() ରାଜଧାନୀର ଜଣେ ପାନ ଦୋକାନୀ ମଉସାଙ୍କ କଥା ଶୁଣି ୧୫ ମିନିଟ ଯାଏ ଚୁପ ରହିଯାଇଥିଲେ ବୁବୁଲ ଓ ମୁନୁ । ଉଭୟ ବିଶ୍ବାସ କରିପାରୁନଥିଲେ ଯେ ମଉସାଙ୍କ କଥାରେ ସତ୍ୟତା ଅଛି ନା ବୟସ କାରଣରୁ ଏମିତି ଗପିଦେଲେ । ପାନ ଖାଇବାର ମଜା ନେବା ସହ ଅଛିନ୍ନା ମଉସାଙ୍କ କେଇପଦ କଥା ଉଭୟଙ୍କୁ ବେଶ ଚିନ୍ତାଶୀଳ କରିଦେଇଥିଲା । ସତରେ କଣ ଏ ରାତି ମାୟାବିନି ।
ପୁରାଣର ରାମ ରାଜ୍ୟ ସମୟରେ ରାତିରେ ଝିଅଟିଏ ନିସନ୍ଦେହରେ ଯାତାୟତ କରୁଥିଲା । ମନରେ କିଛି ଭୟ ନଥିଲା । ଝିଅ ରାତିରେ ଯଦି କେଉଁଠିକୁ ଯାଉଥୀଲା ତେବେ ପରିବାରରେ କେହି କିଛି ଚିନ୍ତା କରୁନଥିଲେ । ବେଶୀ ବର୍ଷ କଥା ନୁହେଁ, ୪୦ ବର୍ଷେ ତଳେ ବି ଯଦି ଗାଁରେ କିଛି ପର୍ବପର୍ବାଣୀ ଓ ଯାନିଯାତ୍ରା ହେଉଥିଲା ବଢିଲା ଝିଅ ଗାଁରେ ନିଜ ଦାଦା,ଭାଇ, ଓ ପଡ଼ୋଶୀଙ୍କ ସହ ରାତିରେ ରାମଲୀଳା ଯାତ୍ରା ଓ ମେଳାବୁଲିବାକୁ ଯାଉଥିଲେ । ଘର ଲୋକ ବି କିଛି ନଭାବି ,କିଛି ଚିନ୍ତା ନକରି ଝିଅକୁ ଅନୁମତି ଦେଉଥୀଲେ । ହେଲେ ଏବେ ସମୟରେ ରାତି ତ ରାତି ଦିନରେ ବି ବଢିଲା ଝିଅ ନୁହେଁ, ପାଂଚ ବର୍ଷର ଝିଅକୁ ବି କାହା ସହ ଛାଡ଼ିବାକୁ ଡ଼ରୁଛନ୍ତି ପରିବାର ଲୋକେ । ଏସବୁ କଥାରେ ରାତିର ସମ୍ପର୍କ କଣ । ରାତି କଣ ଏତେ ଭୟଙ୍କର । ନା ପରିବରତ୍ତନ ଶୀଳ ସମାଜରେ ରାତି ବି ତାହାର ରୂପ ବଦଳାଇଛି । ରାତି ହେଲେ ମନ ରଙ୍ଗୀନ ହୁଏ । ରାତିକୁ ଯିଏ ଯେମିତି ଦେଖିବ ରାତି ତାକୁ ସେମିତି ଲାଗିବ । ମଉସା ତ ବୁବୁଲ ଓ ମୁନୁକୁ କହୁଥିଲେ ୬ବର୍ଷ ଧରି ରାତିରେ ତୋ ମାଉସୀଙ୍କୁ ମୁଁ ଦେଖେ । ବିବାହାର ୬ବର୍ଷ ଯାଏ ଦିନରେ ଯେମିତି ମାଉସୀଙ୍କୁ ଦେଖିବାକୁ ସାହସ ଜୁଟାଇପାରୁନଥୀଲେ ମଉସା । ତେବେ ରାତିରେ କାହିକିଁ ମଉସା ମାଉସୀଙ୍କ ସହ ଭେଟଘାଟ କରୁଥିଲେ । ରାତି ଟା ଶୂନଶାନ ଓ ବିପଦ ମୁକ୍ତ ନା ରାତି ଯେ ଗୋଟିଏ ମାୟା ତାହା ଜାଣି ମଉସା ରାତି ହେଲେ ନିଜର ନିଜେ ଏହି ମାୟାଜାଲରେ ଛନ୍ଧି ହେବାକୁ ଚାହୁଁଥିଲେ । ଏ ପ୍ରଶ୍ନର ଉତ୍ତର ମଉସା ଭିନ୍ନ ଢଙ୍ଗରେ ରଖିଲେ । ସଂଜ ନଇଲେ ଯେମିତି ସଭିଁଏ ଅନ୍ଧାର ରାତିକୁ ଖୋଜନ୍ତି , ତାହା ପୁଣି ନିଜ ନିଜ ସ୍ବାର୍ଥ ପାଇଁ । ନିଶା, ରଙ୍ଗୀନ, ମଜଗୁଲ , ଅପରାଧ, ପ୍ରେମ , ମସ୍ତି ସାଙ୍ଗକୁ ରାତିକୁ ନେଇ କିଏ କେତେ ସ୍ବପ୍ନ ଓ କେତେ ଗପ । ଏମିତି କଥା ହେଉହେଉ ସଂନ୍ଧ୍ୟା ହୋଇଗଲା, ବବୁଲ , ମୁନୁ ମଉସାଙ୍କୁ କହିଲେ ମଉସା ରାତି ଯେ ମାୟାବିନି ତାହା ଆମେ ଜାଣିସାରିଲୁଣି । ଥାଉ ଆପଣ ଆଉ କୁହନ୍ତୁନି ନହେଲ ରାତି ପାହିଯିବ ସିନା ଏ ମାୟାବିନି ରାତିର କାହାଣୀ ସରିବ ନାହିଁ …