ଭୁବନେଶ୍ୱର : ବିଜେଡି ର ସମସ୍ତ ସାସଂଦ ବିଧାୟକ ଜିଲ୍ଲା ସଭାପତି ଓ ଜିଲ୍ଲା ପର୍ଯ୍ୟବେକ୍ଷକ ରାଜ୍ୟ ସ୍ତରୀୟ କର୍ମକର୍ତ୍ତା ଙ୍କୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି କୋଭିଡ୍ ମହାମାରୀ ପରିପ୍ରେକ୍ଷୀରେ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଠାରୁ ନଭେମ୍ବର ୨ ପର୍ଯ୍ୟନ୍ତ ୧ମାସ ଧରି ରାଜ୍ୟ ବ୍ୟାପି ଜନସଚେତନତା ଅଭିଯାନ କରିବା ପାଇଁ ଚିଠିରେ ନବୀନ ଲେଖିଛନ୍ତି ।ସାମାଜିକ ଦୂରତା ମାସ୍କ ପିନ୍ଧିବା ଆଦି କୋଭିଡ୍ ନିୟମ ବିଷୟରେ ସଚେତନ କରିବା ପାଇଁ ନବୀନ ଚିଠି ରେ ଉଲ୍ଲେଖ କରିଛନ୍ତି ।କୋରୋନା ମହାମାରୀ କୁ ରୋକିବା ପାଇଁ ନବୀନ ପରାମର୍ଶ ଦେଇଛନ୍ତି ।ସେହିପରି ପ୍ଲାଜମା ଦାନ ,ରକ୍ତ ଦାନ ,ମୃତ ଶବ ସତ୍କାର କରିବା ପାଇଁ ଓଡିଶା ମୋ ପରିବାର ନିଷ୍ଠାପର ଉଦ୍ୟମ ଆରମ୍ଭ କରିଛି ।ଏହି କାର୍ଯ୍ୟ କୁ ଗୁରୁତର ସହ କରିବା ପାଇଁ ନବୀନ ଚିଠିରେ ଲେଖିଛନ୍ତି ।ଟିକା ନ ଆସିବା ପର୍ଯ୍ୟନ୍ତ ଲୋକମାନେ କିଭଳି ସତର୍କ ରହିବେ ସେନେଇ ଲୋକଙ୍କ ବୁଝେଇବା ପାଇଁ କହିଛନ୍ତି ।