ନବୀନ ନିବାସରେ ଟିଉସନ ହେଲେ ମନ୍ତ୍ରୀ : ଜୋର ଧରିଲା ଅଦଳବଦଳ ଚର୍ଚ୍ଚା !

- Advertisement -

ଭୁବନେଶ୍ୱର :  ଶୁକ୍ରବାର ନବୀସ ନିବାସରେ ହଠାତ ମନ୍ତ୍ରୀଙ୍କୁ ଡା଼କରା ଆସିଲା । ଏହାପରେ ଜଣକ ପରେ ଜଣେ ମନ୍ତ୍ରୀ ନବୀନ ନିବାସରେ ପହଞ୍ଚିଗଲେ । କିଛି ବିଧାୟକ ବି ପହଞ୍ଚିଗଲେ । ଏହାପରେ ଆରମ୍ଭ ହୋଇଗଲା ସମୀକ୍ଷା । ନିଜ ନିଜ ନିର୍ବାଚନୀ ମଣ୍ଡଳୀରେ ବିକାଶମୂଳକ କାମ ଅଗ୍ରଗତି ଉପରେ ଆଲୋଚନା ହେଲା । କାମ କେଉଁଠି ଅଟକିଛି ଓ କାହିକିଁ ଅଟକିଛି ତାହା ଉପରେ ବିସ୍ତୃତ ଆଲୋଚନା ହେଲା । ଆଗମୀ ଦିନରେ କଣ କଣ ବିକାଶମୂଳକ କାମ ହେବ ତାହାର କାର୍ଯ୍ୟପନ୍ଥା ଉପରେ ମଧ୍ୟ ଆଲୋଚନା ହେଲା । ତେବେ ନବୀନ ନିବାସରେ ଏହି ଆଲୋଚନା ହେବା କିଛି ନୂଆ କଥା ନୁହେଁ । ହେଲେ ହଠାତ ମନ୍ତ୍ରୀମାନେ ନବୀନ ନିବାସରେ ପହଞ୍ଚିବା ନେଇ ଏବେ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି । ମନ୍ତ୍ରୀମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିକାଶମୂଳକ କାର୍ଯ୍ୟକ୍ରମ ଅଗ୍ରଗତି ଉପରେ ଆଲୋଚନା ଆଳରେ କିଛି ତାଗିତ କରିଥିବା କଥା ଚର୍ଚ୍ଚା ହେଉଛି । ବିଶେଷକରି କରୋନା ଯୋଗୁଁ ୮ ମାସ ହେବ ବିକାଶମୂଳକ କାର୍ଯ୍ୟକ୍ରମରେ ବ୍ରେକ ଲାଗିଥିବାରୁ ଯୁଦ୍ଧାକଳୀନ ଭିତ୍ତିରେ କାମ କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ମନ୍ତ୍ରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି । କେବଳ ସେତିକି ନୁହେଁ, କେଉଁ କାରଣ ଯୋଗୁଁ ଅଧାପାନ୍ତର ଭାବେ ପଡ଼ିରହିଥିବା କାମ ଶେଷ ହୋଇପାରୁନାହିଁ ତାହା ମଧ୍ୟ ପଚାରିବୁଝିଥିଲେ ନବୀନ ।
ଅନ୍ୟପଟେ ନୂଆବର୍ଷରେ ନବୀନ ମନ୍ତ୍ରୀମଣ୍ଡଳର ଅଦଳବଦଳ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଖାସ ସେଥିଲାଗି      ଏପରି ଏକ୍ସସାଇଜ ଆରମ୍ଭ ହୋଇଛି । ଦେଢବର୍ଷ ଧରି ମନ୍ତ୍ରୀମାନେ ନିଜ ବିଭାଗର କାମକୁ କେତେ ତ୍ୱରାନୀତି କରିଛନ୍ତି ଓ ଆଗମୀ ଦିନରେ କଣ କରିବାକୁ ଚାହୁଛନ୍ତି ସେ ସବୁର ସମୀକ୍ଷା କରୁଛନ୍ତି ମୁଖ୍ୟମନ୍ତ୍ରୀ । ଶପଥ ନେବା ପରେ ପ୍ରତି ଦୁଇମାସରେ ମନ୍ତ୍ରୀମାନେ ନିଜ ବିଭାଗ ସର୍ମ୍ପକରେ ରିର୍ପୋଟ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ସବୁ ରିର୍ପୋଟକୁ ଅଧାର କରି ନବୀନ ମନ୍ତ୍ରୀମଣ୍ଡଳ ଅଦଳବଦଳ ମାପକାଠି କରିବେ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ଦେଇଛନ୍ତି । ବିଶେଷକରି ଜାନୁୂୟାରୀ ମନ୍ତ୍ରୀମଣ୍ଡଳରେ ନୂଆଟିମ ହେବ । ଯେଉଁଥିରେ ୬ରୁ ଅଧିକ ମନ୍ତ୍ରୀ ବାଦ ପଡ଼ିବା ସହ କିଛି ଅଭିଜ୍ଞ ଯୁବ ବିଧାୟକ ଓ ପୂର୍ବତନ ମନ୍ତ୍ରୀଙ୍କୁ ପୁଣିଥରେ ମନ୍ତ୍ରୀ ମଣ୍ଡଳରେ ସାମିଲ କରାଯିବ । ନବୀନ ୨୦ବର୍ଷର ଇତିହାସ କହୁଛି ଯେ ନବୀନ ଶପଥ ନେବାର ୨ବର୍ଷ ପରେ ମନ୍ତ୍ରୀମଣ୍ଡଳର ଅଦଳବଦଳ କରନ୍ତି । ତେଣୁ ସେହି ଆଧାରରେ ପଂଚମ ପାଳିର ଏହା ପ୍ରଥମ ଅଦଳବଦଳ ହୋଇପାରେ । ସବୁଠାରୁ ବଡ଼ କଥା ହେଉଛି ମନ୍ତ୍ରୀମଣ୍ଡଳ ଅଦଳରବଦଳ ସମୟରେ ଯାହା ଚର୍ଚ୍ଚା ହୁଏ ତାହାକୁ ବହୁ ସମୟରେ ନବୀନ ଭୂଲ ପ୍ରମାଣିତ କରିଛନ୍ତି । ସବୁବେଳେ ସରପ୍ରାଇଜ ଦେବା ପରି ଏଥର ବି ନବୀନ ମନ୍ତ୍ରୀମଣ୍ଡଳ ଅଦଳବଦଳ କରି ସେପରି କିଛି ସରପ୍ରାଇଜ ଦେଇପାରନ୍ତିି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles