ଭୁବନେଶ୍ୱର : ମୋ ବାପାଙ୍କର ସେ ଥିଲେ ଅତି ଘନିଷ୍ଠ l ସେ ମୋ ମାମୁଁ l ଆଜି ଏମିତି ଆମକୁ ପରକରି ଚାଲିଯିବେ କେବେ ଭାବି ନଥିଲୁ l ଅଣକଂଗ୍ରେସ ରାଜନୀତିରୁ ଛାତ୍ର ଜୀବନ ଆରମ୍ଭ କରି ୭ ଥର ବିଧାୟକ ହେବା ଓ ରାଜ୍ୟ ସରକାର ବହୁ ଗୁରୁତ୍ୱ ପୂର୍ଣ୍ଣ ବିଭାଗର ଦାୟିତ୍ୱ ସଠିକ ଭାବେ ତୁଲାଇ ଥିଲେ l ସେ ସବୁବେଳେ ନିଜକୁ ଚଷା ପୁଅ ବୋଲି କହୁଥିଲେ l ଆଉ ପୁରା ଓଡିଶା ଜାଣେ ସେ ଜଣେ ଚଷା l ତାଙ୍କର ଅକାଳ ବିୟୋଗରେ ଓଡିଶା ରାଜନୀତିରେ ଏକ ଶୁନ୍ୟସ୍ଥାନ ପଡ଼ିରହିଲା l ଏପରି କହି ପ୍ରଣବ ଆଉ କିଛି କହିପାରିନଥିଲେ l
ଏହାପରେ ସୂଚନା ଦେଲେ ଯେ ପରପାରିରେ ବିଜେଡି ର ତାଙ୍କର ପାର୍ଥିବ ଶରୀର ବାସଭବନ ସିଧା ।ପରେ ବିଧାନସଭାକୁ ନିଆଯିବ l ପରେ ତାଙ୍କୁ ଦଳୀୟ କାର୍ଯ୍ୟାଳୟ ରେ ତାଙ୍କୁ ଦଳର ନେତା କର୍ମୀ ଶେଷ ସମ୍ମାନ ଜଣାଇଛନ୍ତି ।ଏହାପରେ ତାଙ୍କୁ ତାଙ୍କର ଫାର୍ମ ହାଉସ କୁ ନିଆଯିବ ।ଏବଂ ଅପରାହ୍ନ ରେ ପୁରୀ ସ୍ଵର୍ଗ ଦ୍ଵାର ରେ ଶେଷକୃତ୍ୟ ସମ୍ପନ କରାଯିବ ବୋଲି ପ୍ରଣବ ସୂଚନା ଦେଇଛନ୍ତି l ଏହି ଅବସରରେ ବହୁ ନେତା ମନ୍ତ୍ରୀ ବିଶିଷ୍ଟ ବ୍ୟକ୍ତି ବିଶେଷ ଶୋକବ୍ୟକ୍ତ କରିଛନ୍ତି ।