ବିଧାନସଭାରେ ପୁଣି ପଶିଲା କରୋନା …

- Advertisement -

ଭୁବନେଶ୍ୱର : କିଛିଦିନ ପରେ ପୁଣି ବିଧାନସଭାରେ କରୋନା ଭୟ । ବିଧାନସଭାର ୫ଜଣ କର୍ମଚାରୀ କରୋନା ରୋଗରେ ସଂକ୍ରମଣ ହୋଇଛନ୍ତି । ବିଧାୟକ ଦେବୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କମିଟି ବୈଠକରେ ନିଳଗିରି ବିଧାୟକଙ୍କ କରୋନା ପଜେଟିଭ ହେବା ପରେ ସବୁ ବୈଠକରେ ଯୋଗଦେଇଥିବା ୧୨ ଜଣ କର୍ମଚାରୀଙ୍କ ମଧ୍ୟରୁ ୫ଜଣ କର୍ମଚାରୀଙ୍କ କରୋନା ପଜେଟର ରିର୍ପୋଟ ଆସିଥିବା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି । ବିଧାନସଭା କର୍ମଚାରୀଙ୍କ ପଜେଟିଭ ରିର୍ପୋଟ ଆସିବା ଦୁଇଥର ବିଧାନସଭାକୁ ସାନିଟାଇଜ କରିବାକୁ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି ।ଏହି ୫ଜଣ କର୍ମଚାରୀ କୋଭିଡ଼ ହସ୍ପିଟାଲରେ ଚିକିତ୍ସା ହେବା ପରେ ଏବେ ହୋମଆଇସୋଲେସନରେ ରହିଛନ୍ତି । ବିଧାନସଭା କର୍ମଚାରୀଙ୍କ କରୋନା ପଜେଟିଭ ଆସିବ ପରେ ଆଜି ବିଧାନସଭାକୁ ସାନିଟାଇଜ କରାଯାଇଛି । ପୁଣି ୩୧ ତାରିଖ ଦିନ ସାନିଟାଇଜ କରାଯିବ ବୋଲି ବାଚସ୍ପତି କହିଛନ୍ତି । ଏହାସହ ବାହାର ଲୋକଙ୍କୁ ବିଧାନସଭା ପ୍ରବେଶ ଉପରେ କଟକଣା ଜାରୀ କରିଛନ୍ତି ବାଚସ୍ପତି । ଯେଉଁମାନେ କରୋନ ରିର୍ପୋଟ ନେଗେଟିଭ ଦେଖାଇବେ ସେମାନଙ୍କୁ ବିଧାନସଭାକୁ ଛାଡ଼ିବାକୁ ନିଷ୍ପତି ନିଆଯାଇଛି । ବିଧାନସଭାକୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ କରାଯାଇଛି । ୨ଥର ସାନିଟାଇଜ ହେବା ପରେ ଅଗଷ୍ଟ ୪ ତାରିଖ ଦିନ ବିଧାନସଭା ଖୋଲିବ । ପୂର୍ବରୁ ଏପ୍ରିଲ ମାସରେ ମଧ୍ୟ ଜଣେ କରୋନା ଆକ୍ରାନ୍ତ ବିଧାନସଭା ଡ଼ିସପେନସାରୀରେ ଚିକିତ୍ସା ହୋଇଥିଲେ । ଏହାପରେ ବିଧାନସଭାକୁ ସାନିଟାଇଜ କରାଯିବ ସହ ସଂପୃକ୍ତ ଡ଼ାକ୍ତର ସସପେଣ୍ଡ କରାଯାଇଥିଲା । ବାରମ୍ବାର ବିଧାନସଭାରେ କରୋନା ଭାଇରାସରେ ଲୋକେ ଆକ୍ରାନ୍ତ ହେଉଥିବା ସମସ୍ତଙ୍କୁ ଚିନ୍ତାରେ ପକାଇଛି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles