ଆଚରଣ ବିଧି ଲାଗୁ ହେବା ପୂର୍ବରୁ ଘୋଷିତ ହେଉ ସାମ୍ବାଦିକ ପେନସନ : ଓୟୁଜେ

- Advertisement -

ଭୁବନେଶ୍ବର: ସାଧାରଣ ନିର୍ବାଚନ ଲାଗି ବିଜ୍ଞପ୍ତି ଜାରି ହେବା ପୂର୍ବରୁ ରାଜ୍ୟରେ ସାମ୍ବାଦିକମାନଙ୍କ ଲାଗି ପେନସନ ଯୋଜନା ଘୋଷିତ ହେଉ । ଏଥିସହିତ ରାଜ୍ୟ ସରକାର ବିଧାନସଭାର ଚଳିତ ଅଧିବେଶନରେ ସାମ୍ବାଦିକମାନଙ୍କ ସୁରକ୍ଷା ଲାଗି ବିଲ୍ ଆଣିବା ସହ ବିଭିନ୍ନ ସ୍ଥାନରେ ସାମ୍ବାଦିକଙ୍କ ପାଇଁ ଲାଗୁ ହୋଇଥିବା କଟକଣାକୁ ଉଠାଇନେବା ପାଇଁ ଓଡ଼ିଶା ସାମ୍ବାଦିକ ୟୁନିୟନ (ଓୟୁଜେ) ଦାବି କରିଛି ।
ଆଜି ଭୁବନେଶ୍ବରଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଓୟୁଜେର ସଭାପତି ପ୍ରସନ୍ନ ମହାନ୍ତି ଏହି ଦାବି କରି କହିଛନ୍ତି ଯେ ଦେଶର ଅନେକ ରାଜ୍ୟରେ ସାମ୍ବାଦିକମାନଙ୍କ ସାମାଜିକ ନିରାପତ୍ତା ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଥିବା ବେଳେ ଓଡ଼ିଶାର ସାମ୍ବାଦିକମାନେ ଏହି ସୁବିଧାରୁ ବଞ୍ଚିତ ହେଉଛନ୍ତି । ହରିୟାନା, ତାମିଲନାଡୁ, ଉତ୍ତରାଖଣ୍ଡ, ଆସାମ,ବିହାର ,ପଶ୍ଚିମବଙ୍ଗ ସମେତ ଦେଶର ଅର୍ଦ୍ଧାଧିକ ରାଜ୍ୟରେ ସାମ୍ବାଦିକମାନଙ୍କୁ ଲାଗି ସାମାଜିକ ସାମାଜିକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇ ଅବସର ପରେ ପେନସନ ପ୍ରଦାନ କରାଯାଉଛି।ହରିୟାଣାରେ ମାସିକ ୧୫ ହଜାର ଟଙ୍କା ପେନ୍ ସନ୍ ପ୍ରଦାନ କରାଯାଉଥିବା ବେଳେ ତାମିଲନାଡୁ ଅବସରପ୍ରାପ୍ତ ସାମ୍ବାଦିକଙ୍କୁ ମାସିକ ୧୨ ହଜାର ଟଙ୍କା ମିଳୁଛି। ଏପରିକି କେତେକ ରାଜ୍ୟରେ ସାମ୍ବାଦିକଙ୍କ ମୃତ୍ୟୁ ପରେ ପରିବାର ସଦସ୍ୟଙ୍କୁ ପେନସନ ଦେବାର ବ୍ୟବସ୍ଥା କରାଯାଇଛି। ଓଡ଼ିଶାରେ ଦୀର୍ଘ ଦିନ ଧରି ଏହି ଦାବିକୁ ଓୟୁଜେ ଉତ୍ଥାପନ କରି ଆସୁଛି । ମାତ୍ର ବର୍ତ୍ତମାନ ସୁଧା ରାଜ୍ୟ ସରକାର ଏ ଦିଗରେ କୈାଣସି ପଦକ୍ଷେପ ଗ୍ରହଣ ନକରିବା ଅତ୍ୟନ୍ତ ଦୁଃଖର ବିଷୟ । ସେକହିଲେ ଯେ
ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକମାନଙ୍କର ବିଭିନ୍ନ ସମସ୍ୟାକୁ ନେଇ ଓୟୁଜେ ସବୁ ସମୟରେ ସରକାରଙ୍କର ଦୃଷ୍ଟି ଆକର୍ଷଣ କରିଆସୁଛି । ଏଥିମଧ୍ୟରୁ ଅନେକ ଦାବି ପ୍ରତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନ୍ତରିକତା ପ୍ରଦର୍ଶନ କରିଥିବା ବେଳେ ଆହୁରି ଅନେକ ଦାବି ପୂରଣ ହେବାର ଆବଶ୍ୟକତା ରହିଛି । ସାମ୍ବାଦିକମାନଙ୍କୁ ସାମାଜିକ ନିରାପତ୍ତା ବଳୟକୁ ଆଣିବା ପାଇଁ ଅବସର ପରେ ପେନସନ ପ୍ରଦାନ କରିବା ଅତ୍ୟନ୍ତ ଜରୁରୀ । ସେହି ଦୃଷ୍ଟିରୁ ଏହି ଦାବିକୁ ନେଇ କି ଓଡ଼ିଶା ସାମ୍ବାଦିକ ୟୁନିୟନ ସାରା ରାଜ୍ୟରେ ଜିଲ୍ଲା ଶାଖାମାନଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଛି । ଏଜାବତ ପ୍ରାୟ 28ଟି ଜିଲ୍ଲା ପକ୍ଷରୁ ଜିଲ୍ଲାପାଳମାନଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯିବା ସହ ଓୟୁଜେ ପକ୍ଷରୁ ମଧ୍ୟ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଯେ କୈାଣସି ମୁହୂର୍ତ୍ତରେ କାର୍ଯ୍ୟସୂଚୀ ଘୋଷିତ ହେବାସହ ନିର୍ବାଚନ ଆଚରଣ ବିଧି ଲାଗୁ ହେବାର ସଂଭାବନା ଥିବାରୁ ରାଜ୍ୟ ସରକାର କାଳକ୍ଷେପଣ ନୀତି ଗ୍ରହଣ ନକରି ତୁରନ୍ତ ଏହି ଦାବି ପୂରଣ କରିବାକୁ ଶ୍ରୀ ମହାନ୍ତି ଦାବି କରିଛନ୍ତି । ପେନସନ ସାଙ୍ଗକୁ ମହାରାଷ୍ଟ୍ର ଓ ଛତିଶଗଡ଼ରେ କାର୍ଯ୍ୟକାରୀ ହେଉଥିବା ସାମ୍ବାଦିକ ସୁରକ୍ଷା ଆଇନ ଏଠାରେ ଲାଗୁ କରିବା ଏବଂ ବିଧାନସଭାର ଚଳିତ ଅଧିବେଶନରେ ଏଥିଲାଗି ବିଲ୍ ଆଣିବା ପାଇଁ ଶ୍ରୀ ମହାନ୍ତି ଦାବି କରିଛନ୍ତି । ସିଧାସଳଖ ଆନ୍ଦୋଳନକୁ ନଓହ୍ଲାଇ ଓୟୁଜେ ରାଜ୍ୟ ସରକାରଙ୍କୁ ଏହି ବାବଦରେ ଅଧିକ ଆଲୋଚନା କରିବା ପାଇଁ ପ୍ରସ୍ତୁତ ଅଛି ଏବଂ ସରକାର ମଧ୍ୟ ତୁରନ୍ତ ଏହି ଆଲୋଚନାର ବ୍ୟବସ୍ଥା କରିବାକୁ ଏହି ସାମ୍ବାଦିକ ସମ୍ମିଳନୀରେ ଦାବି କରାଯାଇଛି । ନିର୍ବାଚନକୁ ଯିବା ପୂର୍ବରୁ ରାଜ୍ୟରେ ସାମ୍ବାଦିକମାନଙ୍କ ଏହି ସବୁ ସର୍ବନିମ୍ନ ଦାବି ପ୍ରତି ସରକାର ଅନୁକୂଳ ମନୋଭାବ ପୋଷଣ କରିବାକୁ ସାମ୍ବାଦିକ ସମ୍ମିଳନିରେ ଦାବି କରାଯାଇଛି । ସାମ୍ବାଦିକ ସମ୍ମିଳନୀରେ ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଅକ୍ଷୟ କୁମାର ସାହୁ, ପ୍ରମୋଦ ସାମନ୍ତରାୟ ଓ ଓୟୁଜେ ସମ୍ପାଦକ ପ୍ରସନ୍ନ ପାଇକରାୟ ଉପସ୍ଥିତ ରହି ସାମ୍ବାଦିକମାନଙ୍କ ବିଭିନ୍ନ ଦାବ ସଂପର୍କରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -

Latest Articles