ଭୁବନେଶ୍ୱର : ୨୫ ବର୍ଷପରେ ନାଗାର୍ଜୁନ ବେଶ l ୧୯୯୪ ମସିହା ପରେ ୨୦୨୦ ଆର୍ଥତ ୨୫ ବର୍ଷ ପରେ ମହାପ୍ରଭୃ ପୁଣିଥରେ ନାଗାର୍ଜୁନ ବେଶରେ ହୋଇଛନ୍ତି । ଶାସ୍ତ୍ର ଅନୁସାରେ ଯେଉଁବର୍ଷ କାର୍ତ୍ତିକ ମାସରେ ୬ଦିନ ପଞ୍ଚକ ପଡ଼େ ସେହିବର୍ଷ ମହାପ୍ରଭୃଙ୍କର ଦୁର୍ଲ୍ଲଭ ନାଗାର୍ଜୁନ ବେଶ ହୁଅନ୍ତି । କାରଣ ପଞ୍ଚୁକ ୫ଦିନ ମହାପ୍ରଭୃ ୫ଟି ବେଶ ହୁଅନ୍ତି । କିନ୍ତୁ ଯେଉଁ ବର୍ଷ ୧୨ଶୀ,୧୩ଶୀ ବା ୧୪ଶୀ ଦିନ ମଳ ତିଥି ପଡ଼େ ସେହିବର୍ଷ ପଞ୍ଚକ ୫ଦିନ ବଦଳରେ ୬ଦିନ ହୁଏ । ସେ ବର୍ଷ ମଳ ତିଥିରେ ନାର୍ଗାଜୁନ ବେଶ ହୁଏ । ଏହାପୂର୍ବରୁ ୧୯୯୪ ମସିହା ନଭେମ୍ବର ୧୬ ତାରିଖରେ ମହାପ୍ରଭୃଙ୍କ ନାଗାର୍ଜୁନ ବେଶ ହୋଇଥିଲା । ସେହିପରି ଯଦି ଟିକେ ପଛକୁ ଯିବା ୧୯୬୭,୧୯୬୮.୧୯୯୩, ଓ ୧୯୯୪ ମସିହାରେ ଶ୍ରୀମନ୍ଦିରରେ ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଥିଲା । ପୁରାଣ ମତରେ ପର୍ଶୁରାମଙ୍କ ସହସ୍ରାର୍ଜୁନ ବଧ କିମ୍ବା ଅର୍ଜୁନ ଓ ତାଙ୍କ ପୁତ୍ର ନାଗାର୍ଜୁନ ମଧ୍ୟରେ ହୋଇଥିବା ଯୁଦ୍ଧର ସ୍କୃତି ସ୍ୱରୂପ ଏହି ବେଶ ଅନୁଷ୍ଠିତ ହୁଏ । ଏହି ବେଶରେ ମହାପ୍ରଭୃ ମୁଖ୍ୟତ ସୋଲଳ କନା, ଜରି ,ବେତରେ ନିର୍ମିତ ହାଣ୍ଡିଆ, ଢେଣୁ, ନିଶ, ଦାଢି, ଛୁରୀ.କଟୁରୀ, ବାଘଛାଲ, ସ୍ୱର୍ଣ୍ଣଶ୍ରୀଭୂଜ, ଶ୍ରୀପୟର, ବାଘନଖ, ମାଳି,ଶଙ୍କ, ଚକ୍ର ଓ ହଳ ମୂଳକ ଆଦି ଧାରଣ କରନ୍ତି । ନାଗାର୍ଜୁନ ବେଶ ନେଇ ବ କିଛି ପୁରୁଣା କିମ୍ବଦନ୍ତି ରହିଛି ।
ଚଳିତ ବର୍ଷ କୋଭିଡ଼ କଟକଣା ଭିତରେ ନାଗାର୍ଜୁନ ବେଶ ହେଉଥିବାରୁ ଭକ୍ତମାନେ ବର୍ଷ ପରେ ଥରେ ପଡ଼ୁଥିବା ଏହି ଦୁଲ୍ଲର୍ଭ ବେଶ ଦେଖିପାରୁନାହାନ୍ତି । ପୁରା ପୁରୀରେ ୧୪୪ ଧାରା ଜାରୀ କରାଯାଇଛି । କଟକଣା ଭିତରେ ଏଥର ନାଗାର୍ଜୁନ ବେଶ ହେଉଥିବା ଭକ୍ତ ଓ ଭଗବାନ ମଧ୍ୟରେ ପାଚୋରୀ ହୋଇ ଛିଡ଼ା ହୋଇଛି ଅଜଣା ଭୃତାଣୁ । ତେବେ ମହାପ୍ରଭୃଙ୍କ ନାଗାର୍ଜନ ବେଶରେ ବଂଚିତ ହେଉଥିବା ଭକ୍ତମାନେ ଦୁଃଖରେ ମହାପ୍ରଭୃଙ୍କୁ ନିଜର ଭାବନା ଜଣାଉଛନ୍ତି । ଏ ମହାପ୍ରଭୃ ୮ମାସ ହେବ ତମକୁ ନଦେଖି ଏ ଆଖି ଯେପରି ଯନ୍ତ୍ରଣା ପାଉଛି , ଏ ମନ ଯେପରି ଅସ୍ଥିର ହେଉଛି ପ୍ରଭୃ ଦର୍ଶନ ଦିଅ, ପ୍ରଭୃୁ କ୍ଷମା କର ଦର୍ଶନ ଦିଅ । କିଏ ଜାଣେ ଆଉ ୨୫ ବର୍ଷ ମୁଁ ବଂଚିଥିବି କି ନାର୍ହିଁ । ବିନା ଭକ୍ତରେ ମହାପ୍ରଭୃ ବିତ ନାଗାର୍ଜୁନ ବେଶ ହୋଇଛନ୍ତି , ହେଲେ ଭକ୍ତଙ୍କ ପାଖରେ ତାଙ୍କର ମନ ।