ଭୁବନେଶ୍ୱର : ଓଡ଼ିଶା ଶିଳ୍ପ ଜଗତର ଏକ ମାଇଲଖୁଣ୍ଟ ରୂପେ ପରିଚିତ ନୀଳାଚଳ ଇସ୍ପାତ ନିଗମକୁ ଘରୋଇ କମ୍ପାନୀକୁ ବିକ୍ରି କରିବା ପାଇଁ ବିଜେଡ଼ି ଓ ବିଜେପି କରିଥିବା ମସୁଧାକୁ ଘୋର ନିନ୍ଦା ଓ ସମାଲୋଚନା କରିଛି କଂଗ୍ରେସ । ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଶ୍ରୀ ପଂଚାନନ କାନୁନଗୋ, ବରିଷ୍ଠ ନେତା ଜ୍ଞାନଦେବ ବେଉରା ଓ ମୁଖପାତ୍ର ପ୍ରଶାନ୍ତ ଶତପଥିଙ୍କ ଉପସ୍ଥିତିରେ ନୀଳାଚଳ ଇସ୍ପାତ ନିଗମର ବିକ୍ରି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ କଡ଼ା ସମାଲୋଚନା କରିଥିଲେ । ସେ କହିଥିଲେ ଯେ ତଳସ୍ତରରେ ଯଦିଓ ଲୋକ ଦେଖାଣିଆ ଭାବରେ ବିଜେଡ଼ି-ବିଜେପି ନିଜ ନିଜ ଭିତରେ ବେଶ୍ କଳିର ନାଟକ ଦେଖାଉଛନ୍ତି, ତେବେ ରାଜ୍ୟର ଖଣି, ଜମି, ପାଣି, କଳ କାରଖାନା ବିକ୍ରିପାଇଁ ଦୁହେଁ ଏକାଠି ଓ ସହମତ । ରାଜ୍ୟ ବିଜେଡ଼ି କେନ୍ଦ୍ର ବିଜେପି ପାଖରେ କେଉଁ ଉଦ୍ଦେଶ୍ୟରେ ଆତ୍ମ ସମର୍ପଣ କରିଛି ତାହା ଆଦୌ ବୁଝା ପଡ଼ୁନାହିଁ । ରାଜ୍ୟର ସ୍ୱାର୍ଥକୁ ବଳିଦେଇ, ନିଜ ନିଜ ସ୍ୱାର୍ଥରକ୍ଷା ଉଦ୍ଦେଶ୍ୟରେ ଉଭୟ ବିଜେପି ଓ ବିଜେଡ଼ି ଲାଗିଛନ୍ତି । ରାଜ୍ୟର ଏକ ଲାଭଦାୟକ କାରଖାନା- ନୀଳାଚଳ ଇସ୍ପାତ ସଂପର୍କୀୟ ଚୁକ୍ତିପତ୍ରରୁ ଏକଥା ସ୍ପଷ୍ଟ ଅନୁମେୟ । ଗତ ଅଗଷ୍ଟ ୨୭ ତାରିଖରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଏକ ଉଚ୍ଚସ୍ତରୀୟ ବୈଠକ ବସି ନିଳାଚଳ ନିଗମର ଅଂଶ ବିକ୍ରି ପାଇଁ ଯେଉଁ ବିକଳିଆ ଭାବ ଦେଖାଯାଇଥିଲା, ତାହା ସେହି ଦିନର ଅଫିସ୍ ମେମୋରେଣ୍ଡମ ରୁ ସ୍ପଷ୍ଟ ଜଣାପଡ଼େ । ଏହି ବୈଠକରେ କେନ୍ଦ୍ରମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନ, ପୀୟୁଷ ଗୋଏଲ ଓ ହାରଦୀପ୍ ସିଂହ ପୁରୀ ଙ୍କ ସହିତ ରାଜ୍ୟ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ ମୁଖ୍ୟ ଶାସନ ସଚିବ ଅସୀତ୍ ତ୍ରିପାଠୀ ଆଦି ଅଗଷ୍ଟ ୧୩ ତାରିଖ ୨୦୨୦ରେ ଅପରାହ୍ନ ୪ଟା ବେଳେ ଯୋଗଦେଇ ନୀଳାଚଳର ଅଂଶଧନ ବିକ୍ରିପାଇଁ ପ୍ରସ୍ତାବ ଅନୁମୋଦନ କରିଛନ୍ତି । ଏ ମଧ୍ୟରେ ଆଉ ଏକ ପାଦ ଆଗେଇ ଯାଇ ବିକ୍ରିପାଇଁ କ୍ଷେତ୍ର ପ୍ରସ୍ତୁତ ହୋଇ ସାରିଲାଣି । ମୁଖ୍ୟ ଶାସନ ସଚୀବଙ୍କ ଏ ସଂପର୍କରେ ଅତ୍ୟଧିକ ବ୍ୟଗ୍ରତା ମଧ୍ୟ ସ୍ପଷ୍ଟ ବାରି ହୋଇଯାଉଛି । ଯେଉଁଥିରେ ସେ କହିଛନ୍ତି ଯେ ଏହି କାରଖାନାର ମୂଲ୍ୟବାନ ଖଣି, ଜଳ ଯୋଗାଣ, ମୂଲ୍ୟବାନ ଜମି ଓ ଉତମ ଯୋଗାଯୋଗ ବ୍ୟବସ୍ଥା ପ୍ରସ୍ତୁତ ହୋଇସାରିଛି । ଏହାକୁ ବିକ୍ରି କରି ଦେବା ନିମନ୍ତେ ଏହାହିଁ ପ୍ରକୃତ ସମୟ । ଏହାକୁ ମିଳିଥିବା ଖଣି କାର୍ଯ୍ୟ ଗତ ଫେବୃୟାରୀ ଓ ମାର୍ଚ୍ଚ ମାସରେ ଆରମ୍ଭ ହୋଇଥିଲା । ଏହି କାରଖାନାର ସବୁଠାରୁ ବଡ଼ ସଂପଦ ହେଉଛି ୮୭୪.୨୯ ହେକ୍ଟର ପରିମିତ ଖଣି ଯେଉଁଥିରେ ୧୧୦ ମିଲିଅନ ଟନ୍ ଲୁହାପଥର ଗଚ୍ଛିତ ଅଛି ଏବଂ ଏହି ପଥରରେ ଲୌହ ଅଂଶ ୬୫% ରୁ ଅଧିକ । ଏହି ଖଣି ଲିଜ୍ର ଅବଧି ୫୦ ବର୍ଷ ଥିଲେ ମଧ୍ୟ ଅଳ୍ପ କିଛି ଦିନ ତଳେ ଏହାକୁ ଫରେଷ୍ଟ କ୍ଲିୟରାନ୍ସ ମିଳିଛି । ଏହି ଖଣିରୁ ୧୦.୮.୨୦୧୯ ରେ ପ୍ରଥମ ଉତୋଳନ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହାହିଁ ଘରୋଇ କମ୍ପାନୀମାନଙ୍କ ପାଇଁ ସର୍ବୋତମ ଲୋଭନୀୟ ଆକର୍ଷଣ ସାଜିଛି । ରାଜ୍ୟକୁ ଉପଯୁକ୍ତ ମୂଲ୍ୟ ମିଳୁ ବା ନମିଳୁ, ବିଜେଡ଼ି ଓ ବିଜେପି ନେତାଙ୍କୁ ବେଶ୍ ଭଲ କମିଶନି ନିଶ୍ଚୟ ମିଳିବ । ଏହି କମିଶନି ବଂଟାବଂଟିରେ ବିଜେଡ଼ି ଓ ବିଜେପି ଏକାଠି କାରଖାନା ନାମରେ ଖଣି ହାତେଇବେ ଓ କାରଖାନା ବନ୍ଦ ହେବ । ନୀଳାଚଳ ଇସ୍ପାତ ନିଗମରେ ବର୍ତମାନ କାର୍ଯ୍ୟକରୁଥିବା ୫ହଜାରରୁ ଉର୍ଦ୍ଧ କର୍ମଚାରୀ ଛଟେଇ ହେବାର ଆଶଙ୍କା ଦେଖାଦେଇଛି । ଜାଣିସୁଣି ସରକାର ନୀଳାଚଳ ଇସ୍ପାତ ନିଗମର ଉତ୍ପାଦନକୁ ବିଗତ କିଛି ମାସ ହେଲାଣି ବନ୍ଦକରି ଦେଇଛନ୍ତି । ସେଠାରେ କାର୍ଯ୍ୟକରୁଥିବା ହଜାର ହଜାର କର୍ମଚାରୀ ମାସ ମାସ ଧରି ଦରମା ନପାଇ କରୋନା ମହାବିପତି ସମୟରେ ହନ୍ତସନ୍ତ ହେଉଛନ୍ତି । ଏମାନଙ୍କ ବିଷୟରେ ଉଭୟ କେନ୍ଦ୍ର ବିଜେପି ଓ ରାଜ୍ୟ ବିଜେଡ଼ି ସରକାର ଜାଣିସୁଣି ନୀରବ ରହିବା ଅତ୍ୟନ୍ତ ଦୁଭାର୍ଗଜନକ । ପ୍ରଧାନମନ୍ତ୍ରୀଙ୍କ ଲୋକାଲରୁ ଭୋକାଲ ହୋଇ ଗ୍ଲୋବାଲ ହେବାର ଆହ୍ୱାନ ଯେ ଏକ ତୁଛା ନିରୋଳା ଧୂଆଁବାଣ ଏକଥା ନୀଳାଚଳ ଇସ୍ପାତ ନିଗମର ବିକ୍ରିପାଇଁ ନିଆଯାଇଥିବା ନିଷ୍ପତିରୁ ସ୍ପଷ୍ଟ ହୋଇଅଛି ।
ଏହି କାରଖାନା ଚଳାଇଲେ ନିଜର ଖଣି (ଉବକ୍ଟ୍ରସଗ୍ଧସଙ୍ଖର ଗସଦ୍ଭରଗ୍ଦ) ଏବଂ ଉନ୍ନତ ମାନର ଇନ୍ଫ୍ରାଷ୍ଟକ୍ଚର ହେତୁ ଅତ୍ୟନ୍ତ ଲାଭ ମିଳିବ । ରାଜ୍ୟ ସରକାର ଓ.ଏମ୍.ସି. ଜରିଆରେ ଏମ୍.ଏମ୍.ଟି.ସି ର ଅଂଶଧନ ୪୯.୭୮ % କାହିଁକି କିଣୁ ନାହାନ୍ତି । ରାଜ୍ୟର କେଉଁ ବୃହତର ସ୍ୱାର୍ଥପାଇଁ ରାଜ୍ୟ ସରକାର କେନ୍ଦ୍ର ସହିତ ନୀଳାଚଳ ଇସ୍ପାତର ବିକ୍ରି ପାଇଁ ରାଜି ହେଲେ ସେ କଥା ରାଜ୍ୟବାସୀଙ୍କ ଆଗରେ ସ୍ପଷ୍ଟ କରିବାକୁ ଶ୍ରୀ କାନୁନ୍ଗୋ ଆହ୍ୱାନ ଦେଇଥିଲେ । ରାଜ୍ୟର ମୁଖ୍ୟ ଶାସନ ସଚୀବ କେନ୍ଦ୍ରର ସମସ୍ତ କାର୍ଯ୍ୟାନୁଷ୍ଠାନକୁ ରାଜ୍ୟ ସରକାର ସମର୍ଥନ କରନ୍ତି ବୋଲି ଉକ୍ତ ଉଚ୍ଚସ୍ତରୀୟ ବୈଠକରେ କହଥିଲେ ଯାହାକି ସଂପୂର୍ଣ୍ଣ ଭାବରେ ରାଜ୍ୟର ସ୍ୱାର୍ଥ ବିରୋଧି । ନୀଳାଚଳ ଇସ୍ପାତ ନିଗରେ- ଗଗଞଉ ରୁ ୪୯.୭୮ %, ଙଗଉ ରୁ ୨୦.୪୭%, ଓଚଉଙଖ ରୁ ୧୨%, ଘଗଊଉ ରୁ ୧୦%, ଈଷରକ୍ଷ, ଗରମକ୍ଟଦ୍ଭ ଌ ଙଗ୍ଧଷରକ୍ସଗ୍ଦ ୭.୬୫% ର ଅଂଶଧନ ରହିଅଛି । ୧୯୮୨ ମସିହାରେ କଂଗ୍ରେସ ସରକାର ସମୟରେ କାରଖାନା ଆରମ୍ଭ ହୋଇଥିଲା ଏବଂ ୧୯୯୫ ମସିହାରୁ ପୁର୍ଣ୍ଣ କାର୍ଯ୍ୟକ୍ଷମ ହୋଇ ଉତ୍ପାଦନ ଆରମ୍ଭ ହୋଇଥିଲା । ଗଗଞଉ କେନ୍ଦ୍ର ଅଧିନସ୍ଥ ଏକ ସଂସ୍ଥା ତେବେ କେନ୍ଦ୍ର ଅଧିନରେ ଥିବା ଝବସକ୍ଷ କୁ ବିକ୍ରି କରିବାକୁ ପ୍ରାଥମିକତା ଦେଲେ ନାହିଁ କାହିଁକି? ନୀଳାଚଳ ଇସ୍ପାତ ନିଗମକୁ ‘ଝବସକ୍ଷ’ ଭଳି ଓଡ଼ିଶାରେ କାର୍ଯ୍ୟକରୁଥିବା ଏକ ରାଷ୍ଟ୍ରାୟତ ଉଦ୍ୟୋଗ ନିଜ ହାତକୁ ନେବା ଉଚିତ୍ ହୋଇଥାନ୍ତା । କିନ୍ତୁ ଅତ୍ୟନ୍ତ ପରିତାପର ବିଷୟ ଏହିକିଯେ ଏ ବିଷୟରେ କେନ୍ଦ୍ର ସରକାର ସଂପୂର୍ଣ୍ଣରୂପେ ନୀରବ ରହିଛନ୍ତି । ଏହାର ଉତର କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାବାସୀଙ୍କ ଆଗରେ ରଖିବା ଉଚିତ୍ । ଅଂଶଧନ ବାବଦରେ ସରକାରଙ୍କୁ ପାଖାପାଖି ୪ ହଜାର କୋଟି ଟଙ୍କା ଦେବାକୁ ହେବ । ତାହା କ’ଣ ଙଗଉ ଦେଇ ପାରିବ ନାହିଁକି? ରାଜ୍ୟ ସରକାର ନୀଳାଚଳ ଇସ୍ପାତ ଭଳି ଏତେବଡ଼ କାରଖାନାକୁ ଚଳେଇବା ପାଇଁ କ’ଣ ଋଣ ଓ ଗ୍ୟାରେଣ୍ଟର ବ୍ୟବସ୍ଥା କରିପାରିବେ ନାହିଁ ? ଏହାହିଁ ଆଜି ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉତର ରାଜ୍ୟବାସୀଙ୍କୁ ଦେବାର ଆବଶ୍ୟକତା ରହିଛି । ରାଜ୍ୟରେ ଲାଭଦାୟକ କଳ କାରଖାନା ବିକ୍ରି କରୁଛନ୍ତି ଓ ବେକାରୀ ବଢ଼ାଉଛନ୍ତି, ହେଲେ ତିର୍ତୋଲ ଆଉ ବାଲେଶ୍ୱରରେ ଉନ୍ନତି ପାଇଁ ପ୍ରତଶୃତି ଢ଼ାଳୁଛନ୍ତି । ଏହାଠାରୁ ଅଧିକ ବିଡ଼ମ୍ବନାର ବିଷୟ କ’ଣ ହୋଇପାରେ? ରାଜ୍ୟ ସରକାର ଏ ସଂପର୍କିତ ଏକ ସ୍ପଷ୍ଟିକରଣ ରାଜ୍ୟବାସୀଙ୍କ ପାଖରେ ରଖିବା ଉଚିତ୍ ।