() କଥାରେ ଅଛି ” ଜନନୀ ଜନ୍ମ ଭୂମିଶ୍ଚ ସ୍ୱର୍ଗାଦପି ଗରୀୟସି ” । ଅର୍ଥାତ୍ ମା ଓ ଜନ୍ମ ଭୂମିର ସ୍ଥାନ ଦୁନିଆରେ ସବୁଠୁ ଉଚ୍ଚରେ । ଗୋଟିଏ ମା’ର ଋଣ କଦାପି ସୁଝି ହୋଇପାରେ ନାହିଁ । କାହିଁକି ନା ଯେତେବେଳେ ଗୋଟିଏ ଶିଶୁଟିଏ ମାର ଗର୍ଭରେ ଭୃଣ ଭାବରେ ସ୍ଥାନ ନେଇଥାଏ, ସେତେବେଳେ ହିଁ ମା ନିଜ ଶିଶୁ ପାଇଁ ଅନେକ ସ୍ବପ୍ନ ଦେଖିଥାଏ। ଯାହାକୁ ସେପୁରା କରିବା ପାଇଁ ନିଜର ଜୀବନ,ଯୌବନ ଲଗାଇ ଦେଇଥାଏ। କାହିଁକି ନା ତା ନିକଟ ରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଥାଏ ତାର ପିଲାଙ୍କ ର ଭବିଷ୍ୟତ। ଯେଉଁଥି ପାଇଁ ସେ ଶିଶୁ ଅବସ୍ଥାରେ ନିଜ ଛୁଆ କୁ କୋଳରେ ଧରି ଅନେକ ସ୍ବପ୍ନ ସଜାଇବାରେ ଲାଗିଥାଏ। ସେହି ପୁଣ୍ୟମୟୀ, ସ୍ନେହମୟୀ ଓ କର୍ମ ବୀରା ମା ପାଇଁ ଆଜି ଦିନଟି ସମର୍ପିତ ।
ଗୋଟିଏ ମା ଏକା ଧାରାରେ ନିଜ ପିଲା ମାନଙ୍କ ପାଇଁ ଶିକ୍ଷୟତ୍ରୀ, ସେବୀକା, ରୋଷେଇଆ, ଭଲ ସାଙ୍ଗ, ଦେହ ରକ୍ଷୀ ବା ବଡି ଗାର୍ଡ, ମ୍ୟାଜିକସିଆନ୍ ସବୁକିଛି । ଯେଉଁ ରୂପରେ ଦେଖିବ ମାକୁ !ସେ ସେହି ରୂପରେ ମହାନ୍। ମା ଯେଉଁ ରୂପରେ ହେଉନା କାହିଁକି ସେ ସର୍ବଦା ପୂଜ୍ୟା। ଯେପରିକି ଅସହ୍ୟ ଖରାକୁ ସହି ସେ ନିଜ ଛୁଆ ପାଟିରେ ମୁଠାଏ ଦାନା ଦେବା ପାଇଁ ଗୋଟିଏ ଶ୍ରମିକ ଭଳି କାମରେ ଲାଗିଯାଏ, ନିଜ ପେଟର ଦାନାକୁ ମାରି ନିଜ ଛୁଆଙ୍କ ପେଟ ଭରିଥାଏ । ରାତି ରାତି ଅନିଦ୍ରା ହୋଇ ରୋଗୀଣା ଛୁଆର ଶେଯ ପାଖରେ ଗୋଟିଏ ସେବିକା ଭଳି ବସି ରୁହେ । କିନ୍ତୁ ତା ପାଟିରୁ ଟିକେ ହେଲେ ଯନ୍ତ୍ରଣାର ଚିତ୍କାର କେହି ଶୁଣି ପାରନ୍ତି ନାହିଁ । ନିଜ ପିଲାଙ୍କ ପ୍ରତି ଯାହାବି ବିପଦ ଆସିଥାଏ ସାମ୍ନାରେ ଛାତି ଦେଖେଇ ଗୋଟିଏ ବୀର ଭଳି ଠିଆ ହୋଇଯାଏ । ସତରେ ମାର ମହତ୍ତ୍ଵ ଖୁବ୍ଉର୍ଦ୍ଧ୍ଵ ରେ ।