଉତ୍ତର ଦେଲା ମିଛ କହିଲେ ଖୁସିରେ ରହିବ ଓ ଭଲରେ ରହିବ । କାରଣ ସ୍ତ୍ରୀକୁ ଯେତେ ସତ କହିବ ସେତେ ମରିବ । ତେଣୁ ସତ କହି ଯଦି ତମେ ହଇରାଣ ହେଉଛି ତାହା ଅପେକ୍ଷା ମିଛ କହିବା ଭଲ ।
ହୁଏତ ଚିକୁ ଓ ମୁନା ପରିବାର ଭିତରେ ଏ ଆଲୋଚନା ସେଦିନ ହସ ଖୁସିରେ ଚାଲିଗଲା । ହେଲେ ଅନେକ ମାତ୍ରରେ ଏ ଆଲୋଚନା ବହୁତ କିଛି ବାତ୍ତା ଦେଉଛି ତାହା ଯିଏ ବୁଝିଛି ସେ ଜାଣିଛି । ଜୀବନରେ ଅନେକ ସମୟ ଏମିତି ଆସେ ଯେତେବେଳେ କେବଳ ମିଛ କହିବା ହିଁ ଠିକ୍ । ମିଛ କହିଲେ ହିଁ ନିଜର ମଙ୍ଗର ହେବା ସହ ଅନ୍ୟର ମଙ୍ଗଳ ମଧ୍ୟ ହୋଇଥାଏ । ଏମିତି କେତେ କଥା କହିଲା ମୁନା । ଚିକୁ ପଚାରିଲା କେମିତି ଏହା ଠିକ ଗୋଟିଏ ଉଦାହରଣ ଦେଇ କହିଲୁ । ଶିକ୍ଷକ ଓ ଜ୍ୟୋତିଷବିଦ୍ ମୁନା କହିଲା ଶୁଣ ଜଣେ ଗରିବ ଝିଅ ବୟସ କାରଣରୁ ବାହା ହୋଇପାରୁନାହିଁ । ଯେଉଁ ଜାଗାରେ ବାହାରଘର ଲାଗୁଥିଲା ସେଠୀ ବୟସ ଅଧିକ ଯୋଗୁଁ ବାହାରଘର ଭାଙ୍ଗିଯାଉଥିଲା । ତେଣୁ ଜଣେ ଜ୍ୟୋତିଷ ଭାବେ ତାର ନୂଆ ଜାତକ କରି ବୟସ କମାଇଦେଲି । ସୁନ୍ଦର ଝିଅଟି ବାହାହୋଇ ଏବେ ଖୁସିରେ ସଂସାରିକ ଜୀବନ କଟାଉଛି । ତେଣୁ ଏଠି ମିଛି କହିବା ଠିକ ନା ଭୂଲ କୁହ ? ପୁଣି ମୁନା କହିଲା ଦେଖେ ଚିକୁ ମୁଁ ଓ ତୋ ଭାଉଜ ସ୍କୁଲ କାମ ସାରି ଘରକୁ ଆସିଲୁ । ମୁଁ ଖାଇ ସାରି ମନେ ପଡ଼ିଲା ତୁ ଆସିଛୁ । କାଲି ସକାଳୁ ଭୁବନେଶ୍ବର ପଳେଇବୁ । ଏପଟେ ତୋ ଭାଉଜ କହିଛି ସଂନ୍ଧ୍ୟାରେ ବଜାରକୁ ଯିବା ପାଇଁ । ଏପରି ସମୟରେ ମୁଁ କଣ କରିବି । ବାଧ୍ୟ ହୋଇ ମୁଁ କହିଲି ହେଇଟି ଶୁଣୁଛ ଆମେ କାଲି ବଜାରକୁ ଯିବା , ତମେ ଯାହା କିଣାକିଣି କରିବ କରିବ। କାଲି ପା ସ୍କୁଲ ରୂପାନ୍ତରଣ ନେଇ ସମସ୍ତ ତଥ୍ୟ ଜିଲ୍ଲା ଶିକ୍ଷାଧିକାରୀକୁ ଦେବାକୁ ପଡ଼ିବ , ତେଣୁ ମତେ ଏବେ ଟାଉନ ଯାଇ ବଡ଼ବାବୁଙ୍କ ସହ କାଗଜପତ୍ର କାମ ସବୁ ସାରିବାକୁ ପଡ଼ିବ । ବାସ ଏତିକି କହି ମୁଁ ତମ ଘରକୁ ଆସିଛି । ତେଣୁ ମିଛ କହିଲି ବୋଲି ସିନା ୨ ବର୍ଷ ପରେ ତମ ସହ ଟିକେ ଦେଖା ହେଲା ଆମେ ମନଖୋଲି ଏବେ ଗପୁଛନ୍ତି । ତେଣୁ ତମେ କୁହ । ମିଛ କହିବା ଠିକ ନା ଭୂଲ ।
ଏ ତ ଥିଲା କେବଳ ଦୁଇ ସାଙ୍ଗ ମଧ୍ୟରେ କଥାବାର୍ତ୍ତା ର ଏକ ଅଂଶ । ହେଲେ ମିଛ ବି ଅନେକ ସମୟରେ ବହୁତ ସାହାଯ୍ୟ କରେ । ଆଜିର ମିଛର ଦୁନିଆରେ ସମେସ୍ତ ବଂଚିଛନ୍ତି । ହେଲେ ଏହି ମିଛ ଭିତରେ ବି ସତ ଲୁଚିରହିଛି । ତେଣୁ ମିଛ କହିବା ଠିକ କି ଭୂଲ ସେ ବିଚାର ତମମାନଙ୍କର । ଏତିକି କହିଲା ବେଳକୁ ମୁନାର ଫୋନ ରିଙ୍ଗ ହେଲା, କିଏ ଗୋଟେ ପଚାରିଲା ତମେ କେଉଁଠି..? ମୁନା କହିଲା ଏଇପା ମାଆଙ୍କ ପାଇଁ ଔଷଧ କିଣୁଥିଲି ।