ଦୌଡୁଛି ବିଜେପି, ଉଠିଛି ବିଜେଡି, ଶୋଇଛି କଂଗ୍ରେସ

- Advertisement -

୨୦୨୪ ସାଧାରଣ ନିର୍ବାଚନ ୩ ମାସ ପରେ ରାଜ୍ୟ ରାଜନୀତି ଚିତ୍ରପଟ ବଦଳିଛି l ୨୪ ବର୍ଷରେ ପରେ ବିଜେଡି ହାତରୁ କ୍ଷମତା ଯାଇଛି l ବିଜେପି ପ୍ରଥମ ଥର ଲାଗି ଏକାକୀ ଓଡ଼ିଶାରେ ସରକାର ଗଠନ କରିଛି l କଂଗ୍ରେସର ଭୋଟ ପ୍ରତିଶତ କମିଥିଲେ ମଧ୍ୟ ଦଳର ବିଧାୟକ ସଂଖ୍ୟା ବଢ଼ିଛି l ନିର୍ବାଚନ ୩ ମାସ ପରେ ବିଜେଡି ଓ ବିଜେପି ମଧ୍ୟରେ ଥିବା ସମ୍ପର୍କ ଟିକେ ଫିକା ପଡ଼ିଥିବା ବେଳେ କଂଗ୍ରେସ ଓ ବିଜେଡି ସମ୍ପର୍କ ଆଗକୁ କଣ ହେବ ତାକୁ ନେଇ ବି ଚର୍ଚ୍ଚା କିଛି କମ ନୁହେଁ l ବିଜେପି ଓଡ଼ିଶାରେ ଶାସନ କରୁଥିଲେ ମଧ୍ୟ ନବୀନ ପଟ୍ଟନାୟକଙ୍କ ପ୍ରତି ଓଡ଼ିଶାବାସୀଙ୍କ ଭଲ ପାଇବା ଅତୁଟ ରହିଛି l ବିରୋଧୀ ଦଳରେ ରହି ମଧ୍ୟ ବିଜେଡ଼ି ପାଇଁ ଏହା ବଡ ପୁଞ୍ଚି ସାଜିଛି l ଅନ୍ୟପଟେ ମୋହନ ସରକାର ବି ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ଉଦ୍ୟମ ଜାରି ରଖିଛି l ସଶକ୍ତ ବିରୋଧୀ ଦଳ ଭାବେ ବିଜେଡି ବିଭିନ୍ନ ପ୍ରସଙ୍ଗ ଉଠାଇ ଶାସକ ବିଜେପିକୁ କଡା ସମାଲୋଚନା କରୁଥିବା ବେଳେ ବିଜେଡିର ୨୪ ବର୍ଷ ଶାସନକୁ ସବୁ ପ୍ରସଂଗରେ ବଡ ଅସ୍ତ୍ର କରିଛି ଶାସକ ବିଜେପି l ଯାହାକୁ ନେଇ ବିଜେଡି ଓ ବିଜେପିର ଆକ୍ଷେପ ଓ ପ୍ରତି ଆକ୍ଷେପ ରାଜନୀତି ୫୦/୫୦ ରହିଛି l ଏହାରୀ ଭିତରେ ବିଜେଡି ଓ ବିଜେପି ୧କୋଟି ନୂଆ ସଭ୍ୟ ଦଳରେ ସାମିଲ୍ କରିବାକୁ ଅଣ୍ଟା ଭିଡିଛନ୍ତି l

ଅନ୍ୟପଟେ ୨୪ ବର୍ଷ ଧରି କ୍ଷମତା ବାହାରେ ଥିବା କଂଗ୍ରେସ ୧୦ ବର୍ଷ ହେବ ରାଜ୍ୟରେ ତୃତୀୟ ସ୍ଥାନରେ ରହିଛି l ଦଳର ଭୋଟ ହାର ୧୩ ପ୍ରତିଶତରେ ପହଂଚିଛି l କିନ୍ତୁ ବଡ଼ କଥା ହେଉଛି ୨୦୨୪ ନିର୍ବାଚନ ଫଳାଫଳର ୭୫ ଦିନ ପରେ ମଧ୍ୟ ବିନା ମୁଖିଆରେ ରାଜ୍ୟରେ କଂଗ୍ରେସ ଚାଲିଛି l ଯାହା କଂଗ୍ରେସ ଇତିହାସରେ ପ୍ରଥମ ଘଟଣା l ଦଳ ବାରମ୍ୱାର ନିର୍ବାଚନରେ ପରାଜୟ କରିବା ପରେ କର୍ମୀମାନେ ତୃଣମୂଳ ସ୍ତରରେ ବିନା ମୁଖିଆରେ ଦଳର ଭବିଷ୍ୟତ ପାଇଁ ଚିନ୍ତାରେ ଅଛନ୍ତି l ଓଡ଼ିଶାରେ କଂଗ୍ରେସ ସଂଗଠନ ମୁଖିଆ ବିନା ଯେମିତି ପୁରା ଶୋଇପଡ଼ିଛି l

ଗୋଟେପଟେ ଶହେ ଦିନର ମୋହନ ସରକାର ସଫଳତା ପର୍ବ ପାଳନ କରୁଥିବା ବେଳେ ବିଜେଡି ୨୪ ବର୍ଷର ବିକଶିତ ଓଡ଼ିଶାର ବାର୍ତ୍ତା ଘରେ ଘରେ ପହଞ୍ଚାଇବାକୁ ଅଣ୍ଟା ଭିଡ଼ିଛି l କଂଗ୍ରେସ କିନ୍ତୁ ବିଜେଡି ଓ ବିଜେପି ସହ ଲଢିବ କଣ ନିଜେ ରାଜନୀତିର ନିଦରେ ଶୋଇ ପଡ଼ିଛି l ଉଭୟ ବିଜେଡି ଓ ବିଜେପିରେ ଗୋଷ୍ଠୀ କନ୍ଦଳ ଦିନକୁ ଦିନ ପଦାକୁ ଆସୁଥିବା ବେଳେ ହାତ ଦଳ କିନ୍ତୁ ଚୌକି ଚିନ୍ତାରେ ଘାଣ୍ଟି ହେଉଛି l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles