ବଦଳିବ ରାଜ୍ୟ କଂଗ୍ରେସର ରୂପରେଖ : ଆସିବେ ନୂଆ ସଭାପତି \

- Advertisement -

ବଦଳିବ ରାଜ୍ୟ କଂଗ୍ରେସର ରୂପରେଖ । ଓଡ଼ିଶା କଂଗ୍ରେସର ମଙ୍ଗ ଧରିବେ ନୂଆ ଯୁବନେତା । ଯାହାକୁ ନେଇ କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧୀ ଆରମ୍ଭ କରିଛନ୍ତି ପ୍ରୟାସ । ୨୦ ବର୍ଷ ଧରି ଓଡ଼ିଶାରେ କଂଗ୍ରେସ କ୍ଷମତାରୁ ବାହାରେ ଅଛି । ଏପରିକି ପ୍ରତ୍ୟେକ ନିର୍ଚାଚନରେ କଂଗ୍ରେସର ଭୋଟହାର କମୁଛି । ଗୋଟ ଟଣା ନୀତି ପାଇଁ ଓଡ଼ିଶା କଂଗ୍ରସ ରସାତଳକୁ ଚାଲିଯାଉଛି । ଏଥିରୁ କଂଗ୍ରେସକୁ ଉଦ୍ଧା କରିବା ପାଇଁ କଂଗ୍ରେସ ଅଧ୍ୟକ୍ଷ ଦାୟିତ୍ୱ ପୁଣିଥରେ ନେଇଥିବା ସୋନିଆ ଗାନଧୀ ଆରମ୍ଭ କରିଛନ୍ତି ପ୍ରୟାସ । କାହାକୁ ସଭାପତି କଲେ କୋମା ସ୍ଥିତିରେ ଥିବା କଂଗ୍ରେସ ଉଠିବ । ମିଳିତ ନେତୃତ୍ୱ ନାଁ ଏକକ ନେତୃତ୍ୱ । କିଏ ଧରିବ ରାଜ୍ୟ କଂଗ୍ରେସର ମଙ୍ଗ । ଏସବୁ ଏନେଇ ଆଜି ଦିଲ୍ଳୀରେ ବସିବାକୁ ଯାଉଛି କଂଗ୍ରେସ ନେତାଙ୍କ ବୈଠକ । ଅପରାହ୍ନରେ ଦିଲ୍ଲୀରେ ବସିବ ମିନି ଏଆଇସିସି ବୈଠକ । ଏହି ବୈଠକରେ ଯୋଗଦେବା ପାଇଁ ରାଜ୍ୟର ବିଧାୟକ,ସାଂସଦ, ଓ ବରିଷ୍ଠ କଂଗ୍ରେସ ନେତାମାନେ ଏବେ ଦିଲ୍ଲୀରେ । ଏହି ବୈକଠରେ କଂଗ୍ରେସ ଭବିଷ୍ୟତ ଉପରେ ଆଲୋଚନା ହେବ ।

୨୦୧୯ ସାଧାରଣ ନିର୍ବାଚନରେ ଓଡ଼ିଶା କଂଗ୍ରେସ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ବିଧାୟକଙ୍କ ସଂଖ୍ୟା ୨ ଅଙ୍କ ଛୁଇପାରିନାହିଁ । ଭୋଟହାର ବି ବହୁତ କମିଛି । କଂଗ୍ରେସର ଏପରି ବଡ଼ ବିପଦି କାହିକିଁ ଘଟିଲା । ଏସବୁ କାରଣ ବି ଖୋଜିଛି କଂଗ୍ରେସ । ଏପରି କିଛି ଉର୍ଦ୍ଦେଶ୍ୟ ପାଇଁ କଂଗ୍ରେସ ନେତାଙ୍କୁ ସୋନିଆ ଦିଲ୍ଲୀ ଡ଼ାକିଛନ୍ତି । ଦିଲ୍ଳୀ ବୈଠକରେ ପୁଣି କଂଗ୍ରେସକୁ କିପରି ଲୋକେ ଭଲ ପାଇବେ ତାକୁ ନେଇ ନେତାଙ୍କୁ ଗୁରୁମନ୍ତ୍ର ଦେବେ ସୋନିଆ । ୧୫୦ରୁ ଅଧିକ କଂଗ୍ରେସ ନେତା ଏହିବୈଠକରେ ଯୋଗ ଦେବା ପାଇଁ ଦିଲ୍ଳୀ ଦରବାରରେ ଡ଼େରା ପକାଇଛନ୍ତି । ତେବେ ବୈଠକରେ ସାଂଗଠନିକ ସ୍ଥିତି ନେଇ ଆଲୋଚନା କରାଯିବା ସହ ମିଳିତ ନେତୃତ୍ୱରେ ରାଜ୍ୟ କଂଗ୍ରେସକୁ ମଜବୁତ କରିବା ନେଇ ଆଲୋଚନା ହେବ । କଂଗ୍ରେସ ଆମୁଳଚୁଳ ପରିବର୍ତ୍ତନ କରି ଦଳକୁ କିପରି ମଜବୁତ କରାଯିବ ତାହାକୁ ନେଇ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଏଜେଣ୍ଡା ପ୍ରସ୍ତୁତ କରିଛନ୍ତି । ୨୦୨୪ ନିର୍ବାଚନ ଲାଗି ଏବେଠାରୁ କଂଗ୍ରେସ ତାର ପ୍ରସ୍ତୁତି ଆରମ୍ଭ କରିଦେଇଛି । ତେବେ ଆଜିର ବୈଠକରେ ବହୁ ନେତା ପିସିସି ସଭାପତି ପରିବର୍ତ୍ତନ କରିବାକୁ ଦାବି କରିବେ ବୋଲି ଆଲୋଚନା ହେଉଛି । କାରଣ ପିସିସି ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ନିରଂଜନ । ତେଣୁ ତାଙ୍କ ବଦଳରେ ନୂଆ ସଭାପତି ନିଯୁକ୍ତି କରିବା ନେଇ ସବୁ ପକାର ପ୍ରସ୍ତୁତି ସରିଛି ବୋଲି ମଧ୍ୟ କହିଛନ୍ତି ବହୁ କଂଗ୍ରେସ ନେତା ଓ ଓଡ଼ିଶାର ଏକମାତ୍ର କଂଗ୍ରେସ ସାଂସଦ ସପ୍ତଗିରି ଉଲାକା । ତେବେ ପିସିସି ସଭାପତି ଦୌଡ଼୍ୟରେ ପ୍ରଦୀପ ମାଝୀ,ରାମଚନ୍ଦ୍ର ଖୁଣ୍ଟିଆ, ବିଶ୍ୱରଂଜନ, ଚିରଞ୍ଜୀବ ବିଶ୍ୱାଳଙ୍କ ନାଁ ଚର୍ଚ୍ଚାରେ ରହିଛି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles