ରାଜ୍ୟ ଅର୍ଥନୀତି ହେବ ଗତିଶୀଳ : ସଞ୍ଜୟ ଦାସବର୍ମା

- Advertisement -

ଭୁବନେଶ୍ୱର :ରାଜ୍ୟ ଅର୍ଥନୀତି ହେବ ଗତିଶୀଳ l ଏନେଇ ଲମ୍ବା ଖସଡ଼ା ପ୍ରସ୍ତୁତ କରିଛି ଯୋଜନା ବୋର୍ଡ l ଲୋକସେବା ଭବନରେ ଏକ ଉଚ୍ଚ ସ୍ତରୀୟ ବୈଠକ ପରେ ବୋର୍ଡ ଉପାଧକ୍ଷ ସଞ୍ଜୟ ଦାସବର୍ମାଙ୍କ  ଏହା କହିଛନ୍ତି l ରାଜ୍ୟର ଅର୍ଥନୀତିକୁ ଗତିଶୀଳ କରିବାକୁ ସମସ୍ତଙ୍କ ମତାମତ ନିଆଯାଇଛି ! କୋରନା ଯୋଗୁଁ ରାଜ୍ୟର ସମସ୍ୟା ଓ ଆହ୍ୱାନ ବଦଳି ଯାଇଛି ! ପ୍ରବାସୀ ଶ୍ରମିକଙ୍କ ସମସ୍ୟା ଦୂର କରିବା ଲାଗି ବିଭିନ୍ନ ବିଭାଗ ଯୋଜନା ପ୍ରସ୍ତୁତ କରୁଛନ୍ତି ! ସବୁ ବିଭାଗ ମିଶାଇ କିପରି ସମନ୍ୱିତ ଯୋଜନା ପ୍ରସ୍ତୁତ ହୋଇପାରିବ ସେ ନେଇ ଆଲୋଚନା ହୋଇଛି ! ସବୁ ବିଭାଗ ଅଧିକାରୀଙ୍କୁ କୁହାଯାଇଛି 7 ଦିନ ଭିତରେ ସେମାନଙ୍କ ପ୍ରସ୍ତାଵ ଦେବାକୁ ! ପୂର୍ବରୁ ଯେଉଁମାନେ ଯୋଜନା ପ୍ରସ୍ତୁତ କରିଛନ୍ତି ତାଙ୍କ ପରାମର୍ଶ ନିଆଯିବ ! 7 ଦିନ ମଧ୍ୟରେ ସମସ୍ତ ବିଭାଗର ରିପୋର୍ଟ ଆସିବା ପରେ ନବକୃଷ୍ଣ ଚୌଧୁରୀ ସେଣ୍ଟର ଫର ଡେଭଲପମେଣ୍ଟ ଷ୍ଟଡିଜକୁ ରିପୋର୍ଟ ପ୍ରସ୍ତୁତ ପାଇଁ ଦିଆଯିବ ! କିପରି ଆର୍ଥିକ ଅବସ୍ଥା ସୁଦୃଢ ହେବ ସେ ନେଇ ପ୍ରସ୍ତାଵ ଆସିବା ପରେ ଏହି ରିପୋର୍ଟକୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯିବ ! ବିଭିନ୍ନ ବିଭାଗରେ ଅଧିକରୁ ଅଧିକ ଶ୍ରମ ଦିବସ ସୃଷ୍ଟି ସହ ସ୍ଥାନୀୟ ଅଞ୍ଚଳରେ କର୍ମନିଯୁକ୍ତି ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯାଉଛି ! ଏହି ମିଟିଂରେ ଉନ୍ନୟନ କମିଶନରଙ୍କ ସହିତ 13 ଟି ବିଭାଗର ସଚିବ ଓ ଅଧିକାରୀ ମାନେ ଉପସ୍ଥିତ ଥିଲେ !

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles