ସାତ ବର୍ଷ ପରେ ନ୍ୟାୟ…

- Advertisement -

ଭୁବନେଶ୍ୱର :ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି । ଦେଶ ଦେଖିଛି ନୂଆ ସୂର୍ଯ୍ୟୋଦୋୟ । ଖାଲି ନିର୍ଭୟା ନୁହେଁ ପୁରା ଭାରତ ବର୍ଷର ଝିଅଙ୍କୁ ଯେମିତି ଆଜି ନ୍ୟାୟ ମିଳିଛି । ୨୦ ମାର୍ଚ୍ଚ ଭୋର ୫ଟା ୩୦ମିନିଟରେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ଦୋଷୀଙ୍କୁ ତିହାର ଜେଲର ଫାଶୀ ଖୁଂଟରେ ଝୁଲାଇ ଦିଆଯାଇଛି । ପୂର୍ବ ନିର୍ଦ୍ଦାରିତ ସମୟ ଅନୁସାରେ ଫାଶୀ ଦେବାକୁ କୁହାଯାଇଥିଲା । ହେଲେ ଏହା ପୂର୍ବରୁ ଭୋର ୪ଟାରୁ ଫାଶୀ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ୪ ଦୋଷୀ ଅକ୍ଷୟ ଠାକୁର, ପୱନ ଗୁପ୍ତା, ବିନୟ ଶର୍ମା ଏବଂ ମୁକେଶ ସିଂହଙ୍କୁ ସକାଳୁ ଭୋର ସମୟରୁ ଉଠାଯାଇଥିଲା ଏବଂ ଗାଧୋଇବାକୁ କୁହାଯାଇଥିଲା । ଗାଧୋଇବା ପରେ ସେମାନଙ୍କୁ ପ୍ରାର୍ଥନା କରିବାକୁ କୁହାଯାଥିଲେ ମଧ୍ୟ ତିନି ଜଣ ଏହା କରିବାକୁ ମନା କରିଥିଲେ ହେଲେ ଦୋଷୀ ବିନୟ କାନ୍ଦିବା ସହିତ କ୍ଷମା ପ୍ରାର୍ଥନା କରିଥିଲା ।

ଏହା ପରେ କଡା ସୁରକ୍ଷା ମଧ୍ୟରେ ୪ଜଣଙ୍କୁ ଫାଶୀ ପାଇର୍ ପ୍ରସ୍ତୁତ ଥିବା ଗୃହକୁ ନିଆଯାଇଥିଲା । ୪ଦୋଷୀଙ୍କ ମୁହଁରେ କପଡା ବନ୍ଧାଯିବା ସହ, ହାତ ଓ ଗୋଡକୁ ବାନ୍ଧି ଦିଆଯାଇଥିଲା । ଆଉ ନିର୍ଦ୍ଧାରିତ ସମୟରେ ମାଜିଷ୍ଟ୍ରେଟ୍ ଓ ଜେଲ କର୍ତୁପକ୍ଷଙ୍କ ଉପସ୍ଥିତିରେ ଫାଶୀ ଖୁଣ୍ଟରେ ଝୁଲାଇଥିଲା ଜହ୍ଲାଦ ପବନ । ଅକ୍ଷୟ, ପବନ, ବିନୟ ଏବଂ ମୁକେଶ ନିୟମ ଅନୁସାରେ ଫାଶୀ ଖୁଣ୍ଟରେ ଅଧଘଣ୍ଟା ପର୍ଯ୍ୟନ୍ତ ଝୁଲି ରହିଥିଲେ । ଏହାପରେ ଡାକ୍ତର ଯାଂଚ କରି ମୃତ ଘୋଷଣା କରିଥିଲେ । ୭ବର୍ଷ ଧରି ଚାଲିଥିବା ଲମ୍ବା ନ୍ୟାୟିକ ଲଢେଇରେ ଯବନିକା ପଡିଛି । ଖାଲଇ ସେତିକି ନୁହେଁ ଦିଲ୍ଲୀ ସ୍ଥିତ ତିହାର ଜେଲରେ ପ୍ରଥମ ଥର ପାଇଁ ୪ଜଣଙ୍କୁ ଏକା ସାଙ୍ଗେ ଫାଶୀ ଦିଆଯାଇଥିବା ଏହା ଏକ ଐତିହାସିକ ମୁହୁର୍ତ ବୋଲି କୁହାଯାଉଛି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles