ନବୀନଙ୍କ ସାରଥୀ ସାଜିଲେ ଭି.କେ. ପାଣ୍ଡିଆନ..

- Advertisement -

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା କରନ୍ତି କାଳେ ତାଙ୍କ ବ୍ୟକ୍ତିଗତ ସଚିବଙ୍କ ପରାମର୍ଶ କ୍ରମେ କରନ୍ତି l ଏକଥା ସବୁବେଳେ ଗାଁ ଠାରୁ ଆରମ୍ଭ କରି ପାୱାରକରିଡର ଯାଏ ଚର୍ଚ୍ଚା l ଆଉ ମୁଖ୍ୟମନ୍ତ୍ରୀ କାହିଁକି  ବ୍ୟକ୍ତିଗତ ସଚିବ ପାଣ୍ଡିଆନ ଏତେ ପସନ୍ଦ କରନ୍ତି ତାହା ଆଜି ରାଜ୍ୟସ୍ତରୀୟ ସ୍ୱାଧୀନତା  ଦିବସରେ ଦେଖିବାକୁ ମିଳିଛି l ମୁଖ୍ୟମନ୍ତ୍ରୀ ସୁରକ୍ଷା ପାଇଁ ଓଡିଶା ଆଗ ଧାଡ଼ିର ଆଇଏସ ଅଧିକାରୀ 5ଟି ସଚିବ ଭି.କେ ପାଣ୍ଡିଆନ ନିଜେ କାର ଚାଳକ ସାଜିଥିଲେ l ଆଉ ପୁଣି ଥରେ ପ୍ରମାଣିତ କରିଥିଲେ ଯେ ସେ ମୁଖ୍ୟମନ୍ତ୍ରୀଙ୍କ ପାଇଁ କେତେ ସମର୍ପିତ l ଆଜକୁ ଆଠ ବର୍ଷ ହେବ ନବୀନ-ପାଣ୍ଡିଆନ ଯୋଡି  ନୂଆ ଓଡିଶାକୁ ଗଠନ କରିବା ଦିଗରେ କାମ କରୁଛନ୍ତି l ଏଥିରେ ଯିଏ ଯାହା କୁହନ୍ତୁ ସେ କଥାକୁ ନଶୁଣି ନିଜର ଦାୟିତ୍ୱ ତୁଲାଉଛନ୍ତି l ଯେହେତୁ ଏବେ କୋଭିଡ ସମୟ ତେଣୁ ସାମାଜିକ ଦୂରତା ବଜାୟ  ରଖିବା ସହ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦେବା ତାଙ୍କ କାରର ସାରଥୀ ହେବାକୁ କୁଣ୍ଠାବୋଧ କରିନାହାନ୍ତି ପାଣ୍ଡିଆନ l ଏଥିରେ ସେ ଗୋଟେ ବଡ ବାର୍ତ୍ତା ଦେଇଛନ୍ତି l   ୭୪ ତମ ସ୍ବାଧୀନତା ଦିବସ ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ପାଳନ କରାଯାଇଛି l   ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ହେଲେ ମୁଖ୍ୟମନ୍ତ୍ରୀ ପ୍ରଦର୍ଶନି ପଡ଼ିଆରେ ପହଂଚିବା ଓ ସେଠାରୁ ଯିବା ବେଳର ଦୃଶ୍ୟକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସିଲା ବେଳେ ତାଙ୍କ ଗାଡିରେ ଥିବା ଡ୍ରାଇଭରକୁ ନେଇ ହେଉଛି ଏହି ଚର୍ଚ୍ଚା। ପ୍ରତିଦିନ ତାଙ୍କ ଗାଡି ଚାଳଉ ଥିବା ଡ୍ରାଇଭର ଆଜି ନ ଥିଲେ। ସେଇ ସ୍ଥାନରେ ଥିଲେ ତାଙ୍କ ବ୍ୟକ୍ତିଗତ ସଚିବ ଭି କାର୍ତ୍ତିକେୟ ପାଣ୍ଡିଆନ। ସେ ନିଜେ ଗାଡିର ସାରଥି ହୋଇ ନବୀନଙ୍କୁ ପ୍ରଦର୍ଶନି ପଡିଆକୁ ଆଣିଥିଲେ।ଏବଂ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ ସରିଲା ପରେ ପୁଣି ଡ୍ରାଇଭର ସାଜି ନବୀନ ନିବାସକୁ ନେଇ ଯାଇଥିଲେ। ଏ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles