() ଚକ୍ରପରି ବୁଲୁଛିି ସମୟ । ସମୟ ଚକ୍ରରେ ଜୀବନ ବୁଲୁଛି । ଏହି ଜୀବନ ଚକ୍ରରେ ସର୍ମ୍ପକ ଅନେକ ଆପେଆପେ ଗଢିଉଠେ । କିଛି ସର୍ମ୍ପକ ଚିରଦିନ ପାଇଁ ଯୋଡ଼ି ହୋଇଯାଏ ଆଉ କିଛି ସର୍ମ୍ପକ ଚଲା ବାଦଲ ପରି ଚାଲିଯାଏ ସମୟର ସହିତ । ହେଲେ ତାହାରି ଭିତରେ ମଣିଷକୁ ବଂଚିବାକୁ ପଡ଼େ । ଏମିତି ଜୀବନ ବିତିିଚାଲିଥିଲା । ହଠାତ ଦୁଇବର୍ଷ ହେବ ଏକ ଅଦୃଶ୍ୟ ଶକ୍ତି ଆସିଲା ତାହା ଜୀବନ ରାସ୍ତାରେ ଏବେ ପ୍ରତିିବନ୍ଧକ ସାଜିଛି । ମଣିଷ ଚାହିଲେ ବି କିଛି କରିପାରୁନି । ବରଂ ସମୟ ଅନୁସାରେ ତାକୁ ଭୟ କରି ନିଜକୁ ସୁରକ୍ଷତି ରଖିବା ପାଇଁ ବାଟ ଖୋଜୁଛି । କଣ କରିବ , କଣ ନକରିବ ତାହା ବି ଭାବିପାରୁନାହିଁ । କେବଳ ପ୍ରତି ମୃହୁର୍ତ୍ତରେ ଜୀବନ କିପରି ବଂଚି ରହିବ ସେ ଚିନ୍ତା ଘାରିଛି ତାକୁ । ଅନେକ କଥା,ବ୍ୟଥା , କଟକଣା, ଉପଦେଶ ସାଙ୍ଗକୁ ଚିନ୍ତା ବାହାରେ ଗୋଟେ ପୃଥିବୀ ଦେଖୁଛି ସେ । ଯେଉଁଠି କୋଳାହଳ ନୁହେଁ, ଶୂନଶାନର ରାଜ ଚାଲିଛି । ଯେଉଁଠି ଦିନରାତି ଏକ ପରି ଲାଗୁଛି । ଗୋଟିଏ ଭୂତାଣୁ ପାଖରେ ହାର ମାନୁଛି ବିଶ୍ୱ । ମଣିଷ ତ ମଣିଷ ଭଗବାନଙ୍କ ପୂଜାପାଠରେ ବି କଟକଣା ଲାଗିଛ ି । ଲାଗୁଛି ଯେମିତି ଏକ ନୂଆ ପୃଥିବୀ ସୃଷ୍ଟିର ଏହା ଏକ ଅୟ ଆରମ୍ଭ । ଯେ କୌଣସି ଗୋଟେ ଆରମ୍ଭ ପୂର୍ବରୁ କିଛି ନା କିଛି କଷ୍ଟ ବାଟଦେଇ ଯିବାକୁ ପଡ଼େ । ଠିକ ସେହିି ସମୟ ଦେଇ ଏବେ ବୋଧେ ସଂସାର ଗତି କରୁଛି । ଯାହାର ଆରମ୍ଭ ଆମକୁ ଅତିଷ୍ଠ କଲାଣି । ତଥାପି ଏହି ସମୟକୁ ଆମକୁ ସାମ୍ନା କରିବାକୁ ପଡ଼ିବ । ହଁ ଏ ଆରମ୍ଭ ଆମକୁ କଷ୍ଟ ଦେଉଛି , ଯନ୍ତ୍ରଣା ଦେଉଛି , ନିଜ ଲୋକଙ୍କୁ ଦୂରେଇ ଦେଉଛି , କାହାର ସଂସାର ଉଜାଡ଼ି ଦେଉଛି ତ କାହାର ସର୍ମ୍ପକ ଛିହ୍ନ କରୁଛି । ପୁଣି କାହାକୁ ଏକୁଟିଆ କରିଦେଉଛି । ହେଲେ ଏସବୁ ଭିତରେ ବି ଆମକୁ ବଂଚିବାର ରାହା ଦେଉଛି ଓ ଅନେକ ଶିକ୍ଷା ବି ଦେଉଛି । ଏ ସମୟ ଆମକୁ ଚେତାଇ ଦେଇଛି ଯେ , ଏ ସୁନ୍ଦର ଦୁନିଆରେ ବି କିଛି ଅସୁନ୍ଦରତା ରହିଛି । ଆଉ ସେହି ଅସୁନ୍ଦରତା ଭିତରୁ ବି ନୂତନ ସୌନ୍ଦର୍ଯ୍ୟ ଜାତ ହେଉଛି । ଯେମିତି ପଙ୍କରୁ ପଦ୍ମ, ଅଳିଆରୁ ଗଜା, ନାଳ,ରକ୍ତ,ପାଣି ଭିତରୁ ଜୀବନର ସୃଷ୍ଟି । ଠିକ ସେହିପରି ଏ ସମୟ । ଅଦୃଶ୍ୟ ଭୂତାଣୁ ତାଣ୍ଡବ ପରେ ଏମିତି ଏକ ନୂତନ ଦୁନିଆ ଆଡ଼କୁ ଆମେ ଗତି କରୁଛନ୍ତି । ଆଉ ଯେଉଁ ଦୁନିଆରେ ପ୍ରକୃତି,ପାହାଡ଼, ପରିବେଶ, ଜୀବଜନ୍ତୁ ସଭିଁଙ୍କର ଥିବ ସ୍ୱତନ୍ତ୍ରତା ଓ ବଂଚିବାର ହକ । ତାରତମ୍ୟ ନୁହେଁ , ବରଂ ରହିବ ପରସ୍ପର ପରସ୍ପର ସହିତ ସର୍ମ୍ପକ ଓ ଭଲପାଇବା । ମଣିଷ କିପରି ନିଜ ଭିତରେ ଥିବା ଅମଣିଷ ପଣ, ଗର୍ବ ,ଅହଂକାର, ଲୋଭ, ମାୟା ଭିତରୁ ବାହାରି ଧୀରେଧୀରେ କିପରି ସୁପଥରେ ଯିବ ତାହା ଏବେ ସମୟ ଆହ୍ୱାନ ଦେଉଛି । ନିଜେ ସୁଖରେ ବଂଚିବା ସହ ଅନ୍ୟମାନଙ୍କ ସୁଖରେ ବଂଚିବା ପାଇଁ ସହଯୋଗ କରିବା ତାହା କେଉଁଠି ନା କେଉଁଠି ଏ ସମୟ ଆମକୁ ଶିକ୍ଷା ଦେଇଚାଲିଛି । ପ୍ରେମ, ସଦଭାବନା, ସ୍ନେହ, ସାହାର୍ଯ୍ୟ, ସହଯୋଗ, ଶୃଙ୍ଖଳା, ଜୀବନଚର୍ଯ୍ୟା, ଯୋଗ, ଭୋଗ , ଚେରମୂଳି ଓ ମେଡ଼ିସିନ, ଆଧୁନିକତା, ପାରମ୍ପିରକ, ପୁରାଣ.ଶାସ୍ତ୍ର, ବେଦ ଓ ଅଧ୍ୟାତ୍ମକତା , ସାଙ୍ଗ , ସାଥି, ପରିବାର , ରକ୍ତ ସର୍ମ୍ପକ ଓ ଆତ୍ମ ସର୍ମ୍ପକ , ଜୀବଜନ୍ତୁ, ଗଛଲତା, ବିଶାଳର ପ୍ରକୃତି ସହିତ ଆମକୁ ବଂଚିବାକୁ ପଡ଼ିବ ତାହା ବି ଶିକ୍ଷା ଦେଇଛି ଏ ସମୟ ।
ବିପଦ ଟଳିଯିବ, ସମୟ ପରିବର୍ତ୍ତନ ହୋଇଯିବ , ସବୁଦିନ ଏ ଭୁତାଣୁ ନଥିବ କି କଟକଣା । ସବୁଦିନ ତୁମେ ନଥିଲେ , କି ମୁଁ । ହେଲେ ଏ ଦୁନିଆ ଥିବ , ଏମିତି ନୂଆ ସମୟ ଆସିବ ଓ ନୂୂଆ ଦୁନିଆ ଦେଖୁଥିବ ବିଶ୍ୱ । ତେଣୁ ଏସବୁ ଚିନ୍ତା ନକରି ଚାଲ ଜୀବନକୁ ବୁଝିବା ଓ ସମୟର ଆହ୍ୱାନରେ ନିିଜେ ବଂଚିବା ଓ ଅନ୍ୟକୁ ବଂଚିବାରେ ସହଯୋଗ କରିବା । ଏଥିଲାଗି ତ ପିଲାଦିନେ ଗୀତଟେ ଅନେକ ଶୁଣିଛନ୍ତି ଓ ପ୍ରାର୍ଥନା ବୋଲିଛନ୍ତିି କି ସୁନ୍ଦରର ଆହା କି ଆନନ୍ଦମୟ ଏହି ବିଶାଳ ସଂସାର । ଧନ୍ୟ ମହାପ୍ରଭୃ ମହିମା ତୁମର , ଅଟେ ଅନନ୍ତ ସାଗର…….