ଯାଜପୁର : ନୂଆ ରୂପରେ ସଜେଇ ହୋଇଛି ସାରା ଯାଜପୁର ସହର।ସହର ରାସ୍ତା ଦେଇ ଯାଉଥିବା ବାଟୋଇ ବି ଅଟକି ଯାଉଛି ଏହି ସୌନ୍ଦର୍ଯ୍ୟକୁ ଟିକେ ଦେଖିବା ପାଇଁ। ଆଉ ବିଭୋର ହୋଇଯାଉଛି ତାର ଏ ପରିବର୍ତ୍ତିତ ରୂପ ଦେଖି। ସହରର ସବୁ କାନ୍ଥ ଏବେ ରଙ୍ଗୀନ ହୋଇଯାଇଛି। ଆଉ ଶିଳ୍ପୀର ତୁଳୀରେ ଜୀବନ୍ତ ହୋଇ ଉଠିଛି ବିକାଶର ଚିତ୍ର l ପୁରୁଣା ଗାଁରୁ ଉନ୍ନତ ସହରର ପାଲଟିଥିବା କୀର୍ତ୍ତିରାଜି ଓ ଐତିହ ସହ ଯାଜପୁରକୁ ଚିତ୍ର ମାଧ୍ୟମରେ ଅତି ସୁନ୍ଦରର ଭାବରେ ଶିଳ୍ପୀମାନେ ଆଙ୍କିଛନ୍ତି ରାସ୍ତା ଉଭୟ ପାଶ୍ୱ କାନ୍ଥରେ।
ଯାଜପୁରର ଆରାଧ୍ୟ ଦେବୀ ମା ବିରଜା। ସହରକୁ ପ୍ରବେଶ କରିବା ପଥରେ ତାଙ୍କର ସୁନ୍ଦର ଚିତ୍ର ଅଙ୍କା ଯାଇଛି। ଯେମିତି ସହରକୁ ପ୍ରବେଶ କରିବା ମାତ୍ରେ ଲୋକମାନେ ମାଙ୍କ ଆଶୀର୍ବାଦ ନେଇ ଆସିବେ। ସେହିପରି ଯାଜପୁର ଐତିହର ବାର୍ତ୍ତାବହ ବୈତରଣୀ ଘାଟର ଚିତ୍ର ଦେଖିଦେଲେ ବାଟୋଇ ମନରେ ଥିବା ସବୁ ଦୁଃଖ କ୍ଳେଶକୁ ଭୁଲିଯାଇ କିଛି ସମୟ ପାଇଁ ଖୁସି ପାଉଛନ୍ତି l ନୂତନ ଯାଜପୁରର ବିନ୍ଧାଣି ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ସହରକୁ ନୁଆଁ ରୂପରେ ଗଢିବା ପାଇଁ ଯେଉଁ ପ୍ରୟାସ କରିଛନ୍ତି ଓ ଯେଉଁ ବିକାଶମୂଳକ କାର୍ଯ୍ୟକ୍ରମ କରୁଛନ୍ତି ତାହାର କିଛି ଝଲକ ବି କାନ୍ଥରେ ପ୍ରଦର୍ଶିତ ହେଉଛି । କେବଳ ସେତିକି ନୁହେଁ ଓଡ଼ିଆ ସାହିତ୍ୟ ଓ ପରମ୍ପରା ନିଚ୍ଛକ ଝଲକ ବି ଦେଖିବାକୁ ମିଳିଛି। ଏହି ଚିତ୍ର ଗୁଡିକ କେବଳ ସହରକୁ ସୌନ୍ଦର୍ଯ୍ୟ କରୁନାହିଁ l କେତେକ ଚିତ୍ର ସହରବାସୀଙ୍କୁ ସଚେତନ କରିଛି l କରୋନା ମହାମାରୀ ସମୟରେ ଲୋକଙ୍କୁ ଚିତ୍ର ମାଧ୍ୟମରେ ସଚେତନ କରାଯାଇଛି l କେମିତି ପରିବେଶକୁ ସଫା ସୁତୁରା ରଖିବା , କାମ ନଥିଲେ ଘରୁ ବାହାରିବା ନାହିଁ, ବାହାରକୁ ବାହାରିଲେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରହିବା ପରି ଚିତ୍ର କାନ୍ଥରେ ଅଙ୍କା ଯାଇଛି l ସଚେତନ ବାର୍ତ୍ତାକୁ ଅତି ସୁନ୍ଦର ଭାବରେ ଶିଳ୍ପୀମାନେ ଚିତ୍ର ମଧ୍ୟରେ ରାସ୍ତା କଢରେ ଆଙ୍କିଛନ୍ତି। ଏହି ଚିତ୍ର ଏବେ ଯାଜପୁର ସହରକୁ ରଙ୍ଗୀନ କରିଛି l ଯିଏ ବି ଯାଉଛି କିଛି ସମୟ ପାଇଁ ଚିତ୍ରକୁ ଦେଖି ଅଟକି ଯାଉଛି l ଅନେକ ତ ସେଲ୍ଫି ଉଠାଇ ସହର ରଙ୍ଗୀନ ରୁପକୁ ସୋସିଆଲ ମେଡିଆରେ ଅପଲୋଡ଼ କରୁଛନ୍ତି l
ଯାଜପୁରକୁ ନୂଆ ରଙ୍ଗ ଦେଇ ଗଢିବାର ସୂତ୍ରଧର ହେଉଛନ୍ତି ଯାଜପୁର ବିଧାୟକ ତଥା ବିଜେଡି ସଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ଯିଏ ଦିନ ରାତି ପରିଶ୍ରମ କରି ଓ ଯେଉଁଠି ବି ସେ ଥାଆନ୍ତୁ ସବୁବେଳେ ଯାଜପୁର କିପରି ଆଗକୁ ଯିବ ସେ ନେଇ ସ୍ବପ୍ନ ଦେଖନ୍ତି l ଯାଜପୁରକୁ ରାଜ୍ୟର ଏକ ନମ୍ବର ଜିଲ୍ଲା କରିବାର ଲକ୍ଷ ଧୀରେ ଧୀରେ ଆଗକୁ ବଢୁଛି ତାହା ଏବେ ଯିଏ ଯାଜପୁର ଯାଉଛନ୍ତି ସେ ହି କେବଳ ଅନୁଭବ କରୁଛନ୍ତି l ଏଥିରେ ଜିଲ୍ଲାବାସୀଙ୍କ ସହଯୋଗ ଆଉ ବିଧାୟକଙ୍କ ଚେଷ୍ଟା ହିଁ ଜିଲ୍ଲାକୁ ଏକ କରିବାର ଗୋଟିଏ ପରେ ଗୋଟିଏ ସୋପାନ ଦେଇ ବିକାଶ କାମ ଚାଲିଛି l ନୂଆ ଯାଜପୁର ଗଢିବା ଲକ୍ଷରେ ସହରବାସୀ ଆଗେଇ ଆଗେଇ ଆସିଛନ୍ତି l