ଭୁବନେଶ୍ୱର : ରାଜ୍ୟସଭା ସାଂସଦ ଶ୍ରୀ ଅମର ପଟ୍ଟନାୟକଙ୍କ ସଂସଦୀୟ ଯାତ୍ରା ର ପ୍ରଥମ ବର୍ଷର ହିସାବ ଦେଇଛନ୍ତି l ସେ କହିଛନ୍ତି ଯେ ସଂସଦରେ ଓଡ଼ିଶାର ସ୍ବର ଶାଣିତ ହୋଇଛି l ମାଓବାଦୀ ଦମନ ପାଇଁ କେନ୍ଦ୍ର ସରକାର କରିଥିବା ଖର୍ଚ୍ଚ ବାବଦରେ ଓଡ଼ିଶାଠାରୁ ଦାବି କରୁଥିବା ୨୧୦୦କୋଟି ଟଙ୍କା ଛାଡ, କୋଇଲା ରୟାଲଟି ବୃଦ୍ଧି ନିମନ୍ତେ ଦାବି ଉପସ୍ଥାପନା ବିକେନ୍ଦ୍ରୀକରଣ ପ୍ରକ୍ରିୟା ଯୋଜନା ଅଧିନରେ ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍ ଏସ୍ ପି)ବାବଦକୁ ଥିବା ୧୪୧୨କୋଟି ଟଙ୍କା ଓଡିଶା ପାଇବା
ଚତୁର୍ଦଶ ଅର୍ଥକମିଶନରେ ବକେୟା ଥିବା ୩୨୧ କୋଟି ଟଙ୍କା ହାସଲ
୭୦ହଜାର ଚାଷୀଙ୍କୁ ମିଳିଛି ୯୦କୋଟିର ଫସଲ ବୀମା ଅର୍ଥ
ଦିଲ୍ଲୀ ଦରବାରରେ ଓଡ଼ିଶାର ସ୍ବର ଶାଣିତ କରିବାରେ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକଙ୍କ ଦବଦବା ଯଥେଷ୍ଟ ରହିଛି। ସାଂସଦ ହେବାର ଗୋଟିଏ ବର୍ଷ ଭିତରେ କେନ୍ଦ୍ର ନିକଟରେ ବିଭିନ୍ନ ପ୍ରସଙ୍ଗରେ ଓଡ଼ିଶାର ନାର୍ଯ୍ୟ ହକ୍ ହାସଲ କରିବାରେ ଶ୍ରୀ ପଟ୍ଟନାୟକ କେତେକ କ୍ଷେତ୍ରରେ ସଫଳ ହୋଇଛନ୍ତି।ଆମର ବାବୁ ତାଙ୍କ ସାଂସଦ ଜୀବନର ପ୍ରଥମ ବର୍ଷର ଅନୁଭୂତିକୁ ଏକ ନିଆରା ଢଙ୍ଗରେ webinar ମାଧ୍ୟମରେ ସମସ୍ତଙ୍କୁ ଅବଗତ କରାଇଥିଲେ| ଏହି webinar ର ସିଧା ପ୍ରସାରଣ Youtube ଏବଂ Facebook ରେ ମଧ୍ୟ କରାଯାଇଥିଲା ଯେଉଁଥିରେ 500ରୁ ଅଧିକ ଲୋକ ଭାଗ ନେଇଥିଲେ | ଅଧିନିକ ଉପାୟରେ ବୈଷୟିକ ପଦ୍ଧତିକୁ ଅବଲମ୍ବନ କରି ଏଭଳି ସମ୍ମିଳନୀର ଆୟୋଜନ ସ୍ୱାଗତଯୋଗ୍ୟ |
ଶ୍ରୀ ପଟ୍ଟନାୟକ କହିଥିଲେ ଯେ ୨୦୧୯ ଜୁଲାଇ ୪ ରଥଯାତ୍ରା ଦିନ ରାଜ୍ୟସଭା ସାଂସଦ ଭାବେ ଶପଥ ଗ୍ରହଣ କରିଥିଲେ। ଇତିମଧ୍ୟରେ ବର୍ଷେ ବିତି ଯାଇଛି। ଏହି ସମୟ ମଧ୍ୟରେ ସେ ମାଓଦମନ ମୁକାବିଲାରେ ରାଜ୍ୟଗୁଡିକର ଅଂଶଧନକୁ ନେଇ ଯେଉଁ ଦାବି ରଖିଥିଲେ ତାହା ସଫଳ ହୋଇଛି। ମାଓଦମନ ଏକ ଜାତୀୟ ସମସ୍ୟା ହୋଇଥିବାରୁ ଏଥିପାଇଁ ରାଜ୍ୟ ସରକାର କାହିଁକି ୯୦ ପ୍ରତିଶତ ଅର୍ଥ ଖର୍ଚ୍ଚ କରିବେ ବୋଲି କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଥିଲେ। ଯାହାକି ପରବର୍ତ୍ତୀ ପର୍ଯ୍ୟାୟରେ କେନ୍ଦ୍ର ସରକାର ସ୍ବୀକାର କରିଛନ୍ତି। ଏଥିପାଇଁ ଓଡ଼ିଶାକୁ ୨୧୦୦ କୋଟି ଟଙ୍କାର ଫାଇଦା ହୋଇଛି ବୋଲି ସେ ଦର୍ଶାଇଛନ୍ତି। ସେହିପରି ୧୧୪ ପୌରାଞ୍ଚଳ ପାଇଁ ଚତୁର୍ଦଶ ଅର୍ଥ କମିଶନରେ ପାଇବାକୁ ଥିବା ୩୭୨କୋଟି ଟଙ୍କା ରାଜ୍ୟକୁ ମିଳିବାପାଇଁ କରିଥିବା ଲଢ଼େଇ ସଫଳ ହୋଇଛି ଯାହାକି ଗତ 4 ବର୍ଷ ବକେୟା ଥିଲା |
କରୋନା ପାଇଁ ଲକ୍ ଡାଉନ ଯୋଗୁଁ ପ୍ରବାସୀମାନେ ଯେଉଁ ସମସ୍ୟା ଭିତରେ ଥିଲେ ସେମାନଙ୍କ ନିକଟରେ ପହଞ୍ଚି ଆବଶ୍ୟକ ଜରୂରୀ ସାମଗ୍ରୀ ଯୋଗାଇବା ପାଇଁ ସେ ଉଦ୍ୟମ କରିଥିଲେ| ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ୧୭ହଜାର ୧୦୦ ଶ୍ରମିକଙ୍କୁ ଜରୂରୀ ସାମଗ୍ରୀ ଯୋଗାଇଥିବାବେଳେ ୨୦୬୪ଜଣ ପ୍ରବାସୀଙ୍କ ବିଭିନ୍ନ ରାଜ୍ୟରୁ ଓଡ଼ିଶା ଫେରାଇ ଆଣିବାରେ ସଫଳ ହୋଇଛନ୍ତି। ଉଲ୍ଲେଖ ଯୋଗ୍ୟ କଥା ହେଲା ସାଂସଦ ପାଣ୍ଠି ଭାବେ ତାଙ୍କୁ ମିଳିଥିବା ଅଢ଼େଇକୋଟି ଟଙ୍କା ମଧ୍ୟରୁ ସେ ୧କୋଟି ଟଙ୍କା ଅସ୍ଥାୟୀ ଚିକିତ୍ସା ଶିବିର ପାଇଁ ସରକାରଙ୍କୁ ଦାନ କରିଥିବାବେଳେ ଆଉ ୧କୋଟି ଟଙ୍କା ଜଟିଳ କରେରାନା ରୋଗୀଙ୍କ ଲାଗି ଭେଣ୍ଟିଲେଟର ସଂଗ୍ରହ ପାଇଁ ସରକାରଙ୍କୁ ଦାନ କରିଛନ୍ତି। ଏହାବାଦ୍ ସେ ୩ମାସର ଦରମା ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି।
ସବୁଠାରୁ ବଡ଼କଥା ହେଲା ରାଜ୍ୟର ବରଗଡ଼ ଓ ବିଭିନ୍ନ ସହହର ପ୍ରାୟ ୭୦ହଜାରରୁ ଅଧିକ ଚାଷୀଙ୍କୁ ୨୦୧୭-୧୮ ବର୍ଷ ପାଇଁ ଫସଲ ବୀମା ପାଇବାରେ ସୃଷ୍ଟି ହେଉଥିବା ସମସ୍ୟାକୁ ସମାଧାନ କରିବାରେ ସକ୍ଷମ ହୋଇପାରିଛନ୍ତି। ଏଥିଯୋଗୁଁ ଚାଷୀମାନଙ୍କୁ ତାଙ୍କର ୯୦କୋଟି ଟଙ୍କାର ବୀମା ଅର୍ଥ ମିଳିପାରିଛି। ଏହା ବ୍ୟତୀତ ଜିଲା ଖଣିଜ ପାଣ୍ଠିକୁ ଆୟକର ପରିସରରୁ ବାଦ୍ ଦେବାପାଇଁ ସଂସଦରେ ଉଠାଇଥିବା ସ୍ବର ଏବେ ସାକାର ହେବାକୁ ଯାଉଛି। ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଏହି ପାଣ୍ଠି ଉପରେ କେବଳ ସଂପୃକ୍ତ ରାଜ୍ୟର ହକ୍ ରହିଛି। ତେଣୁ କେନ୍ଦ୍ର ସରକାର ଏହା ଉପରେ ଟିକସ ନେବାର କୌଣସି ଯଥାର୍ଥତା ନାହିଁ ଏବଂ ଏହି ଉଦ୍ୟମ ଫଳରେ ଆମ ରାଜ୍ୟ ପାଖାପାଖି 100 କୋଟି ଟଙ୍କା ସଂଚୟ କରିବ | ବିକେନ୍ଦ୍ରୀକରଣ ପ୍ରକ୍ରିୟା ଯୋଜନା ଅଧିନରେ ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍ ଏସ୍ ପି)ବାବଦକୁ ଥିବା ୧୪୧୨କୋଟି ଟଙ୍କା ଓଡିଶା ଫେରିପାଇବାରେ ମଧ୍ୟ ସାଂସଦନଙ୍କର ଅବଦାନ ଉଲ୍ଳେଖ୍ୟଯୋଗ୍ୟ|
ସେହିପରି ରାଜ୍ୟରେ ଶିକ୍ଷା ଏବଂ ସ୍ବାସ୍ଥ୍ୟକ୍ଷେତ୍ରକୁ ସୁଦୃଢ଼ୀକରଣ କରିବା, ମହିଳା ସଶକ୍ତୀକରଣ କରିବାସହିତ କୋଲ ରାଲଟି ଏବଂ ଜିଏସଟି ଛାଡ ନେଇ ଶ୍ରୀ ପଟ୍ଟନାୟକ ସଂସଦରେ ଦାବିଉପସ୍ଥାପନ କରିଛନ୍ତି। ଶ୍ରୀ ପଟ୍ଟନାୟକଙ୍କ ଯୁକ୍ତିସଙ୍ଗତ ଦାବି ପାଇଁ କେନ୍ଦ୍ର ସରକାର ମଧ୍ୟ ବିଭିନ୍ନ କ୍ଷେତ୍ରରେ ଏହାକୁ ପୂରଣ କରିଛନ୍ତି। ଯାହାଫଳରେ ଓଡ଼ିଶା ସହିତ ଅନ୍ୟାନ୍ୟ ରାଜ୍ୟ ମଧ୍ୟ ଏହାଦ୍ବାରା ଲାଭାନ୍ବିତ ହୋଇପାରିଛନ୍ତି।
ବିଶେଷକରି ଶ୍ରୀ ପଟ୍ଟନାୟକ ମନରେଗାରେ ଶ୍ରମିକମାନଙ୍କ ମଜୁରିବୃଦ୍ଧି ନେଇ ସଂସଦରେ ଉଠାଇଥିବା ସ୍ବର ସଫଳ ହୋଇଛି। ଯାହାଫଳରେ ଶ୍ରମିକଙ୍କ ମଜୁରି ବୃଦ୍ଧି ହୋଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ୫-ଟି କାର୍ଯ୍ୟକାରିତା ହେବା ଦ୍ବରା ଶାସନରେ କିଭଳି ସ୍ବଚ୍ଛତା ଓ ଉତ୍ତରଦାୟିତ୍ବତା ଆସିପାରିଛି ସେନେଇ ଶ୍ରୀ ପଟ୍ଟନାୟକ ତାଙ୍କ ଅନୁଭୂତି ପତ୍ରରେ ଦର୍ଶାଇଛନ୍ତି।
ସଂସଦରେ ଶ୍ରୀ ପଟ୍ଟନାୟକଙ୍କ ପ୍ରଦର୍ଶନ ଓ ଉପସ୍ଥାନ ସହିତ ସୁନ୍ଦରଗଡ଼ରେ ୫ ଆଦର୍ଶଗ୍ରାମ ସୃଷ୍ଟି କାରିବା ପାଇଁ ଉଦ୍ୟମ ଅବ୍ୟାହତ ରେଖିଛନ୍ତି | ଓଡିଶାର ସ୍ୱାର୍ଥପାଇଁ କାମ କରିବା ପାଇଁ ତାଙ୍କୁ ସୁଯୋଗ ମିଳିଥିବାରୁ ସେ ଶ୍ରୀ ନଵୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଶ୍ରୀଚରଣରେ କୃପାଭିକ୍ଷା କରିଛନ୍ତି|