ନବୀନଙ୍କ ବଡ଼ ନିଷ୍ପତି : ଗାଁ ଲୋକଙ୍କୁ ମିଳିବ ଋଣ

- Advertisement -

ଭୁବନେଶ୍ୱର : କରୋନା ମହାମାରୀ ସମୟରେ ଅନେକ ଲୋକ ନିଜର ଜୀବିକା ହରାଇଛନ୍ତି। ଏମିତି କି ଗାଁରୁ ଯାଇ ବାହାର ରାଜ୍ୟରେ କାମ କରୁଥିବା ଅନେକ ପ୍ରବାସୀ ଗାଁକୁ ଫେରି ବେକାର ହୋଇ ବସିଛନ୍ତି।ସେଥିମଧ୍ୟରେ ଅନେକ କୁଶଳୀ ଶ୍ରମିକ ଏବେ ରାଜ୍ୟରେ କାମ ଖୋଜୁଛନ୍ତି।ଏମାନଙ୍କ ରୋଜଗାର ଦେବାପାଇଁ ଆଜି ରାଜ୍ୟ ସରକାର ଗ୍ରାମୀଣ ଅର୍ଥନୈତିକ ସ୍ଥିତିର ପୁନରୁଦ୍ଧାର ନିମନ୍ତେ କୋଭିଡ୍ ୧୯ ସହାୟତା ପ୍ୟାକେଜ ଘୋଷଣା କରିଛନ୍ତି ।ଏହି ସମୟରେ କ୍ଷତିଗ୍ରସ୍ତ ହୋଇଥିବା ଜୀବନ ଜୀବିକା ପାଇଁ ନବୀନ ପଟ୍ଟନାୟକ ସହାୟତା ପ୍ୟାକେଜକୁ ଅନୁମୋଦନ ଦେଇଛନ୍ତି ।ଗରିବ ପରିବାରରକୁ ଜୀବିକା ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ପଞ୍ଚାୟତ ରାଜ ,ଆଦିବାସୀ ଓ ହରିଜନ ଉନ୍ନୟନ ବିଭାଗ ,ମହିଳା ଓ ଶିଶୁ ବିକାଶ ,ଏହି ଦିଗରେ କାର୍ଯ୍ୟ କରିବେ । ଗ୍ରାମାଞ୍ଚଳରେ ବସବାସ କୁରଥିବ ଗରିବ ଓ ପ୍ରବାସୀଙ୍କ ପାଇଁ ୪ ପ୍ରକାର ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି ।
୬୦ଲକ୍ଷ ଗ୍ରାମିଣ ପରିବାରକୁ ମହିଳା ଗୋଷ୍ଠୀରେ ଅନ୍ତର୍ଭୁକ୍ତ କରି ରାଜ୍ୟ ଶକ୍ତିଶାଳୀ ନେଟୱର୍କ ସୃଷ୍ଟି କରିଛି ।ଏହାଦ୍ବାରା ପରିଚାଳନା କରାଯିବ । ଏଥିପାଇଁ ପ୍ୟାକେଜ ଦିଆଯିବ ।ଏହାସହ ଗ୍ରାମିଣ ଅଣୁ ଓ କ୍ଷୁଦ୍ର ଉଦ୍ୟଗକୁ କୁଶଳୀ ଓ ଅର୍ଦ୍ଧ କୁଶଳୀ ପ୍ରବାସୀଙ୍କ କୃଷି ଓ ଅଣ କୃଷି କାର୍ଯ୍ୟ କରୁଥିବା ଉଦ୍ୟଗୀ ମାନେ ଉପକୃତ ହେବେ । ଗ୍ରାମିଣ ଅଣୁ ଓ କ୍ଷୁଦ୍ର ଉଦ୍ୟଗ ବିକାଶ ପାଇଁ ପ୍ରତ୍ୟେକ ଉଦ୍ୟଗୀ ଙ୍କୁ ୫୦ ହଜାର ଋଣ ଦିଆଯିବ ।ସ୍ଵୟଂ ସହାୟକ ଗୋଷ୍ଠୀ ର ସଭ୍ୟା କିମ୍ବା ତାଙ୍କ ପରିବାର କୃଷି ବା ଅଣ କୃଷି ପାଇଁ ଏହି ଋଣ ନେଇ ପାରିବେ । କୃଷି ଓ ଅଣକୃଷି ମାନଙ୍କୁ ,ଏକ କାଳୀନ ୧ଲକ୍ଷ ୫୦ ହଜାର ଟଙ୍କା ଋଣ ଦିଆଯିବ ,୬ମାସ ରୁ ଉର୍ଦ୍ଧ୍ବ ଉଦ୍ୟଗୀ ଗୋଷ୍ଠୀ ଏବଂ ଏକ ବର୍ଷ ରୁ ଉର୍ଦ୍ଧ୍ବ ଉତ୍ପାଦକ ଗୋଷ୍ଠୀ ଏହା ଋଣ ପାଇପାରିବେ ।ଅତି ଗରିବ ଓ ଦିବ୍ୟାଙ୍ଗ ଆଦୀମ ଜନଜାତି ବିଧବା କିନ୍ନର ନିରାଶ୍ରୟ ,ମହିଳା ମୁଖ୍ୟ ପରିବାର ଉଦ୍ୟଗୀ ଙ୍କୁ ୨୦ ହଜାର ପ୍ରଦାନ କରାଯିବ । କୋଭିଡ୍ ୧୯ ସମୟରେ ରାଜ୍ୟ କୁ କୁଶଳୀ ଓ ଅର୍ଦ୍ଧ କୁଶଳୀ ପ୍ରବାସୀ ଙ୍କ ଦ୍ଵାରା ଉଭୟ ପୂରଣା ଉଦ୍ୟଗ ର ବିକାଶ ପାଇଁ ୧ଲକ୍ଷ ଟଙ୍କା ଋଣ ଦିଆଯିବ । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ର ପ୍ରତ୍ୟେକ ତତ୍ଵାବଧାନରେ ଗୋଷ୍ଠୀ ଭିତ୍ତିକ ସଂଘଠନ କୁ ଏହି ପ୍ୟାକେଜ କୁ କାର୍ଯ୍ୟକାରୀ କରିବା ଦିଗରେ ସହାୟତା କରିବେ । ଏଥିପାଇଁ ୨୦୦କୋଟି ଟଙ୍କା ଲକ୍ଷ ରଖାଯାଇଛି।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles