ମହାମାରୀରେ ବି ଆତ୍ମପ୍ରଚାର…….

- Advertisement -

ଭୁବନେଶ୍ୱର : ଦେଶରେ ଅନେକ ସମୟରେ ଗଣମାଧ୍ୟମର ନିରପେକ୍ଷତାକୁ ନେଇ ପ୍ରଶ୍ନ ଉଠିଛି। ଏ ପ୍ରଶ୍ନ ସ୍ବାଧୀନତା ପୂର୍ବରୁ ଥିଲା। ଆଉ ଏବେ ମଧ୍ୟ ଅଛି। ଅବଶ୍ୟ ସ୍ବାଧୀନତା ପୂର୍ବରୁ ବ୍ରିଟିଶ ସରକାର ଗୁଣ ଗାନ କରୁଥିଲା । ଆଉ ଏବେ ନିର୍ବାଚିତ ସରକାରର । ବାସ୍ ଫରକ ଏତିକି। ସାରା ଦେଶରେ ଗୋଟିଏ ପ୍ରଶ୍ନ ଗଣମାଧ୍ୟମ ତ ଆଉ ଗଣଙ୍କର ମାଧ୍ୟମ ହୋଇ ନାହିଁ । ତାହାଲେ ସେ କାହାର ମାଧ୍ୟମ ? ଏହାର ଉତ୍ତର ମଧ୍ୟ ସ୍ପଷ୍ଟ। ଗଣମାଧ୍ୟମ ଏବେ ସରକାରୀ ଦଳ କିମ୍ବା ବିରୋଧୀ ଦଳର ମୁଖପାତ୍ର ପାଲଟି ଯାଇଛି।
ଏଇ କିଛି ଦିନ ହେବ ରାଜ୍ୟରେ ଗଣମାଧ୍ୟମ ଓ Bmc  ସାମ୍ନା ସାମ୍ନି ହୋଇଛନ୍ତି। ସାରା ବିଶ୍ୱ ଏବେ କରୋନା ମହାମାରୀ ସହ ଲଢ଼ୁଥିବା ବେଳେ ରାଜ୍ୟରେ ଏଭଳି ପରିସ୍ଥିତି ବିଲକୁଲ ବି ଶୁଭଙ୍କର ନୁହେଁ। କାରଣ ଲୋକ ଏବେ ଅନେକ ଦୁଃଖ କଷ୍ଟ ଦେଇ ଗତି କରୁଛନ୍ତି। ତାଙ୍କର ସମସ୍ୟାକୁ ବୁଝିବା ଉଭୟ ଗଣମାଧ୍ୟମ ଓ ସରକାରଙ୍କ ପ୍ରାଥମିକତା ହେବା ଉଚିତ। ହେଲେ ଏବେ ରାଜ୍ୟରେ ପରିସ୍ଥିତି ଭିନ୍ନ। ତେବେ ଆସନ୍ତୁ ଜାଣିବା ଏମିତି ପରିସ୍ଥିତି ହେଲା କାହିଁକି । କିଏ ଏଥିପାଇଁ ଦାୟୀ। ଆଉ ଏ ଚୋର ପୋଲିସ ଖେଳ ଭିତରେ କିଏ ସତୀ ଆଉ କିଏ ଅସତି।
ଘଟଣାଟି ଗୋଟିଏ ଭାଇରାଲ ଅଡିଓରୁ ସୃଷ୍ଟି। ଦୁଇ ଜଣ ସାଙ୍ଗ କରୋନାକୁ କଥାବାର୍ତ୍ତା ହେଉଛନ୍ତି। କେମିତି କରୋନା ହସ୍ପିଟାଲରେ ସବୁ ଅବ୍ୟସ୍ଥା ହେଉଛି ତାକୁ ନେଇ ଉଭୟ କଥା ହେଉଛନ୍ତି। ପରବର୍ତ୍ତୀ ସମୟରେ ଏହା ଭାଇରାଲ ହୋଇଛି।   ଏହାକୁ ଏକ ଗଣମାଧ୍ୟମ ସଂସ୍ଥା ତାର ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ପୋଷ୍ଟ କରିଛି। ପରବର୍ତ୍ତୀ ସମୟରେ ଏହାକୁ ବାଦ କରିଦେଇଛି । ହେଲେ ବାଦ କରିବାର କାରଣ କଣ ସମ୍ପୃକ୍ତ ସଂସ୍ଥା ଦେଇ ପାରୁନି। ବସ୍ ଘଟଣା ଏତିକି। ମହାମାରୀ  ନିୟମ ଅନୁଯାୟୀ ଏମିତି ନକରାତ୍ମକ ଖବର ପରିବେଷଣ କରିବା ଅନୁଚିତ। ଯେଉଁଥି ପାଇଁ   ମାସ ମାସ ଧରି ଘରକୁ ନଯାଇ କରୋନା ସହ ଲଢ଼ୁଥିବା କରୋନା ଯୋଦ୍ଧାଙ୍କ ମନବଳ ଭାଙ୍ଗିଛି । ଏଥିରେ କୌଣସି ସନ୍ଦେହ ନାହିଁ। ହେଲେ ଯଦି ସରକାର ମହାମାରୀ  ସମୟରେ ଦୋଷ ତ୍ରୁଟି ଦେଖେଇବା ମଧ୍ୟ ଗଣମାଧ୍ୟମର ଧର୍ମ। ତାହାଲେ ଏଠି ଦୋଷୀ କିଏ ? ବର୍ତ୍ତମାନର ବଡ଼ ପ୍ରଶ୍ନ। ଏହାର ଉତ୍ତର ପାଇବା ପାଇଁ ଆମକୁ କିଛି ବର୍ଷ ପୂର୍ବକୁ ଯିବାକୁ ପଡ଼ିବ।
ସରକାରଙ୍କ ସହ ସାମ୍ନା ସାମ୍ନି ହୋଇଥିବା ସଂପୃକ୍ତ ଗଣମାଧ୍ୟମ ସଂସ୍ଥା ଦିନେ ସରକାରଙ୍କ ବଡ଼ ପୁଅ ଥିଲା। ସରକାରଙ୍କୁ ଗୁଣଗାନରେ ପୋତି ପକାଉଥିଲା। ହେଲେ ଆଜି ପଲଟି ଗଲା। ଏହା ତାଙ୍କ ବ୍ୟକ୍ତିଗତ ମାମଲା ସେଠାକୁ ଆମେ ଯିବା ନାହିଁ। ହେଲେ ଉକ୍ତ ସଂସ୍ଥା ଏବେ କହୁଥିବା ନିରପେକ୍ଷତା, ସାଢେ ଚାରି କୋଟି ଲୋକଙ୍କ ସ୍ୱର କଥାଟା ସହଜରେ ଗ୍ରହଣଯୋଗ୍ୟ ମନେ ହେଉନି। ଦିନେ ସେ ସରକାର ତୁମ ପାଇଁ ବାସୁଥିଲେ ଆଉ ଆଜି ସେ ତୁମକୁ ଗନ୍ଧେଇଲେ। ଯେତେବେଳେ ସେ ତୁମକୁ ଗନ୍ଧେଇଲେ ସେତେବେଳେ କଣ ସେ ଲୋକଙ୍କ ପାଇଁ ଖରାପ ହୋଇଗଲେ କି ? କେବଳ ଯେ କ୍ଷମତା ଅଛି ତୁମ ଚ୍ୟାନେଲକୁ ଲୋକ ଦେଖୁଛନ୍ତି ବୋଲି ଡେ଼କ୍ସ ବାଡେଇକି କହିଲେ କଣ ମିଛ ସତ ହୋଇଯିବ କି ? ବଡ଼ ବିଡ଼ମ୍ବନାର ବିଷୟ ସରକାର ବିରୋଧୀ ନେତା,  ମନ୍ତ୍ରୀ ,କିଛି ବୁଦ୍ଧିଜୀବୀଙ୍କ ମତାମତ ଆଣି ତାକୁ ଏବେ ସାରା ଦିନ ଲୋକଙ୍କୁ ଦେଖାଯାଉଛି। ସଂପୃକ୍ତ ନ୍ୟୁଜ  ଚ୍ୟାନେଲ  ନିଜର ଆତ୍ମ ପ୍ରଚାରରେ ଲାଗିଥିବା ଦେଖିବାକୁ ମିଳୁଛି। ମହାମାରୀ ସମୟରେ କରୋନାରୁ ମୁକ୍ତି ପାଇଁ ସଚେତନ କରାଇବା ପରିବର୍ତ୍ତେ ଲୋକଙ୍କ ସ୍ୱାର୍ଥ କୁ ଛାଡି ନିଜର ଭୁଲକୁ ଘୋଡାଇବା ପାଇଁ ଘଣ୍ଟା ଘଣ୍ଟା ପ୍ୟାନେଲ ଡିସ୍କସନ ଚାଲିଛି। ଯେଉଁଥିରେ କି ସାଧାରଣ ଲୋକଙ୍କ କିଛି ଉନ୍ନତି ହେବ ନାହିଁ। ଏହା ତୁମର  ଏବଂ ସରକାରଙ୍କ କଳି। ଯାହାକି ଏବେ କୋର୍ଟ ପର୍ଯ୍ୟନ୍ତ ଗଲାଣି। ଏହାଛଡା ନିଜେ ଓକିଲ ଓ ନିଜେ ଜର୍ଜ ହୋଇ ଟିଭିରେ ଆଲୋଚନା କରିବା ନିଜର ଆତ୍ମପ୍ରଚାର ଛଡା ଆଉ କିଛି ନୁହେଁ। ଗଣମାଧ୍ୟମର ଏପରି ଆଭିମୁଖ୍ୟ ଗଣତନ୍ତ୍ର ପ୍ରତି ବିପଦ l  ତେଣୁ ଏହି ଝାମେଲାରୁ ଯେହେତୁ ସାଧାରଣ ଲୋକଙ୍କ କିଛି ସମସ୍ୟା ଦୂର ହେବ ନାହିଁ ସେ ନେଇ ସଭିଏଁ ସଜାଗ ହେବା ଆବଶ୍ୟକ l  ଯଦି କେହିବି ଭାବୁଛି ତା ପ୍ରତି ଅନ୍ୟାୟ କରାଯାଇଛି. ତେଣୁ ଉଭୟ bmc ଓ ଗଣମାଧ୍ୟମ ସଂସ୍ଥା ଆଇନର ଆଶ୍ରୟ ନେବା ଆବଶ୍ୟକ l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles