ନବୀନଙ୍କ ନୂଅା ବିଜେଡ଼ି ….

- Advertisement -

ଭୁବନେଶ୍ୱର: ସଶକ୍ତ ଓଡ଼ିଶା ଗଠନ ହେବ । ସେ ଦିଗରେ ଏବେ କାମ କରୁଛି ବିଜୁ ଜନତା ଦଳ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡ଼ି ସଂଗଠନକୁ ନୂଅାରୂପ ଦେଉଛନ୍ତି । ପ୍ରଥମଥର ଲାଗି ଦଳରେ ସଂଗଠନ ସମ୍ପାଦକ, ବରିଷ୍ଠ ଉପସଭାପତି, ସଂଗଠନ ସମ୍ପାଦକ ମୁଖ୍ୟାଳୟ ପରି ପଦବୀ ସୃଷ୍ଟି କରିଛନ୍ତି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ । ତୃଣମୂଳସ୍ତରେ ସଂଗଠନକୁ ଅଧିକ ମଜବୁତ କରିବା ପାଇଁ ନବୀନ ଏହି ନୂଅା ଷ୍ଟ୍ରାଟେଜି ଅାପଣାଇଛନ୍ତି । ଯେଉଁମାନଙ୍କୁ ନେଇ ଦଳ ଅାଗକୁ ବଢିବ ସେମାନଙ୍କୁ ଉପଯୁକ୍ତ ପଦ ପଦବୀରେ ରଖି ନବୀନ ନୂଅା ବିଜେଡ଼ି ଗଢୁଛନ୍ତି । କାରଣ ମୁଖ୍ୟମନ୍ତ୍ରୀ ପୂର୍ବରୁ କହିସାରିଛନ୍ତି ମୋ ଉତ୍ତରାଧିକାରୀ ଓଡ଼ିଶାବାସୀ ବାଛିବେ । ମୁଁ ଥାଏ କି ଏଥାଏ ଦଳ ଚାଲିବ । ନବୀନଙ୍କ ଏହି ବଡ଼ପଣ ଯୋଗୁଁ ଓଡ଼ିଶାବାସୀ ତାଙ୍କୁ ବାରମ୍ବାର ରାଜ୍ୟ ଶାସନର ମୁଖ୍ୟ ଭାବେ ବହୁ ଭୋଟରେ ନିର୍ବାଚିତ କରୁଛନ୍ତି । ଓଡ଼ିଶାରେ ଲମ୍ବା ସମୟ ମୁଖ୍ୟମନ୍ତ୍ରୀ ହେବାରେ ନୂତନ ଇତିହାସ ସୃଷ୍ଟି କରିଛନ୍ତି ନବୀନ । ଭାତରବର୍ଷରେ ଜ୍ୟୋତିବସୁଙ୍କ ପରେ ଖୁବକମ୍ ମୁଖ୍ୟମନ୍ତ୍ରୀ ଅଛନ୍ତି ଯେ କି ଏତେ ଲମ୍ବା ସମୟ ଧରି ମୁଖ୍ୟମନ୍ତ୍ରୀ ପଦରେ ବସିଛନ୍ତି । ନବୀନଙ୍କ ଯେପରି ରାଜନୈତିକ ଗୋଟି ଚାଳନ କରୁଛନ୍ତି ତାହା ଅାଗରେ ବିରୋଧି ପୁରା ଚିତପଟାଙ୍ଗ ମାରୁଛନ୍ତି । ଏଥିରେ ରହୁଛି ଲୋକଙ୍କ ଅାଶୀର୍ବାଦ ଓ ଦଳୀୟ କର୍ମୀ ଓ ନେତାଙ୍କ ପରିଶ୍ରମ । ତେଣୁ ଅାଗକୁ ଯେଉଁ ସଶକ୍ତ ଓଡ଼ିଶା ଗଠନ କରିବା ଲାଗି ନବୀନ ଲକ୍ଷ ରଖିଛନ୍ତି ତାହା ଦଳର ଯୁବ  ଓ ପୁରୁଖା ନେତାଙ୍କୁ ନେଇ ପୂରଣ କରିବାକୁ ଏବେ ଠାରୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ।
ଦଳ ପାଇଁ କଠିନ ପରିଶ୍ରମ କରୁଥିବା ନେତାଙ୍କୁ ଦଳର ଗୁରୁତ୍ୱପୂର୍ଣ୍ଣ ପଦ ପଦବୀର ଦାୟିତ୍ୱ ଦେଉଛନ୍ତି । ୨୦୧୪ ଓ ୧୯ ସାଧାରଣ ନିବାର୍ଚନ, ବିଜେପୁର ଉପ ନବାର୍ଚନ ଓ ପାଟକୁରା ନିବାର୍ଚନରେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ପରିଶ୍ରମକୁ ନବୀନ ବିଜୁ ଜୟନ୍ତିରେ ପ୍ରଶଂସା କରିବା ପ୍ରଥମଥର ଲାଗି ବିଜେଡ଼ିରେ ସଂଗଠନ ସମ୍ପାଦକ ପଦବୀ ସୃଷ୍ଟି କରି, ଏହି ଦାୟିତ୍ୱ ପ୍ରଣବଙ୍କୁ ଦେଇଥିଲେ । ସେହିଦିନ ଠାରୁ ପ୍ରଣବ ସଂଗଠନକୁ କିପରି ମଜବୁତ କରାଯିବ ସେ କାମରେ ଲାଗିଛନ୍ତି । ଏହାପରେ ମୁଖ୍ୟାଳୟର ଦାୟିତ୍ୱ ଯୁବନେତା ସଂଜୟ ଦାସ ବମାର୍ଙ୍କ ହାତରେ ନ୍ୟସ୍ତ କରିଥିଲେ । ଏହା ମଧ୍ୟ ପ୍ରଥମଥର ଲାଗି । ଏହାପରେ ଦଳରେ ବରିଷ୍ଠ ନେତାଙ୍କ ଅଭିଜ୍ଞତାକୁ କିପରି କାମରେ ଲଗାଯିବ ସେନେଇ ନବୀନ ୮ଜଣ ବରିଷ୍ଠ ନେତାଙ୍କୁ ବରିଷ୍ଠ ଉପସଭାପତି ଭାବେ ନିଯୁକ୍ତି ଦେଇଛନ୍ତି । ଯେଉଁମାନେ କି ବିଜେଡ଼ି କିପରି ତୃଣମୂଳସ୍ତରରେ ମଜବୁତ ହେବ ସେନେଇ ପରାମର୍ଶ ଦେବେ । ଏହାସହ ପ୍ରଥମଥର ଲାଗି ଅନ୍ୟ ୯ଜଣ ଉପସଭାପତିଙ୍କୁ ନବୀନଙ୍କ ସଶକ୍ତ ଓଡ଼ିଶା ଗଠନ କରିବା ପାଇଁ ବିଭିନ୍ନ ଯୋଜନାର ଗୁରୁ ଦାୟିତ୍ୱ ଦେଇଛନ୍ତି । ଦଳରେ ବରିଷ୍ଠ ଓ ଯୁବ ନେତୃତ୍ୱ ଭିତରେ ସମନ୍ନୟ ରଖା କରି କିପରି କାମ କରାଯିବ ସେନେଇ ଦଳର ସଂଗଠନ ସମ୍ପାଦକ ସୁପ୍ରିମୋଙ୍କ ନିର୍ଦ୍ଦେଶରେ କାମ କରୁଛନ୍ତି । ଅାଗକୁ ବିଜେଡ଼ିର ଛାମୁଅା ସଂଗଠନ ନେତୃତ୍ୱ ଦାୟିତ୍ୱ ନ୍ୟସ୍ତ କରାଯିବ । ସଂଗଠନକୁ ଅଧିକ କ୍ରୀୟାଶୀଳ କରିବା ପାଇଁ ବିଜେଡ଼ି ସୁପ୍ରିମୋଙ୍କ ଏପରି ରଣନୀତି ବିଜେଡ଼ି ନେତା ଓ କର୍ମୀଙ୍କ ଉତ୍ସାହିତ କରିଛି । ତେବେ ନବୀନଙ୍କ ନୂଅା ବିଜେଡ଼ି ଗଠନର ବ୍ଲୁ ପ୍ରିଣ୍ଟକୁ ସଫଳ କରିବା ପାଇଁ ଦାୟିତ୍ୱ ପାଇଥିବା ନେତାଏ କିପରି କାର୍ଯ୍ୟ କରୁଛନ୍ତି ତାହାକୁ ନେଇ ଚଚ୍ଚାର୍ ଅାରମ୍ଭ ହୋଇଛି । ବିଜେଡ଼ି ଏବେ ତୃଣମୂଳ ସ୍ତରରେ ଏକ କ୍ୟାଡ଼ରବେଷ୍ଟ ପାଟିରେ ପରିଣତ ହୋଇଛି । ଅାଗାମୀ ଦିନରେ ଏହା ଅାହୁରୀ ଜୋରଦାର ହେବ ।  ରାଜ୍ୟରେ ବିଜେଡିକୁ ୨୩ ବର୍ଷ ହେଲାଣି l ଏବେ ବିଜେଡି ସଦସ୍ୟ ସଂଖ୍ୟା ୧ କୋଟିରେ ପହଂଚିଛି l ନବୀନ ସଂଗଠନର ପୂର୍ଣ୍ଣବିନ୍ୟାସ କାମ ପ୍ରଣବ ପ୍ରକାଶ ଦାସଙ୍କୁ ଦେଇଛନ୍ତି  । ସେହିଦିନଠାରୁ ସେ ଦିନ ରାତି ପରିଶ୍ରମ କରି ଦଳକୁ ତୃଣମୂଳ ସ୍ତରରେ ସଶକ୍ତ କରିବାରେ ଲାଗିଛନ୍ତି।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles