ଯାଜପୁରରେ ଆରମ୍ଭ ହେଲା ସାପ୍ତାହିକ ରକ୍ତଦାନ ଶିବିର…

- Advertisement -

ଯାଜପୁର: ଆଜି କ୍ରାନ୍ତି ଦିବସ। ଏହି ଅବସରରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ସପ୍ତାହ ଧରି ରକ୍ତଦାନ ଶିବିର କରିବାକୁ ଆହ୍ୱାନ ଦେଇଥିଲେ । ବର୍ତ୍ତମାନ କରୋନା ମହାମାରୀ ସମୟରେ ଯେମିତି କେହି ରକ୍ତ ଅଭାବରେ ଜୀବନ ନ ହରାନ୍ତି ତାକୁ ଦେଖି ଏଭଳି ପଦକ୍ଷେପ ନେଇଛି ବିଜେଡି। ଆଜି ଯାଜପୁରରେ ଏହାର ମଙ୍ଗ ଧରିଛନ୍ତି ବିଜେଡି ସଂଗଠନ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ। ପୂର୍ବରୁ ମଧ୍ୟ ସେ ପ୍ରତ୍ୟେକ  ରବିବାର ଯାଜପୁର ଯାଇ ସେଠାରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମର ଆୟୋଜନ କରନ୍ତି।
କ୍ରାନ୍ତି ଦିବସ ଅବସରରେ ଆଜି ଯାଜପୁର ଜିଲ୍ଲା ଅନ୍ତର୍ଗତ ଅମ୍ବିକା ମଣ୍ଡପ ପରିସରରେ ଓଡିଶା ମୋ ପରିବାର ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଯାଜପୁର ସାଂସଦ ଶର୍ମିଷ୍ଠା ସେଠି ଯୋଗ ଦେଇଥିଲେ। ବର୍ତ୍ତମାନ କୋରନା ମହାମାରୀ ସମୟରେ ଲୋକମାନେ ଘରୁ ବାହାରୁ ନ ଥିବା ବେଳେ ଏହି ରକ୍ତଦାନ ସମାଜର ବହୁତ ଲୋକଙ୍କ ଜୀବନ ବଂଚାଇବାରେ ସାହାର୍ଯ୍ୟ କରିବ ବୋଲି ସେ କହିଛନ୍ତି। ଆଜି ଆରମ୍ଭ ହୋଇଥିବା ସାପ୍ତାହିକ ରକ୍ତଦାନ ଶିବିର ଅଗଷ୍ଟ ୯ ତାରିଖ ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଯେମିତି ମହାମାରୀ ସମୟରେ କେବଳ ଯାଜପୁର ନୁହେଁ ସମଗ୍ର ରାଜ୍ୟରେ କୌଣସି ବି ବ୍ୟକ୍ତିର ରକ୍ତ ଅଭାବ ନ ହୁଏ ତାକୁ ଦେଖି ଏହି ଶିବିର ଆୟୋଜନ କରାଯାଇଛି। ପ୍ରଣବ ପ୍ରକାଶ ଦାସ  ନିଜେ ମଧ୍ୟ ଅନେକ ଥର ରକ୍ତଦାନ କରି ସାଧାରଣ ଲୋକଙ୍କୁ ରକ୍ତଦାନ ପାଇଁ ଉତ୍ସାହିତ କରୁଥିବାର ନଜିର ରହିଛି। ପ୍ରଣବଙ୍କ ପ୍ରେରଣାରେ ଆଜି ଜିଲ୍ଲାର ଅନେକ ଯୁବକ ସ୍ୱଚ୍ଛାକୃତ ରକ୍ତଦାନ କରିବାକୁ ଆଗେଇ ଆସିଥିଲେ। ଆଜି ଗୋଟେ ଦିନରେ ପ୍ରାୟ ୫୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ସେହିପରି ୭ ଦିନ ଧରି ଚାଲୁ ରହିଥିବା ଏହି ଶିବିରରେ ୩୫୦ ୟୁନିଟି ରକ୍ତ ସଂଗ୍ରହ କରାଯିବାର ଆଶା ରଖାଯାଇଛି। ଜିଲ୍ଲା ରେଡକ୍ରସର ସଭ୍ୟମାନେ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିଲେ । ଏଥିରେ ଯାଜପୁର ର ବିଭିନ ଯୁବକ ସଂଘ ପକ୍ଷରୁ ଉତ୍ସାହୀ ଯୁବକ ମାନେ ମଧ୍ୟ ରକ୍ତ ଦାନ କରିଥିଲେ । ଏହି ଶିବିରରେ ବରୀ ବିଧାୟିକା ସୁନନ୍ଦା ଦାସ,ପୂର୍ବତନ ସାଂସନ୍ଦ ରିତା ତରେଇ ବ୍ଲକ ଚ୍ୟାରମ୍ୟାନ ପ୍ରଦୀପ ନାୟକ ପ୍ରମୁଖ ଯୋଗ ଦେଇଥିଲେ। ଜୀବନ ବିନ୍ଦୁ କାର୍ଯ୍ୟକ୍ରମକୁ ସାରା ଓଡ଼ିଶାରେ ସଫଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ଦେଇଥିବା ଆହ୍ୱାନକୁ ପ୍ରଣବ ଜୋରଦାର କରିଛନ୍ତି l ଯେଉଁଠି ପାଇଁ ନିଜ ନିର୍ବାଚନ ମଣ୍ଡଳୀକୁ ସେ ଏହାକୁ ସଫଳ କରି ପୁରା ଓଡ଼ିଶା ପାଇଁ ଉଦାହରଣ ସାଜିଛନ୍ତି l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles