() ଚକଚକ ସହର ଶୂନଶାନ ଗଳିରେ ରୋଜା ରାହୁଲକୁ ପଚାରିଚାଲିଲା ଅନେକ ପ୍ରଶ୍ନ । ରାହୁଲ ବି ଉତ୍ତର ଦେଇଚାଲିଲା । ଆଉ ତାହା ଭିତରେ ସୁନ୍ଦରୀ ରୋଜାକୁ ରାହୁଲ କହିଲା କାହିକିଁ ମତେ ଏତେ ଭଲପାଉଛ । ନା ମୁଁ ତୋ ଠାରୁ ସୁନ୍ଦର , ନା ମୁଁ ସମ୍ଭ୍ରାନ୍ତଘରର ପିଲା । ସବୁ ଜାଣି ବି ତୁ ଏତେ ଭଲପାଇବା ଦେଉଛୁ କାହିକିଁ । ରୋଜା କିଛି ସମୟ ନିରବ ରହିଲା । ଆଉ କହିଲା ମୁଁ ଜାଣିନି । …
ଏମିତିରେ ସଂନ୍ଧ୍ୟା ଗଡୁଥାଏ ଆଉ ସମୟ ବଢୁଥାଏ। ଦୁହେଁ ସେଠାରୁ ଫେରିଆସିଲେ ଘରକୁ । ଆଉ ସାରା ରାତି ଦୁହେଁ ଭାବନା ରାଜ୍ୟରେ ବୁଡି ରହିଲେ । ସକାଳ ପାହିଗଲା । ହୁଏତ ଏ ଏକ ପ୍ରକାର ପ୍ରେମ । ହେଲେ ଭଲଇପାଇବା ଅପେକ୍ଷା ଭଲ ପାଇବା ବାଣ୍ଟିବା ଯେ ପ୍ରକୃତ ଭଲ ପାଇବାର ପରିଭାଷା ସେଦିନ ରାତିରେ ଅନୁଭବ କରିଥିଲେ ରୋଜା ଓ ରାହୁଲ । ଆଉ ସେହିଦିନ ବଦଳିଗଲା ସେମାନଙ୍କ ଜୀବନ ଶୈଳୀ ।
ଏବେ ରୋଜା ଓ ରାହୁଲ ପରି ଅନେକ ଯୁବପିଢି ଭଲ ପାଇବା ଅପେକ୍ଷା ଭଲ ପାଇବା ବାଣ୍ଟିବାକୁ ପସନ୍ଦ କରୁଛନ୍ତି । ଆଧୁନିକତା ଭିତରେ ବି ପୁରାଣ କଥାକୁ ଭୂଲି ନାହାନ୍ତି । ଶ୍ରୀକୃର୍ଷ୍ଣ ଶହଶହ ଗୋପିଙ୍କୁ ଭଲ ପାଉଥିଲେ, ତାଙ୍କ ବଂଶୀସ୍ୱର କେବଳ ଗୋପି ନୁହେଁ, ଗାଇଗୋଠ, ପରିବେଶକୁ ବି ଆକର୍ଷିତ କରୁଥିଲା । କିନ୍ତୁ ସେ ବାଣ୍ଟି ଚାଲିଥିଲେ ଭଲପାଇବା । ହୁଏତ ଏପରି ଭଲ ପାଇବା ବାଣ୍ଟିବା ପାଇଁ ସେଦିନ ରୋଜା ରାହୁଲକୁ ଯେ ଜାଣିଜାଣି ପ୍ରଶ୍ନ କରିଥିଲା ତାହା ହୁଏତ ରୋଜାକୁ ଜଣା l ପୁରାଣ ଯୁଗରେ ସେ ଭଲପାଇବା ଏବେ ଆମ ସମାଜକୁ ଆବଶ୍ୟକତା ପଡ଼ିଲାଣୀ । ନିିଜେ ନୁହେଁ, ଅନ୍ୟମାନେ କିପରି ଭଲରେ ରହିବେ ସେ ଚିନ୍ତା କରିବାର ସମୟ ଆସିଛି । ନିଜେ ଭଲରେ ନୁହେଁ, ନିଜ ପଡ଼ୋଶୀ, ପରିବେଶ , ଜୀବଜନ୍ତୁ ଓ ସାମଜ କିପରି ଭଲରେ ରହିବ ସେଥିଲାଗି ଲାଗି ଆମକୁ ଚିନ୍ତା କରିବାକୁ ପଡ଼ିବ । ନିିଜେ ଭଲରେ ରହିବା ସହ ଅନ୍ୟମାନେ କିପରି ଖୁସିରେ ରହିବେ ସେ ଦିଗରେ କାର୍ଯ୍ୟ କରିବାର ଆବଶ୍ୟକ ରହିଛି । କାରଣ ଭଲପାଇବା ବାଣ୍ଟିଲେ ଆମେ ଭଲରେ ରହିବା । ଚାଲ ସବୁ ଭୂଲି ଯିବା ସେ ନିିଜେ ଖୁସିରେ ରହିବା ଆଉ ଅନ୍ୟକୁ ଖୁସିରେ ରଖିବା । ତାହାଲେ ଯାଇ ରୋଜା ଓ ରାହୁଲଙ୍କ ଯେମିତି ଭଲ ପାଇବା କଣ ବୋଲି ପଚାରିଥିଲା ହୁଏତ ଆଉ କେହି ସେ ପ୍ରଶ୍ନ କାହାକୁ ପଚାରିବେନିି ।