ଭୁବନେଶ୍ୱର : ବିଭିନ୍ନ ସମୟରେ ନିଜର ସକାରାତ୍ମକ ଭୂମିକାକୁ ନେଇ ଚର୍ଚ୍ଚାକୁ ଆସିଥାନ୍ତି ମନ୍ତ୍ରୀ ଅରୁଣ ସାହୁ । କେବେ ନୂଆବର୍ଷରେ ସମାଜ ସୁଧାରିବା ଦିଗରେ କବିତା ଲେଖି ତ କେବେ ସ୍ୱାସ୍ଥ୍ୟ ସମ୍ପର୍କୀୟ ଟିପ୍ପ , ସ୍ଵଛତା ଓ ସବୁଜ ବଳୟ ସୃଷ୍ଟି କରିବା ପାଇଁ ଉଦ୍ୟମ କରନ୍ତି । ଏଥର କିନ୍ତୁ ସେ ଅହିଂସା ଓ ଶାନ୍ତିର ପ୍ରସାର ଓ ପ୍ରଚାରକୁ ଗୁରୁତ୍ୱ ଦେଇଛନ୍ତି । ଗାନ୍ଧୀଙ୍କ ନୀତି ଆଦର୍ଶକୁ ଘରେ ଘରେ ପହଞ୍ଚେଇବା ପାଇଁ ଏବେର ପିଢ଼ି ଗାନ୍ଧିବାଦ ଠାରୁ ଦୂରେଇ ଯାଉଥିବା ବେଳେ ମନ୍ତ୍ରୀ ଅରୁଣ ସାହୁ କିନ୍ତୁ ଯୁବ ପିଢିଙ୍କୁ ଏ ଦିଗକୁ ଫେରେଇ ଆଣିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି । ହିଂସା ନୁହେଁ ଅହିଂସା ମାଧ୍ୟମରେ ସବୁ କିଛି ହାସଲ କରିହେବ ଗାନ୍ଧୀଙ୍କ ଏହି ମହାନ ବାର୍ତାକୁ ଯୁବ ପିଢୀଙ୍କ ଆତ୍ମବିଶ୍ବାସ ସୃଷ୍ଟି କରିବା ପାଇଁ ପ୍ରତିମାସ ପ୍ରଥମ ରବିବାର ସୋସିଆଲ ମିଡ଼ିଆ ମାଧ୍ୟମରେ ଯୁବ ଆଇକନ ତଥା ଉଚ୍ଚ ଶିକ୍ଷା ଓ କୃଷି ମନ୍ତ୍ରୀ ଗାନ୍ଧି ଡିଭିଜନ କାର୍ଯ୍ୟକ୍ରମ ଆରମ୍ଭ କରିବେ । ଗାନ୍ଧିଙ୍କ ଜୀବନ ଓ ଆଜିର ଦିନରେ ତାର ପ୍ରାସଙ୍ଗିକତା ସମ୍ପର୍କରେ ଯୁବ ପିଢିଙ୍କୁ ବାର୍ତା ଦେବେ ସେ । ବିଶେଷ କରି ଆଜିର ଯୁବ ପିଢ଼ି ଯେପରି ଭାବରେ ପଥ ଭ୍ରଷ୍ଟ ହେଉଛନ୍ତି ତାଙ୍କୁ ବାଟକୁ ଆଣିବା ପାଇଁ ମନ୍ତ୍ରୀ ଅରୁଣ ସାହୁ ଏପରି ପ୍ରୟାସ ଏବେ ଚାରିଆଡେ ଚର୍ଚ୍ଚାର ବିଷୟ । ଗାନ୍ଧିଜୀଙ୍କ ୧୫୦ ତମ ଜୟନ୍ତୀ ପାଳନ କରିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଯେତେବେଳେ ବିଭିନ୍ନ କାର୍ଯ୍ୟକ୍ରମ ନିଜ ହାତକୁ ନେଇଛନ୍ତି ସେତେବେଳେ ଅରୁଣଙ୍କ ଏହି ଗାନ୍ଧୀ ଡିଭିଜନ ୧୫୦ ତମ ଜନ୍ମ ଜୟନ୍ତୀକୁ ବାସ୍ତବ ରୂପେ ପ୍ରତିଫଳିତ କରିବ । ଯୁବ ନେତା ଭାବରେ ଯୁବକମାନଙ୍କୁ ଉଚିତ୍ ମାର୍ଗରେ ନେବା ପାଇଁ ମନ୍ତ୍ରୀଂକ ଏପରି କାର୍ଯ୍ୟକ୍ରମ ନିଶ୍ଚିତ ଭାବରେ ଲୋକଙ୍କୁ ପ୍ରଭାବିତ କରିବ ବୋଲି ଆଶା କରାଯାଉଛି । ରାଜଧାନୀରୁ ଉପାନ୍ତ ଅଞ୍ଚଳର ଗାଁ ଯାଏଁ ଏହି ଗାନ୍ଧି ଡିଭିଜନ ପହଞ୍ଚେଇବା ପାଇଁ ମନ୍ତ୍ରୀ ଅରୁଣ ସାହୁ ଚେଷ୍ଟା କରିଛନ୍ତି ।