ଯାନ୍ତ୍ରିକ ପଦ୍ଧତିରେ ବିହନ ଧାଡ଼ି ବୁଣା ବଢାଇବ ଚାଷୀଙ୍କ ଆୟ

- Advertisement -

()ଯାନ୍ତ୍ରିକ ପଦ୍ଧତି ରେ ଧାଡ଼ି ରେ ଧାନ ବିହନ ବୁଣି ଚାଷ କଲେ ଧାନଚାଷ ପାଇଁ ୪୦% ଜଳ କମ୍ ଆବଶ୍ୟକ ପଡ଼ିବ ବୋଲି ଆନ୍ତର୍ଜାତିକ ଧାନ ଗବେଷଣା ସଂସ୍ଥା ଇରିର ବୈଜ୍ଞାନିକ ଅଶୋକ କୁମାର ଯାଦବ କହିଛନ୍ତି। ଭୁବନେଶ୍ଵର ରେ ଆୟୋଜିତ ଏକ କୃଷି କର୍ମଶାଳା ରେ ମୁଖ୍ଯ ବକ୍ତା ଭାବେର ଯୋଗ ଦେଇ ଯାଦବ କହିଛନ୍ତିି ଯେ ଯାନ୍ତ୍ରିକ ପଦ୍ଧତି ରେ ଧାନ ବିହନ ବୁଣି ଚାଷ କଲେ କେବଳ କମ୍ ଜଳ ଆବଶ୍ୟକ ପଡିନଥାଏ ଏହା ଦ୍ୱାରା ମୂଲିଆ ଖର୍ଚ୍ଚ ମଧ୍ୟ ୪୦% କମିଯାଏ। ଧାଡ଼ି ରେ ବିହନ ବୁଣି ଚାଷ କରିବା ଦ୍ବାରା ଫସଲ ରେ ରୋଗ ପୋକ କମିବା ସହିତ ଅଧିକ ଫସଲ ଅମଳ ହୋଇଥାଏ। ଏହି ପ୍ରଣାଳୀ ରେ ଚାଷ କଲେ ଧାନ ଜମି ରୁ ମିଥେନ ଗ୍ୟାସ ନିର୍ଗମନ କମି ଥାଏ ଏବଂ ବାୟୁମଣ୍ଡଳ କୁ ପ୍ରଦୂଷଣମୁକ୍ତ ରୁହେ। ଧାନ ଚାଷ ସହିତ ଅନ୍ୟାନ୍ୟ ଡାଲି ଏବଂ ତୈଳ ବୀଜ ଜାତୀୟ ଚାଷ ଯାନ୍ତ୍ରିକ ପଦ୍ଧତି ରେ ଧାଡ଼ିରେ ବୁଣି ଚାଷ କଲେ ଉତ୍ପାଦନ ଖର୍ଚ୍ଚ କମିବା ସହିତ ଫସଲରୁ ଅଧିକ ଅମଳ ମିଳିଥାଏ ବୋଲି ଯାଦବ କହିଛନ୍ତି। ଏହା ଦ୍ବାରା ମହିଳା ମାନେ ନଇଁ କରି ଧାନ ରୁଆ ସମୟରେ ଭୋଗୁଥିବା ଶାରୀରିକ ଯନ୍ତ୍ରଣାରୁ ରକ୍ଷା ପାଇପାରିବେ।

ଆଗାମୀ ଦିନରେ ଓୟୁଏଟି ର କୃଷି ବିଜ୍ଞାନ କେନ୍ଦ୍ର ଡିଏସଆର ର ସମ୍ପ୍ରସାରଣ ପାଇଁ ସହାୟତା ଯୋଗାଇଦେବ ବୋଲି ଆଜିର ମୁଖ୍ୟ ଅତିଥି ତଥା ଓୟୁଏଟି ର ଡିନ୍ ରିସର୍ଚ୍ଚ ପ୍ରଶ୍ନଜିତ ମିଶ୍ର କହିଥିଲେ। ଚାଷୀର ଆୟ ବୃଦ୍ଧି ରେ ଧାଡ଼ି ବୁଣା ଚାଷ ସହାୟ ହୋବ ବୋଲି ଆମନ୍ତ୍ରିତ ଅତିଥି ତଥା କୃଷି କର୍ମଣ ପୁରସ୍କାର ପ୍ରାପ୍ତ ଚାଷୀ ଦୀଲ୍ଲିପ ବରାଳ କହିଛନ୍ତି।  ଆଗାମୀ ଦିନରେ ଅଧିକରୁ ଅଧିକ ଧାନ ଚାଷ ଧାଡ଼ି ବୁଣା ପଦ୍ଧତି ରେ କରିବି ବୋଲି ଅନ୍ୟତମ ଅତିଥି ମୟୂରଭଞ୍ଜ ର ଅଗ୍ରଣୀ ମହିଳା ଚାଷୀ ମୋଲା ମାରାଣ୍ଡି କହିଥିଲେ। ଡିଏସଆର ର ବିଭିନ୍ନ ଉପାଦେୟତା ଉପରେ ଚାଷୀ ମାନେ ନିଜର ମତାମତ ଦେଇଥିଲେ। ଏହି କର୍ମଶାଳାରେ ବରଗଡ଼, କଳାହାଣ୍ଡି,ପୁରୀ, କଟକ, ଖୋର୍ଦ୍ଧା,ଭଦ୍ରକ, ଗଞ୍ଜାମ ଓ ମୟୂରଭଞ୍ଜ ଭଳି ଆଠଟି ଜିଲ୍ଲା ର ୧୫୦ ରୁ ଅଧିକ ଚାଷୀ ମାନଙ୍କ ସହିତ , ବହୁ ସ୍ବେଛାସେବୀ ସଂଗଠନ, କୃଷି ବୈଜ୍ଞାନିକ ଏବଂ କୃଷି ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ। ଇରି ଚଳିତ ବର୍ଷ ରାଜ୍ୟରେ ପ୍ରାୟ ୧୨ ହଜାର ହେକ୍ଟର ଜମିରେ ଡିଏସଆର ପଦ୍ଧତି ରେ ଧାନ ଚାଷ ପାଇଁ ଯାନ୍ତ୍ରିକ ସହାୟତା ସହିତ ଚାଷୀ ମାନଙ୍କୁ ପ୍ରଶିକ୍ଷଣ ଯୋଗାଇ ଦେଇଛି। ଓଡ଼ିଶା ରେ ୫ ଲକ୍ଷ ହେକ୍ଟର ଜମିରେ ଡିଏସଆର ପଦ୍ଧତି ରେ ଚାଷ କରାଯାଇ ପାରିବ ବୋଲି ଇରି ସର୍ଭେ କରିଛି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles