ଭୁବନେଶ୍ୱର : କଥା ଦେଇ କଥା ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟ ସରକାରଙ୍କ ମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା ପ୍ରକାଶ ପାଇଛି । ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ପତ୍ତି ବର୍ଷକ ମଧ୍ୟରେ ୪୨ ଲକ୍ଷ ଟଙ୍କା ବଢ଼ିଛି । ତାଙ୍କର ମୋଟ ସମ୍ପତ୍ତି ୧୦ କୋଟି ୩୫ ଲକ୍ଷ । ସେହିପରି ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ପାଖରେ ରହିଛି ଅଢ଼େଇ କୋଟି ଟଙ୍କା । ଏହାସହ ମନ୍ତ୍ରୀ ସୁଶାନ୍ତ ସିଂଙ୍କର ଜମିବାଡ଼ି ସହ ରହିଛି ୨ଟି ଗାଡ଼ି । ତାଙ୍କର ଗୋଟିଏ ବୁଲେଟ୍ ଓ ଗୋଟିଏ ଇଟିଅସ କାର୍ ଅଛି । ତାଙ୍କ ପାଖରେ ୨୩୦ ଗ୍ରାମର ସୁନା ରହିଛି । ସେହିପରି
ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ମୋଟ ସମ୍ପତ୍ତି ତାଲିକା ଦାଖଲ କରିଛନ୍ତି । ତାଙ୍କ ପାଖରେ 32ଲକ୍ଷ୍ୟରୁ ଅଧିକ ଟଙ୍କା ରହିଛି l ସେହିପରି କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ୨ଟି କାର୍ ଥିବା ବେଳେ, ଗୋଟିଏ ମୋଟର ସାଇକେଲ୍ ରହିଛି । ଏହାସହ ତାଙ୍କ ପାଖରେ ୧୦୦ ଗ୍ରାମର ସୁନା ଅଳଙ୍କାର ରହିଛି ।
ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଦେଇଛନ୍ତି ନିଜର ସମ୍ପତ୍ତି ତାଲିକା । ତାଙ୍କ ନାଁରେ ୨୫ ଲକ୍ଷ ଟଙ୍କାର ଗୃହ ଋଣ ସହ ୧୪ ଲକ୍ଷ ଟଙ୍କାର ଗାଡ଼ି ଲୋନ୍ ଥିବା ସେ ଦର୍ଶାଇଛନ୍ତି । ସମ୍ପତ୍ତି ତାଲିକା ଦେଇ ସବୁଠାରୁ ଚର୍ଚ୍ଚାରେ ଆସିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସl ସେ ୮୦ଟି ଗାଡ଼ି କିଣିଛନ୍ତି । ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ, ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ପାଖରେ 2କୋଟିରୁ ଅଧିକ ଟଙ୍କାର ମାଲିକ l ସେହିପରି ଅଶୋକ ପଣ୍ଡାଙ୍କ ପାଖରେ 8କୋଟି ଟଙ୍କାରୁ ଅଧିକ ସମ୍ପତ୍ତି ରହିଛି l
ଆଜି ଦିନ ତମାନ ମନ୍ତ୍ରୀ ମାନଙ୍କ ସମ୍ପତ୍ତି ତାଲିକା ସର୍ବସାଧାରଣ ହେବା ପରେ ପୁରା ଓଡ଼ିଶାରେ ଏହା ଚର୍ଚ୍ଚାର ବିଷୟ l