ଭୁବନେଶ୍ୱର : NINLର କର୍ମଚାରୀ ଓ ଶ୍ରମିକଙ୍କ ୭ମାସର ଦରମା ମିଳିବା ନେଇ @SecyChief ଅସିତ ତ୍ରିପାଠୀଙ୍କୁ ଚିଠି ଲେଖିଛନ୍ତି ସୁକିନ୍ଦା ବିଧାୟକ ପ୍ରୀତି ରଞ୍ଜନ ଘଡ଼ାଇ l ଚିଠିରେ ବିଧାୟକ ଭିତ୍ତିଭୂମି,ଖଣି ଲିଜ୍ ଏବଂ ଉଚ୍ଚକୁଟୀର ମାନବ ସମ୍ବଳ ଥିବା NINLକୁ ଲାଭ ପ୍ରଦାନକାରୀ ସଂସ୍ଥା SAIL ବା RNIL ଅଥବା NMDCରେ ବିଲୟ କରି ପୁନଃଋଦ୍ଧାର କରିବାକୁ ଶିଳ୍ପ ଏବଂ ଖଣି ଓ ଇସ୍ପାତ ସଚିବଙ୍କୁ ଦାବି କରିଛନ୍ତି । କମ୍ପାନୀର କର୍ମଚାରୀ ମାନେ ମହାମାରୀ ସମୟରେ ଦରମା ନପାଇ ବହୁତ ଦୁଃଖରେ ଅଛନ୍ତି l ତେଣୁ ତୁରନ୍ତ ସେମାନଂକୁ ଦରମା ଦେବାର ବ୍ୟବସ୍ଥା କରିବାକୁ ସେ ଦାବି କରିଛନ୍ତି l ସବୁଠାରୁ ବିଡମ୍ବନାର ବିଷୟ ହେଉଛି ଓଡ଼ିଆ ପୁଅ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ପାତ ମନ୍ତ୍ରୀ ଥାଇ ମଧ୍ୟ ନୀଳାଞ୍ଚଳ ଇସ୍ପାତ ନିଗମ ବନ୍ଦ ହେବା ଓ କର୍ମଚାରୀ ଦରମା ନପାଇବା ଦୁଃଖର ବିଷୟ l କାରଣ କଳିଙ୍ଗ ନଗରରେ ଥିବା ଏସିଆ ମହାଦେଶର ସର୍ବ ଉକୃଷ୍ଟ ପିଗ ଆଇରନ ଉତ୍ପାଦନକାରୀ କମ୍ପାନୀ ନିଳାଞ୍ଜଳ ଇସ୍ପାତ ନିଗମ ବନ୍ଦ । କମ୍ପାନୀର ଭବିଷ୍ୟତ କଣ ହେବ ତାହା ଏବେ ଅନିଶ୍ଚିତା ଭିତରେ । କିଛି ଦିନ ତଳେ କେନ୍ଦ୍ର କ୍ୟାବିନେଟ ସରକାରଙ୍କ ଉଦ୍ୟୋଗୀ ପୁଞ୍ଜି ପ୍ରତ୍ୟାହାର କରିବା ନିଷ୍ପତି ପରେ ଏହାକୁ ନେଇ ଏବେ ଉଠିଛି ପ୍ରଶ୍ନ । ତୁରନ୍ତ କେନ୍ଦ୍ର ଓ ରାଜ୍ୟ ସରକାର ଏହି କମ୍ପାନୀକୁ ଚାଲୁକରିବା ପାଇଁ ପଦକ୍ଷପ ନେବାକୁ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ ଘଡ଼ାଇ ଦାବି କରିଛନ୍ତି । ସେ କହିଛନ୍ତି କଳିଙ୍ଗ ନରଗ ଶିଳ୍ପର ନଗରୀ ହୋଇଥିବା ବେଳେ ଏସିଆର ସର୍ବବୃହତ ପିଗ ଉତ୍ପାଦନକାରୀ କମ୍ପାନୀ ବନ୍ଦ ହେବା ରାଜ୍ୟକୁ ବ୍ୟଥିତ କରିଛି । ସେହିପରି ଓଏମସି ପାଖରେ ଆବଶ୍ୟକ କଞ୍ଚାମାଲ ଥିବା ସହ ଓ ନିଳାଞ୍ଚଳ ପାଖରେ ଦଇତାରୀ ଖଣି ଥିବାରୁ ରାଜ୍ୟ ସରକାର ଏହାକୁ ନିଜ ଅଧିନରେ ରଖିବା ପାଇଁ ପିସିସି ସଭାପତି ଦାବି କରିଛନ୍ତି । ପିଗ ଆଇନର ଉତ୍ପାଦନ କରିବା ପାଇଁ ଯେଉଁ ସୁଯୋଗ ଅଛି ତାହାକୁ ସରକାର ନହରାନ୍ତୁ ବୋଲି ସେ ଦାବତି କରିଛନ୍ତି । ସେପଟେ ନିଳାଞ୍ଚଳ ଇସ୍ପାତ କମ୍ପାନୀ ଆର୍ଥକ ଦୂରବସ୍ଥାର ସୁଧାର ଆଣିବା ୨୦୧୭ ମସିହାରେ ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ଅବଗତ କରାଯାଇଥିଲେ । ଧୀରେଧୀରେ କମ୍ପାନୀର ଆର୍ଥକ ଅବସ୍ଥା ଭୁଷୁଡ଼ିବାରେ ଲାଗିଥିଲା । ଶେଷରେ ୨୦୧୯ ମସିହାରୁ କମ୍ପାନୀ ରୁଗୁଣ ଅବସ୍ଥାକୁ ଯିବା ସହ ୨୦୨୦ ମାର୍ଚ୍ଚ ମାସରୁ ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି । କମ୍ପାନୀର ୩ହଜାର ୫୦୦ କର୍ମଚାରୀ ଆଜକୁ ୬ମାସଦ ହେବ ଦରମା ବି ପାଇନାହାନ୍ତି । ଅନ୍ୟପଟେ ସମସ୍ୟା ଭିତରେ ଥିବା ନିଳାଞ୍ଚଳ ଇସ୍ପାତ ନିଗମର ସୁଧାର ଆଣିବା ପାଇଁ କେନ୍ଦ୍ର ସରକାର ପ୍ରୟାସ କରିଥିବା ବିଜେପି କହିଛି । ନିଳାଞ୍ଚଳ ଇସ୍ପାତ ନିଗମରରେ ଏମଏମଟିସିର ସର୍ବାଧିକ ୪୯;୭୮ ୂପ୍ରତିଶତ ଅଂଶଧନ ଥିବାବେଳେ ଏନଏମଡ଼ିସିର ୧୦:୧୦ ପ୍ରତିଶତ , ମେକନ ଓ ଜେନର ୦: ୬୮ ପ୍ରତିଶତ ଅଂଶଧନ, ଓଏମସିର ୨୦;୪୭ ପ୍ରତିଶତ , ଓ ଇପିକଲର ୧୨ ପ୍ରତିଶତ ଅଂଶଧନ ରହିଛି । ଦେଶରେ ଆର୍ଥକମାନ୍ଦାବସ୍ଥା ଚାଲିଥିବା ବେଳେ ନିଳାଞ୍ଚଳ ଇସ୍ପାତ ନିଗର ଭାଗ୍ୟ କଣ ହେବ ତାହାକୁ ଉପରେ ସଭିଁଙ୍କ ନଜର l