ଭୁବନେଶ୍ୱର : ନୟାଗଡରୁ ଭୁବନେଶ୍ୱର l ବିଧାନସଭାରୁ ଲୋୟର ପିଏମଜି ସବୁଠି ପ୍ରତିବାଦର ଝଡ଼ l ପରୀ ଘଟଣାକୁ ନେଇ ସରଗରମ ହୋଇଛି ରାଜନୀତି l ହେଲେ ଅରୁଣଙ୍କ ଲୋକ ପ୍ରିୟତା ଓ ଯୁବ ଛାତ୍ର ତାଙ୍କୁ କେତେ ଭଲ ପାଆନ୍ତି ତାହାର ଏକ ଫୋଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି l ବିଜେପି ଉତ୍ତରିଆ ପକାଇ ଜଣେ ଯୁବ ନେତ୍ରୀ ଅରୁଣଙ୍କ ପୋଷ୍ଟର ରେ ସେଲ୍ଫି ନେବା ଫୋଟୋ ହଁ ତାହା ବୟାନ କରୁଛି l ଯାହା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି l
ନୟାଗଡ଼ ଜିଲ୍ଲା ଯଦୁପୁର ଗ୍ରାମର ପରୀ ହତ୍ୟାକାଣ୍ଡ ନେଇ ବିଭିନ୍ନ ରାଜନୈତିକ ଦଳ ପ୍ରକୃତ ହତ୍ୟାକାରୀକୁ ନ ଧରି କେସ ର ମୋଡ଼ ବଦଳାଇବାରେ ଲାଗିଛନ୍ତି। ମନ୍ତ୍ରୀ ଅରୁଣ ସାହୁ ଜଣେ ଲୋକପ୍ରିୟ ନେତା ଭାବରେ ସାରା ଓଡିଶା ରେ ପରିଚିତ । ସେ ସଦାବେଳେ ନିଜ କର୍ମୀଙ୍କୁ ଆହ୍ୱାନ ଦିଅନ୍ତି ମୋ ମୋବାଇଲ ଫୋନ ୨୪ ଘଣ୍ଟା ଅନ ଅଛି, ଯେତେବେଳେ ଯାହାର ଯେଉଁ ଅସୁବିଧା ହେବ ସଙ୍ଗେ ସଙ୍ଗେ ଜଣାଇବ। ଠିକ ଅନ୍ୟ ମାନଙ୍କ ଭଳି ସେଦିନ ମଧ୍ୟ ସରପଞ୍ଚ ସୌମ୍ୟ ମନ୍ତ୍ରୀଙ୍କୁ ଫୋନ କରିଥିଲେ। ପଞ୍ଚାୟତ ର କର୍ମୀଙ୍କ ଦୁଃଖ ସୁଖ ରେ ସାମିଲ ହେବାରେ ନିଜକୁ ଟିକେ ହେଲେ ହେଳା କରନ୍ତି ନି କି ଦୁର୍ନୀତି କୁ ପ୍ରଶୟ ଦିଅନ୍ତିନି।ତେଣୁ ହଠାତ ଅରୁଣଙ୍କ ବିରୋଧରେ ଏପରି ପ୍ରତିବାଦ ଏକ ରାଜନୈତିକ ଷଡ଼ଯନ୍ତ୍ର ବୋଲି କିଛି ନେତା କହୁଛନ୍ତି l
ଏ ସବୁ ଭିତରେ ପରୀ ପ୍ରକୃତ ହତ୍ୟାକାରୀ କୁ ଚିହ୍ନଟ କରିବା ପାଇଁ ରାଜ୍ୟ ସରକାର କ୍ରାଇମବ୍ରାଞ୍ଚ ଓ ଏସଆଇଟି କୁ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ମନ୍ତ୍ରୀ ଅରୁଣ କୁମାର ସାହୁ ପରୀ କେସ କୁ ରାଜନୀତି ନ କରି ପ୍ରକୃତ ହତ୍ୟାକାରୀ କୁ ଚିହ୍ନଟ କରିବା ସହିତ ପରୀକୁ ଉଚିତ ନ୍ୟାୟ ମିଳିବା ଦରକାର ବୋଲି କହିଛନ୍ତି।
ତେବେ ଯେଉଁ ଫୋଟୋ ଭାଇରାଲ ହେଉଛି ସେ ନେତ୍ରୀ ଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ l