ଭୁବନେଶ୍ୱର : ରାଜ୍ୟ ସରକାର ଆଜି ଅଗଷ୍ଟ ୩୧ ଯାଏଁ କରୋନା ଲଢ଼େଇର ନିୟମାବଳି ଜାରିକରିଛନ୍ତି। ଅନଲକ୍ ୩.୦ ରେ ତିନୋଟି ବଡ଼ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର।
କେନ୍ଦ୍ର ସରକାର ରାତ୍ରି କାଳୀନ କର୍ଫ୍ୟୁକୁ ଉଠେଇ ଦେଇଥିବା ବେଳେ ଏହାକୁ ରାଜ୍ୟ ସରକାର କିନ୍ତୁ ବଳବତ୍ତର ରଖିଛନ୍ତି।
୧-ରାତ୍ରି କର୍ଫ୍ୟୁ କଟକଣା ରାତି ୯ରୁ ସକାଳ ୫ ଯାଏଁ ରହିବ।
୨-୪ ଜିଲ୍ଲା ଓ ରାଉରକେଲା ସହରରେ ଶନିବାର ଓ ରବିବାର ସଟଡାଉନ
ଗଂଜାମ, ଗଜପତି, ଖୋର୍ଦ୍ଧା, କଟକ ଜିଲ୍ଲା ଓ ରାଉରକେଲା ସହର।
୩- ମାକ୍ସ ନ ପିନ୍ଧିଲେ ୫୦୦୦ ଫାଇନ ଓ ବାହାଘର ନିୟମ ଉଲଂଘନ କଲେ ୧୦ହଜାରରୁ ଅଧିକ ଟଙ୍କା ଫାଇନ ଦେବାକୁ ପଡିବ। ସମସ୍ତ ଧାର୍ମିକ ଅନୁଷ୍ଠାନ ବନ୍ଦ l ସିନେମା ହଲ,ସ୍ୱିମିଙ୍ଗ ପୁଲ ବନ୍ଦ l ସ୍କୁଲ, କଲେଜ ବନ୍ଦ କିନ୍ତୁ ପରୀକ୍ଷା ହୋଇ ପାରିବ। ଅଗଷ୍ଟ ୫ ରୁ ଯୋଗକେନ୍ଦ୍ର ଓ ଜିମ ଖୋଲିବ ।
ଆନ୍ତର୍ଜାତୀୟ ବିମାନ ବନ୍ଦ l