ରାତି ଅଧରେ ବଡ଼ବା ଫୋନ କଲ ….

- Advertisement -

() ରାତିରେ ହଠାତ ଫୋନ କଲ ଆସିଲା । ଦେଖିଲା ବେଳକୁ କଲ ବଡ଼ବା ନାଁରେ ସେଭ ହୋଇଛି । ରିଙ୍କୁ ଫୋନ ଟି ତା ସାଙ୍ଗକୁ ଡ଼ାକି ଦେଲା , କହିଲା ପିଙ୍କୁ ନେ ବଡ଼ବା  କଲ କରିଛନ୍ତି । ଏହାପରେ ରିଙ୍ଗୁ ଫୋନ ନେଇ ଛାତ ଉପରେ ଗପିବାରେ ଲାଗିଲା । ଏମିତି ଦିନେ କି ଦୁଇ ଦିନ ନୁହେଁ, ବର୍ଷବର୍ଷ ଧରି ବଡ଼ବା ସହ ରିଙ୍କୁ  ଡ଼୍ୟୁଟିରୁ ଆସି କଥା ହୁଏ । ତାପରେ ବେଳେବଳେ ପିଙ୍କୁ ଓ ରିଙ୍କୁ ଦୁଇଜଣ  ଦୁଇଟି ଖଟରେ ଶୋଇବା ବେଳେ ବିଭିନ୍ନ ବିଷୟରେ ଆଲୋଚନା କରିି କେତେବେଳେ ଶୋଇପଡ଼ନ୍ତି  ଯେ ଉଠିଲା ବେଳକୁ  ସକାଳ ୯ଟା । ପିଲାଦିନର ସାଙ୍ଗ ଦୁଇଜଣ ସହରର  ଗୋଟିଏ ଭଡ଼ାଘରେ ଏକାଠି ହୋଇ ଘରୋଇସଂସ୍ଥାରେ ଚାକିରୀ କରିଥାନ୍ତି ପାଠପଢା ଶେଷ ପରେ । ସବୁଠାରୁ ବଡ଼ କଥା ହେଲା ଉଭୟଙ୍କ ମଧ୍ୟରେ ଅଧିକାଶ ପ୍ରସଙ୍ଗରେ ଭିନ୍ନଭିନ୍ନ ମତ ଥିଲେ ମଧ୍ୟ କେବେ ବି ଉଭୟଙ୍କ ମଧ୍ୟରେ କୌଣସି ପ୍ରସଙ୍ଗରେ କାହାର କାହା ସହିତ ଝଗଡ଼ା ହୋଇନଥାଏ । ଦିନସାରା ନିଜ ନିଜ କାମରେ ବ୍ୟସ୍ତ ଥିବା ଉଭୟ ରାତିହେଲେ କିନ୍ତୁ ମନଖୋଲା କଥା ହୁଅନ୍ତି ଶୋଇବା ସମୟରେ । କେଉଁ ପ୍ରେମିକା , ପ୍ରେମିକ ଅବା ସ୍ୱାମୀ,ସ୍ତ୍ରୀ, ଭାଇଭାଇ କଥା ଠାରୁ ବି ସେମାନଙ୍କ କଥାବାର୍ତ୍ତା କିଛି କମ ନୁହେଁ । ଏମିତି ଉଭୟ ଆଠବର୍ଷ ସହରର ଭଡ଼ାଘରେ ରହିଥାନ୍ତି । ତେବେ ରିଙ୍କୁ ଓ ପିଙ୍କୁ ଭିତରେ ଏ ବଡ଼ବା କଲ୍ କଣ । ସେ ରହସ୍ୟ ବୁଝିବା ଟିକେ କଷ୍ଠ । ଭାବନା ଭିତରେ ବଞ୍ଚୁଥିବା ରିଙ୍କୁ ଓ ପିଙ୍କୁ ମଧ୍ୟରେ ଅନେକ ସମୟରେ ବଡ଼ବା କଲ ଆସେ । ହେଲେ ସେ କଲ ପିଙ୍କୁ କିଏ କରିଛି ତାହା ରିଙ୍କୁ ଜାଣିପାରେ ନାହିଁ । କାରଣ ଅନେକ ଘରେ ବାପାଙ୍କୁ ବଡ଼ବା ବୋଲି ଡ଼ାକନ୍ତି ଉପକୂଳ ଜିଲ୍ଲାମାନଙ୍କରେ । ରିଙ୍କୁ ତାହା ଭାବି ଯେ  ପିଙ୍କୁକୁ ତା ବାପା କଲ କରିଛନ୍ତି । କାରଣ ସେ ଡ଼୍ୟୁଟିରୁ ଆସିଲେ କଣ ଖାଇବ, କଣ କରିବ ସେକଥା ବେଳେବେଳେ ଏହି ବଡ଼ବା କଲରେ କଥା ହେବା ବେଳେ କହେ । ତେଣୁ ରିଙ୍କୁ ବଡ଼ବା କଣ୍ଠ ସିନା ଶୁଣିପାରେ ନାହିଁ , ହେଲେ ପିଙ୍କୁ ତାଙ୍କ ବାପାଙ୍କ ସହ କଥା ହେଉଛି ବୋଲି ଜାଣିପାରି ନିଜେ ଶୋଇପଡ଼େ ।
ଏମିତି କିଛି ଦିନ ପରେ ହଠାତ ଖରାଦିନ ରାତି ପ୍ରାୟ ୧୨ଟା୧୫ ମିନିଟରେ ବଡ଼ବା କଲ ଆସିଲା । ପିଙ୍କୁ ସେ ସମୟରେ ଅଫିସ ଡ଼ୁୃ୍ୟଟିରୁ ଆସି ଖାଇ ବସିଥାଏ । ପିଙ୍କୁ କହିଲା ଦେଖିଲୁ କିଏ ଫୋନ କରିଛି । ରିଙ୍କୁ ଚାର୍ଜରେ ବସି ରିଗ୍ ହେଉଥିବା ଫୋନକୁ ଦେଖି କହିଲା ବଡ଼ବା ଫୋନ କରିଛନ୍ତି । ସଙ୍ଗେସଙ୍ଗେ ପିଙ୍କୁ କହିଲା ଥାଉ । ଏମିତି କିଛି ଦିନ ପରେ ପୁଣିଥରେ ଯେତେବେଳେ ବଡ଼ମା କଲ ଆସିଲା ରିଙ୍କୁ ଉଠାଇଦେଲା । ଫୋନ କଲ ଭିତରେ ଅସମ୍ଭବ ନିରବତା । ଯେତେଥର ହାଲୋ ହାଲୋ କହିଲେ ବି ବଡ଼ବା ଆଡ଼ୁ କିଛି ପ୍ରତି ଉତ୍ତର ଆସିଲା ନାହିଁ । ରିଙ୍କୁର ସନ୍ଦେହ ହେଲା । ସେହିଦିନ ରାତିରେ ହିଁ ସେ ପିଙ୍କୁ କହିଲା ବେ ଏ ବଡ଼ବା କିଏ । ମୋଉସା ନା ଆଉ କିଏ । ବାସ ଏମିତି କେତେକଥା ଗପି ସେମାନେ ଶୋଇପଡ଼ିଲେ । ପ୍ରେମରେ ବଡ଼ୁଥିବା ସାଙ୍ଗ ଓ ପ୍ରେମର ସଙ୍କେତ ପାଇଥିବା ସାଙ୍ଗ ଭିତରେ ଯେପରି ଭାବନା ସୃଷ୍ଟି ହୋଇଛି ସେ କଥା କେବଳ ଅନୁଭୂତି ହିଁ କହିପାରିବ ଏହି ଫୋନ କଲରେ । ଶେଷରେ ୮ବର୍ଷ ପରେ ଯେତେବେଳେ ସାଙ୍ଗ ସହର ଛାଡ଼ି ଅନ୍ୟ କେଉଁଠିକି ଚାକିରୀ କରିବାକୁ ଯିବ ଠିକ ତାହାର କିଛି ଦିନ ପୂର୍ବରୁ ରାତିରେ ବଡ଼ବା କଲ ରହସ୍ୟ ଜଣାଇଲା ରିଙ୍କୁୁ ପିଙ୍କୁକୁ । ଆଉ ରାତିରେ କଲ କରୁଥିବା ବଡ଼ବା ତା ପ୍ରେମିକ ସେ କଥା କହିବାକୁ ମଧ୍ୟ ଦିନ ସିକ୍ରେଟମ୍ୟାନ ପିଙ୍କୁ କହିବାକୁ ପଚାଇଲା ନାହିି । ଯାହାକୁ ସେ ଏବେ ଜୀବନ ସାଥିୀ କରି ସଂସାର କରୁଛି । ସତରେ ବଡ଼ବା ନାଁରେ ରାତି ଅଧରେ ଫୋନ କଲ ଯେ ଲୁଚାପ୍ରେମର ବଡ଼ ପ୍ରତୀକ ତାହା ଏବେ ବୁଝିଲା ରିଙ୍କୁ । …

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles