ଭୁବନେଶ୍ୱର: ବିଶ୍ୱ ଓଡିଆ ମହାସଂଘ ପକ୍ଷରୁ ପବିତ୍ର ଗଣେଶ ଚତ୍ରୁଥି , ନୁଆଁଖାଇ ପର୍ଵ ଏବଂ ଭାରତର ଶ୍ରେଷ୍ଠ 50 ଜଣ ଙ୍କ ମଧ୍ୟରେ ସ୍ଥାନ ପାଇଥିବା ଓଡ଼ିଶାର ଦୁଇ ବିଧାୟକ ଙ୍କୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମ ଆରମ୍ଭରେ ବିଶ୍ୱ ଓଡ଼ିଆ ମହାସଂଘ ର କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ମାନସ ପଟ୍ଟନାୟକ ପ୍ରାରମ୍ଭିକ ସୂଚନା ଦେବା ସହିତ ବିଶ୍ୱ ଓଡ଼ିଆ ମହାସଂଘ ର ସଭାପତି ଶ୍ରୀଯୁକ୍ତ ଡ଼ା ସୁରେନ୍ଦ୍ରନାଥ ମହାପାତ୍ର ଅତିଥି ମାନଙ୍କର ପରିଚୟ ପ୍ରଦାନ କରିବା ସହିତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡିଶା ବିଧାନସଭାର ବାଚସ୍ପତି ଶ୍ରୀଯୁକ୍ତ ସୂର୍ଯ୍ୟ ନାରାୟଣ ପାତ୍ର , ସମ୍ମାନିତ ଅତିଥି ଭାବେ କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ , ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକ ପଣ୍ଡା , ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର , ବିଜେଡ଼ି ର ବରିଷ୍ଠ ନେତା ପୂର୍ବତନ କଟକ ବାରବାଟି ବିଧାୟକ ଶ୍ରୀଯୁକ୍ତ ଦେବାଶିଷ ସାମନ୍ତରାୟ ଏବଂ ଓଡିଶା ପରିବାର ସଦସ୍ୟ ଶ୍ରୀମତୀ ଡେଜାଲିନ୍ ମହାପାତ୍ର ଯୋଗ ଦେଇ ପଶ୍ଚିମ ଓଡିଶାର ଗଣ ପର୍ଵ ନୂଆଖାଇ ଉପରେ ଆଲୋଚନା କରିଥିଲେ ।
କାର୍ଯ୍ୟକ୍ରମ ଆରମ୍ଭରେ ମାନ୍ୟବର ବାଚସ୍ପତି ପ୍ରଦୀପ ପ୍ରଜ୍ଵଳନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ମନ୍ତ୍ରୀ ଅରୁଣ ସାହୁ ଗଣେଶ ପୂଜା ଏବଂ ନୁଆ ଖାଇ ପର୍ଵ ର ଧାର୍ମିକ ସଂଜ୍ଞା ଆଲୋକପାତ କରିଥିଲେ ।
ମନ୍ତ୍ରୀ ଅଶୋକ ପଣ୍ଡା ଯୋଗ ଦେଇ ଓଡ଼ିଶାର ଶ୍ରେଷ୍ଠ ଦୁଇ ବିଧାୟକ ଙ୍କୁ ଶୁଭେଚ୍ଛା ଜଣାଇବା ସହିତ ବିଶ୍ୱ ଓଡ଼ିଆ ମହାସଂଘ ର ଏହି କାର୍ଯ୍ୟକ୍ରମ କୁ ପ୍ରଂଶସା କରିଥିଲେ ।
ଏବଂ ଏଇ କାର୍ଯ୍ୟକ୍ରମ ରେ ଓଡ଼ିଶାର ଦୁଇ ଶ୍ରେଷ୍ଠ ବିଧାୟକ ମାନ୍ୟବର ଯାଜପୁର ବିଧାୟକ ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସ , ଏବଂ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଙ୍କୁ ସମ୍ବର୍ଦ୍ଧିତ କରାଯାଇ ଥିଲା।
ମାନ୍ୟବର ବିଧାୟକ ପ୍ରଣବ ପ୍ରକାଶ ଦାସ ଏହି ସଫଳତା ର ଶ୍ରେୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଏବଂ ଓଡ଼ିଶାର ସମସ୍ତ ଜନ ସାଧାରଣଙ୍କୁ ଦେଇଥିଲେ ।
ମାନ୍ୟବର ବିଧାୟକ ତାରାପ୍ରସାଦ ବାହିନୀପତି ଏହି କାର୍ଯ୍ୟକ୍ରମ ପାଇଁ ବିଶ୍ୱ ଓଡ଼ିଆ ମହାସଂଘ କୁ ଦେବା ସହିତ ଓଡିଆ ମହାସଂଘର ସଭାପତି ଡା. ସୁରେନ୍ଦ୍ରନାଥ ମହାପାତ୍ରଙ୍କୁ ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମରେ ବିଶ୍ୱଓଡିଆ ମହାସଂଘର ପ୍ରକାଶ ରଂଜନ ମଲ୍ଲିକ, ସଂଜୟ ମହାକୁଡ, ରାମକୃଷ୍ଣ ପାଢୀ, ରୁଦ୍ର ନାରାୟଣ ଦାଶ,ଜିତେନ୍ଦ୍ର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଶେଷରେ ସୋସିଆଲ ମିଡିଆ ସଂଯୋଜକ ସୌମ୍ୟ ସ୍ୱପ୍ନସରିତ ରାଟସିଂହ ଧନ୍ୟବାଦ ଅର୍ପଣ କରିଥିଲେ ।