ଭୁବନେଶ୍ୱର : ୧୯୯୭ ମସିହା । ଓଡ଼ିଶାର ବରପୁତ୍ର ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ଓଡ଼ିଶା ରାଜନୀତିରେ ନବୀନ ପଟ୍ଟନାୟକ ନାଁ ପ୍ରବେଶ କଲା । ଆଉ ଏହା ପରଠାରୁ ଦୀର୍ଘ ୨୦ ବର୍ଷ ହେବ ଓଡ଼ିଶା ରାଜନୀତିରେ ସେ ହୋଇଗଲେ ଅପ୍ରତିଦ୍ୱନ୍ଦୀ ନେତା । ଦେଶରେ ଲମ୍ବା ସମୟ ଧରି ଏକ ଆଂଚଳିକ ଦଳ ଶାସନ କରିବାର ଇତିହାସ ବି ଯୋଡ଼ି ହୋଇଗଲା । ଲଗାତର ୫ଥର ନିର୍ବାଚନ ଜିତି ଶାସନ କରିବା ଏକ ଇତିହାସ । କିଏ ତାଙ୍କୁ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ତ ଆଉ କିଏ ଶ୍ରେଷ୍ଠ ପ୍ରଶାସକ ଓ କିଏ ନମ୍ବର ୱାନ ନେତା କହୁଛି । ସ୍ୱଚ୍ଛ ନିର୍ମଳ ଭାବମୃତ୍ତି ପାଇଁ ପୁରା ଦେଶରେ ଏକ ସ୍ୱତନ୍ତ୍ର ପରିଚୟ କରିଥିବା ନବୀନ ଆଜି ବି ତାଙ୍କ ଧଳା ପାଇଜାମାରେ କଳାର ଦାଗ ଲଗାଇ ଦେଇନାହାନ୍ତି ସେ । ସେଥିଲାଗି ତାଙ୍କ ସାଥି ହୁଅନ୍ତୁ ଅବା ଯେତେବଡ଼ ପ୍ରଶାସକ କାହାକୁ ବି ସେ ଛାଡ଼ନ୍ତି ନାହିଁ ଦୁର୍ନୀତି ପ୍ରସଙ୍ଗରେ । ଯେଉଁଥି ପାଇଁ ୨୦ବର୍ଷ ଶାସନରେ ୪୦ରୁ ଅଧିକ ନେତା ଓ ବହୁ ପ୍ରଶାସନକୁ ବିଦା କରିଛନ୍ତି ସେ । ତାଙ୍କ ଶାସନର ସବୁଠାରୁ ବଡ଼ କଥା ହେଉଛି କଥା କମ , କାମ ଅଧିକ । ଅର୍ଥାତ ଲୋକାମିମୁଖୀ ଯୋଜନା କରି ଏହାକୁ ତୃଣମୂଳ ସ୍ତରରେ ସଫଳ ରୂପାୟନ କରିବାରେ ସେ ମାହିର । ଅନେକ ଶାସକ ଆସନ୍ତି ଅନେକ ଯୋଜନା କରନ୍ତି , ହେଲେ ଏଥିରେ ଯେ ଲୋକେ ଉପକୃତ ହୋଇପାରିବେ ତାହାର ଉଦାହରଣ ସାଜିଛନ୍ତି ସେ । ଯେଉଁଥି ପାଇଁ ପୁରା ଭାରତବର୍ଷରେ ସେ ଏକ ମେଡ଼ଲ ହୋଇଛନ୍ତି । ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ତ ସେ ଆଜି ଆନ୍ତଜାତୀୟ ସ୍ତରରେ ରୋଲ ମଡ଼େଲ ସାଜିଛନ୍ତି । ୧୯୯୯ ମସିହା ମହାବାତ୍ୟା ଠାରୁ ଆରମ୍ଭ କରି ୨୦୨୦ ଅମ୍ପାନ ଓ ଏବେ ପ୍ରଥମଥର ଲାଗି ବିଶ୍ୱ ଯେଉଁ କୋଭିଡ଼ ୧୯ ମହାମାରୀର ସାମ୍ନା କରୁଛି ସବୁକୁ ଓଡ଼ିଶାରେ ସଫଳତାର ସହ ମୁକାବିଲ କରୁଛନ୍ତି ସେ । ଏଥିଲାଗି ଆନ୍ତଜାତୀୟ ସ୍ତରରୁ ଦେଶର ପ୍ରଧାନମନ୍ତ୍ରୀ ପର୍ଯ୍ୟନ୍ତ ନବୀନଙ୍କୁ ପ୍ରଶଂସା କରୁଛନ୍ତି ।ସମସ୍ତେ ନବୀନଙ୍କ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାର ଋଣନୀତିକୁ ମଧ୍ୟ ଆପଣାଉଛନ୍ତି । ସବୁଠାରୁ ବଡ଼ କଥା ହେଉଛି ସେବା ସର୍ବୋତ୍ତମ ନୀତିକୁ ନବୀନ ଆପଣାଇ ୨୦ ବର୍ଷ ଧରି ଓଡ଼ିଶାକୁ ନିଜର ପରିବାର ଭାବି ନେଇ ଜନ କଲ୍ୟାଣ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ସେଥିଲାଗି ଆଜି ସେ ପୁରା ଓଡ଼ିଶା କାହିଁକି ଦେଶରେ ବ୍ରାଣ୍ଡ ହୋଇଛନ୍ତି । ତେଣୁ ବିରୋଧୀ ଯେତେେ ଚେଷ୍ଟା କଲେ ବି ତାଙ୍କୁ ଭେଦିକରି ଆଗକୁ ଯାଇପାରୁନାହାନ୍ତି । ଏବେ ତ ସେ ପୁରା ଓଡ଼ିଶାର ଘରେ ଘରେ ଏକ ବ୍ରାଣ୍ଡ ହୋଇଗଲେଣୀ । ତାହାସହ ବିଜେଡ଼ି ବି ଏକ କ୍ୟାଡ଼ରବେଷ୍ଟ ପାଟିରେ ପରିଣତ ହୋଇଛି । ନବୀନଙ୍କ ଲୋକପ୍ରିୟତା ଏତେ ଅଛି ଓଡ଼ିଶାରେ ଯେ ୨୦ବର୍ଷ ଭିତରେ ଦେଶରେ ରାଜନୈତିକ ପଟ ପରିବର୍ତ୍ତନ ହୋଇଥିଲେ ମଧ୍ୟ ଓଡ଼ିଶାରେ ଏହାର ପ୍ରଭାବ ଶୂନ୍ୟ । ପ୍ରତ୍ୟେକ ନିର୍ବାଚନରେ ନବୀନ ସଫଳତା ପରେ ସଫଳତା ଅର୍ଜନ କରିଚାଲିଛନ୍ତି । ସୁଚିନ୍ତିତ ଷଡ଼ଯନ୍ତ୍ର ତାଙ୍କ ବିରୋଧରେ କରାଯାଇ ତାଙ୍କୁ ବଦନାମ କରିବାକୁ ବହୁ ପ୍ରୟାସ ହୋଇଥିଲେ ମଧ୍ୟ ତାହା ତାଙ୍କ ରାଜନୈତିକ ଜୀବନରେ କେବେ ପ୍ରଭାବ ପକାଇନାହିଁ । କାରଣ ବିରୋଧୀ ଯେତେବେଳେ ନିର୍ବାଚନ ଆସିଲେ ରଣନୀତି କରନ୍ତି ଓ ପ୍ରସ୍ତୁତ ହୁଅନ୍ତି ସେତେବେଳେ ନବୀନ ଷ୍ଟାଇଲ ଟିକେ ଭିନ୍ନ । ସେ ପ୍ରତ୍ୟେକ ଦିନ ରଣନୀତି ପ୍ରସ୍ତୁତ କରନ୍ତି । ସବୁ ନିର୍ବାଚନକୁ ଗୁରୁତ୍ୱ ଦିଅନ୍ତି ଓ ବିଜେଡ଼ି ସଂଗଠନକୁ ବି ଚଳଚଞ୍ଚଳ କରନ୍ତି । ୨୦୧୯ ନିର୍ବାଚନରେ ବଡ଼ ସଫଳତା ପାଇ ମଧ୍ୟ ଏବେ ବିଜେଡ଼ି ୨୦୨୪ ନିର୍ବାଚନ ଲାଗି ଜୋରଦାର ପ୍ରସ୍ତୁତ ଆରମ୍ଭ କରିିଛି । ଯେହେତୁ ବହୁ ଲୋକଙ୍କ ନବୀନଙ୍କ ଭାବମୃର୍ତ୍ତି ଓ ଶାସନରେ ଆକୃଷ୍ଟ ହୋଇ ବିଜେଡ଼ିରେ ସାମିଲ ହେଉଛନ୍ତି ସେଥିଲାଗି ନବୀନ ବିଜେଡ଼ିକୁ ଏବେ ଏକ କ୍ୟାଡ଼ରବେଷ୍ଟ ପାଟି ଭାବେ ପରିଣତ କରିଛନ୍ତି । ପ୍ରଥମଥର ଲାଗି ଦଳରେ ସଂଗଠନ ସମ୍ପାଦକ ପଦ ସୃଷ୍ଟି କରି ଦଳର ପରିଶ୍ରମୀ ଯୁବନେତା ପ୍ରଣବ ପ୍ରକାଶ ଦାସଙ୍କୁ ଏହି ଦାୟିତ୍ୱ ଦେଲେ ସେ । ଏହାପରେ ଦଳରେ ବରିଷ୍ଠ ଉପସଭାପତି, ବହୁ ସାଧାରଣ ସମ୍ପାସକ , ସମ୍ପାଦକ ପରି ପଦବୀରେ ବହୁ ନେତାଙ୍କୁ ସାମିଲ କରିଛନ୍ତି । କେବଳେ ସେତେକି ନୁହେଁ ବିଭିନ୍ନ ବିଭାଗର ମଧ୍ୟ ଗୁରୁଦାୟିତ୍ୱ ଦେଇଛନ୍ତି ନେତାଙ୍କୁ । ୨୦୦୪ ମସିହାରୁ ତାଙ୍କ ନାଁରେ ବିଜେଡ଼ି ଭୋଟ ପାଇଆସୁଛ । ସେ ବିଜେଡ଼ିର ବ୍ରାଣ୍ଡ । ବେଶ କିଛି ବର୍ଷ ହେବ ନବୀନଙ୍କ ବ୍ରାଣ୍ଡ ଓଡ଼ିଶାରେ ଏକ ପାହାଡ଼ପରି ଛିଡ଼ା ହେଲାଣୀ । ଯାହାକୁ ଭେଦ କରି ଯିବ ଅନ୍ୟ ରାଜନୈତିକ ଦଳ ପାଇଁ କଷ୍ଟସାଦ୍ୟ । ବିଜେଡ଼ି କେବଳ ତାଙ୍କ ଉପରେ କି ବ୍ୟକ୍ତି ଉପରେ ନିର୍ଭରଶୀଳ ନୁହେଁ, ବଂର ବିଜେଡ଼ି ଏବେ ଜନ ଆନ୍ଦୋଳନରେ ପରିଣତ ହୋଇଛି । ବିଜୁ ଜନତା ଦଳର ୨୩ ତମ ପ୍ରତିଷ୍ଠା ଦିବସରେ ମଧ୍ୟ ନବୀନ ଏକଥା ସ୍ପଷ୍ଟ କରିଛନ୍ତି । ତେଣୁ ଯିଏ ଦଳ ପାଇଁ କାମ କରିବ ସେ ଦଳର ନେତୃତ୍ୱ ନେବେ ଏକଥା ନବୀନ ମଧ୍ୟ ଇସାରା ଦେଇଛନ୍ତି । କାରଣ ସାଢେ ଚାରିକୋଟି ଲୋକଙ୍କ ସେବା କରିବା ଏକ ଆନ୍ଦୋଳନ । ନବୀନଙ୍କ ଏହି ମନଭାବ ଯୋଗୁଁ ସାରା ଓଡ଼ିଶାରେ ସେ ଏବେ ବ୍ରାଣ୍ଡ ହୋଇପାରିଛନ୍ତି । ସଭିଁଙ୍କ ହୃଦୟରେ ତାଙ୍କ ପ୍ରତି ଭଲପାଇବା ରହିଛି । ବିଜେଡ଼ିର ନିର୍ବାଚନୀ ସଫଳତାର ମେରୁଦଣ୍ଡ ପାଲଟିଥିବା ନବୀନ ବ୍ରାଣ୍ଡକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ଦଳର ଯୁବନେତୃତ୍ୱମାନେ ଏବେ ଦିନରାତି ଏକ କରି କାମ କରୁଛନ୍ତି । ଯେଉଁଥି ପାଇଁ ଦଳ ଏବେ ବଡ଼ଟିମ କରୁଛି ପୁରା ସଂଗଠନରେ । ଯାହାର ଲକ୍ଷ ନବୀନ ବ୍ରାଣ୍ଡକୁ ଘରେ ଘରେ ଶକ୍ତିଶାଳୀ କରିବା ।