ସରଳ ରାଜନେତା, ନିଆରା ମଣିଷ । ଭିନ୍ନ ଜୀବନ ଶୈଳୀ । ଲକ୍ଷ୍ୟ ସବୁବେଳେ ଲୋକଙ୍କ ସେବା କରିବା । ୨o ବର୍ଷ ଧରି ଓଡ଼ିଶା ପାଇଛି ଏପରି ଏକ ରାଜନେତା । ଯାହାଙ୍କ ନାଁ ନବୀନ ପଟ୍ଟନାୟକ । ଓଡ଼ିଶାର ମୁଖ୍ୟମନ୍ତ୍ରୀ । ସେ ବିପଦର ବନ୍ଧୁ । ୧୯୯୯ ମହାବତ୍ୟା ସମୟରେ ଯେତେବେଳେ ଓଡ଼ିଶାବାସୀ ମହାବିପଦରେ ପଡ଼ିଥିଲେ ସେତେବେଳେ ନବୀନ ଓଡ଼ିଶାକୁ ଆସିଲେ ।
ଆଉ ସଙ୍ଗେ ସଙ୍ଗେ ଓଡ଼ିଶାକୁ ମହାବାତ୍ୟାର ମହା ବିପଦରୁ ଉଧାର କଲେ । ଯେମିତି ଓଡ଼ିଶା ପାଇଁ ସେ ସଙ୍କଟ ମୋଚନ ହୋଇ ଆସିଲେ ୧୧୯୯ ମସିହାରେ । ଏହାପରେ ଯେତେବେଳେ ଓଡ଼ିଶାକୁ ବିପଦ ଆସିଛି ସେତେବେଳେ ସେ ପାହାଡ଼ ହୋଇ ଛିଡ଼ାହୋଇଛନ୍ତି । ହୁଡ଼ହୁଡ଼, ତିତିଲି ଫାଇଲିନ, ଫନି ହେଉ ଅବା ସାରା ବିଶ୍ୱକୁ ଗ୍ରାସ କରିଥିବା ୨୦୨୦ର ମହାମାରୀ କରୋନା । ଓଡ଼ିଶାବାସୀ କିପରି ଏହି ସବୁ ବିପଦରୁ ରକ୍ଷା ପାଇବେ ସେଥିଲାଗି ସାଢେ ୪କୋଟି ଓଡ଼ିଆଙ୍କ ସେ ବିପଦର ବନ୍ଧୁ ହୋଇ ଛିଡ଼ା ହୋଇ ଏପରି ପ୍ରାକୃତିକ ବିପର୍ଯ୍ୟୟରେ ଓଡ଼ିଶାବାସୀଙ୍କୁ ମୁକୁଳାଉଛନ୍ତି । ଏବେ ବି କରୋନା ଲଢେଇ ଜାରୀ ରହିଛି । ଦିନେ ଖାଦ୍ୟ ନିଅଣ୍ଟ ରାଜ୍ୟଭାବେ ପରିଗଣିତ ହେଉଥିବା ରାଜ୍ୟ ଓଡ଼ିଶାକୁ ସେ ଆଜି ଖାଦ୍ୟ ବଳକା ରାଜ୍ୟରେ ପରିଣତ କରିଛନ୍ତି । ଟଙ୍କିକିଆ ଚାଉଳ ଗରିବ ଲୋକଙ୍କ ପାଇଁ ଆରମ୍ଭ କରି ସେ ଓଡ଼ିଶାରେ ଅନାହାର ମୃତ୍ୟୁ ଅପବାଦକୁ କବର କରିଛନ୍ତି । ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଗୋଟିଏ ପରେ ଗୋଟିଏ ସଫଳ ଯୋଜନା କରିଛନ୍ତି । ସବୁ ବର୍ଗଙ୍କ ଲାଗି ତାଙ୍କ ଶାସନରେ ସୁବିଧା କରାଯାଇଛି । ସେ ନୂତନ ଓଡ଼ିଶାର ବିନ୍ଧାଣୀ ଓ ଓଡ଼ିଶା ବିକାଶ ରଥର ସାରଥି । ହଁ ଏକଥା ସତ ଯେ ନବୀନଙ୍କ ଜୀବନ ଧାରାକୁ ଯଦି ଲକ୍ଷ କରିବେ ସେ ପୁର୍ବତନ ମୁଖ୍ୟମନ୍ତ୍ରୀ ଓଡ଼ିଶାର ବରପୁତ୍ର ସ୍ୱର୍ଗତ ବିଜୁ ପଟ୍ଟନାୟକ ପୁଅ । ଡ଼ୁନ ସ୍କୁଲର ଛାତ୍ର ସେ । ସୁ-ଲେଖକ , ଜଣେ କ୍ରୀଡ଼ାବିତ, ଆଉ ଦେଶର ସବୁଠାରୁ ଅଭିଜ୍ଞ ରାଜନେତା । ସବୁ ବ୍ୟକ୍ତିତ୍ୱ ତାଙ୍କ ଠାରେ ଦେଖିବାକୁ ମିଳେ । ତାଙ୍କ ରାଜନୀତି ଜୀବନର ସବୁଠାରୁ ବଡ଼ ନୀତି ହେଉଛି ନିର୍ମଳ ଭାବମୃର୍ତ୍ତି, ସରଳ ଜୀବନ ଓ ସ୍ୱଚ୍ଛ ଶାସନ । ଯାହା ସେ ୨o ବର୍ଷ ଶାସନରେ ପ୍ରତିଫଳିତ କରିଛନ୍ତି । ଯେତେବେଳ ତାଙ୍କର ଭାବମୃର୍ତ୍ତି ଓ ସରକାରଙ୍କ ପ୍ରତି ଆଂଚ ଆସିଛି ନବୀନ ତତକ୍ଷଣୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଆଉ ସ୍ୱଚ୍ଛତାକୁ ବଜାୟ ରଖିଛନ୍ତି । ଯେଉଁଥିପାଇଁ ୪୫ରୁ ଅଧିକ ମନ୍ତ୍ରୀ, ୧୦୦ରୁ ଅଧିକ ଅଫିସରଙ୍କୁ ବିଦା କରିଛନ୍ତି ସେ । ସେହିପରି ସରଳଜୀବନ ଯାପନ କରି ଲୋକଙ୍କ ସେବା କରିବା ପାଇଁ ବାରମ୍ବାର ସେ ତାଙ୍କ ନେତା ଓ କର୍ମୀଙ୍କୁ ଆହ୍ୱାନ ଦିଅନ୍ତି । ଯେଉଁଥି ପାଇଁ ଆଜି ସେ ପ୍ରତ୍ୟେକ ଓଡ଼ିଆଙ୍କ ହୃଦୟରେ ରହିଛନ୍ତି । ସେ ଅପ୍ରତିିଦ୍ୱନ୍ଦୀ, ଅପରାଜୟ. ଏକ ନମ୍ବର ମୁଖ୍ୟମନ୍ତ୍ରୀ, ଶ୍ରେଷ୍ଠ ପ୍ରଶାସକ , ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ପରି କେତେ କଣ ଶବ୍ଦ ଆପେଆପେ ତାଙ୍କ ନାଁରେ ଯୋଡ଼ିହୋଇଯାଇଛି । ସେ ଜଣେ ଏମିତି ରାଜନେତା ଯାହାଙ୍କ ରଣନୀତି ଆଜିଯାଏ କେହି ବୁଛିପାରିନାହାନ୍ତି । ସୁବବେଳେ ସେ ତାଙ୍କ ନିଷ୍ପତିରେ ସମସ୍ତଙ୍କୁ ଚମକାଇ ଦିଅନ୍ତି । କେବଳ ଓଡ଼ିଶା ରାଜନୀତି ନୁହେଁ, ଦିଲ୍ଲୀ ଦରବାରରେ ବି ନବୀନଙ୍କ ଦବଦବା ବହୁତ । ସେ ଉପା ହେଉ ଅବା ଏନଡ଼ିଏ ସରକାର ସଭିଁଙ୍କ ସହ ସମଦୂରତା ରଖି ନବୀନ ଓଡ଼ିଶାର ସ୍ୱାର୍ଥକୁ ହାସଲ କରନ୍ତି । ତାଙ୍କର ସବୁଠାରୁ ବଡ଼ ଗୁଣ ହେଉଛି ସେ ଏତେ ପ୍ରତିକ୍ରୀୟା ଶୀଳ ନୁହନ୍ତି ।କି କିଏଲ କଣ କହିଲା ତାକୁ ଏତେ ଗୁରୁତ୍ୱ ଦିଅନ୍ତିନି । ବିରୋଧୀଙ୍କ ପ୍ରତି ବି ଏତେ ଅସହିଂଷ୍ଣୁ ହୁଅନ୍ତି ନାହିଁ କି ତାଙ୍କ ବିରୋଧରେ କଟୁ ସମାଲୋଚନା କରିନ୍ତିନି । ଯେଉଁଥି ପାଇଁ ସେ ସଭିଁଙ୍କର ପ୍ରିୟପାତ୍ର । ଜ୍ୟୋତିବସୁ ପରେ ଲମ୍ବା ସମୟ ଧରି ମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ବି ତାଙ୍କ ନାଁରେ ଯୋଡ଼ିହୋଇଯାଇଛି । ୨୦ବର୍ଷ ଧରି ଓଡ଼ିଶାବାସୀ ଗୋଟିଏ ପରେ ଗୋଟିଏ ନିର୍ବାଚନରେ ତାଙ୍କୁ ବିପୁଳ ଭାବେ ଭୋଟ ଦେଇ ଜିତାଇଆସୁଛନ୍ତି । ପଂଚମ ଥର ମୁଖ୍ୟମନ୍ତ୍ରୀ ସେ ହୋଇଛନ୍ତି । ୨୦ବର୍ଷ ଶାସନରେ ତାଙ୍କ ନାଁରେ ଅନେକ ଅଭିଯୋଗ ଆସିଛି ତାହାକୁ ସେ ସାମ୍ନା କରି ନିଜର ସ୍ୱଚ୍ଛତାର ପ୍ରମାଣ ବି ଦେଇଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୫ ବର୍ଷରେ ପାଦ ଥାପିଛନ୍ତି । ବିଗ ନ୍ୟୁଜ ପରିବାର ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଓ ଶୁଭ କାମନା ।