ଓୟୁଜେ ନିର୍ବାଚନ : ସଭାପତି ହେଲେ ଅରୁଣ, ସାଧାରଣ ସମ୍ପାଦକ ଚନ୍ଦ୍ରଶେଖର, ତପନ ମହାନ୍ତି ସାଂଗଠାନିକ ସମ୍ପାଦକ

- Advertisement -

() ଆଜି ଯାଜପୁର ବ୍ଲକ ବରୁଆସ୍ଥ ସୀତାଦେଇ ପୀଠଠାରେ ଓୟୁଜେର ଯାଜପୁର ଶାଖା ପକ୍ଷରୁ ସାଧାରଣ ପରିଷଦ ବୈଠକ ଓ ଦ୍ୱିବାର୍ଷିକ ନିର୍ବାଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି, ଏହି ଅବସରରେ ସଙ୍ଘର ଜିଲ୍ଲା ସଭାପତି ଆଦିତ୍ୟ ମେକାପଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ଓୟୁଜେ ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତି, ରାଜ୍ୟ ଉପସଭାପତି ରାଜୀବ କୁମାର ମହାନ୍ତି, ଏନ ୟୁ ଜେ ସଭ୍ୟ ଅଭୟ ପତି, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରବୋଧ କୁମାର ମିଶ୍ର ପ୍ରମୁଖ ଅତିଥିଭାବେ ଯୋଗଦେଇଥିଲେ, ଖବର ସଂଗ୍ରହ ସମୟରେ ସଂଘର ସଦସ୍ୟଙ୍କ ପ୍ରତି ହେଉଥିବା ଆକ୍ରମଣକୁ ବରଦାସ୍ତ କରାଯିବନାହିଁ, ଏହାସହିତ ସାଧାରଲୋକଙ୍କ ନ୍ୟାୟ ପାଇଁ କାର୍ଯ୍ୟ କରିବାକୁ ଅତିଥିମାନେ ବକ୍ତବ୍ୟ ରଖିଥିଲେ, ସଂଘର ସଦସ୍ୟତା ଗ୍ରହଣ କରିବା, ସାମ୍ବାଦିକଙ୍କ ହକ ପାଇଁ ସରକାରଙ୍କ ନିକଟରେ ଦୃଢ଼ ଦାବି ସଙ୍ଘ ପକ୍ଷରୁ ଉପସ୍ଥାପନା କରାଯିବାକୁ ସ୍ଥିର କରାଯାଇଥିଲା, ସମସ୍ୟା ସମ୍ପର୍କରେ ଜିଲ୍ଲାର ବିଭିନ୍ନ ବ୍ଲକ ସାମ୍ବାଦିକମାନେ ମତାମତ ରଖିଥିଲେ, ଏହି ଅବସରରେ ସଦରଥାନା ଆଦିକାରୀ ଶଙ୍କର୍ଷଣ ଦଳାଇଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା, ନୂତନ କାର୍ଯ୍ୟକର୍ତ୍ତା ନିର୍ବାଚନ ପାଇଁ 11 ଜାଣିଆ ଚୟନ କମିଟି ବସି ଜିଲ୍ଲାର କର୍ମକର୍ତ୍ତା ସର୍ବସଂମ୍ମାତି କ୍ରମେ ଚୟନ କରାଯାଇଥିଲା, ନୂତନ କର୍ମକର୍ତ୍ତାମାନଙ୍କୁ ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତି ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ, ସଭାପତି ଅରୁଣ କୁମାର ରାଉତରାୟ, କାର୍ଯ୍ୟକାରୀ ସଭାପତି ପୂର୍ଣ୍ଣଚନ୍ଦ୍ର ଶତପଥୀ, ସାଧାରଣ ସମ୍ପାଦକ ଚନ୍ଦ୍ରଶେଖର ସାହୁ, ଉପସଭାପତି ଦେବବ୍ରତ ସାହୁ, ପ୍ରବୋଧ ମିଶ୍ର, ଜ୍ଞାନରଞ୍ଜନ ଓଝା, ବିଶ୍ୱଜିତ ପତି, ସହ ସମ୍ପାଦକ ହେମେଶ ଜେନା, ବିଜୟଲକ୍ଷ୍ମୀ ସାହୁ, ଜୋନାଲ ସମ୍ପାଦକ ମହେନ୍ଦ୍ର ସ୍ୱାଇଁ, ମାନସ ଜେନା, ପ୍ରଶାନ୍ତ ବିଶ୍ୱାଳ, ସୁବ୍ରତ ଜେନା, ସାଂଗଠାନିକ ସମ୍ପାଦକ ତପନ ମହାନ୍ତି, ଲେଗଲ୍ ସେଲ ମାନସ ରଂଜନ ତ୍ରିପଠୀ,ୱେଲ୍ଫେୟାର ପ୍ରଶାନ୍ତ ଜେନା, ଟ୍ରିବୁନାଲ ଦେବୀ ପ୍ରସନ୍ନ ନାୟକ,ଆବାହକ ସମର ବିଜୟ ଶରଣ, ଦେବେନ୍ଦ୍ର ପାଢ଼ୀ, ବିଶ୍ୱଭୂଷଣ ବିଶ୍ୱାଳ, ଆଶୁତୋଷ ମିଶ୍ର, ରାକେଶ ବାରିକ, ବିଶ୍ୱଭୂଷଣ ଜେନା, ଜଗମୋହନ ରାଉତ, ସୁବ୍ରତ ମଲିକ, ସତ୍ୟରଂଜନ ମଲିକ, ଅଭିମନ୍ୟୁ ଧଳ ସର୍ବସଂମତି ଭାବେ ନୂତନ କାର୍ଯ୍ୟକର୍ତ୍ତା ଭାବେ ନିର୍ବାଚିତ ହେଲେ, ଉପଦେଷ୍ଟା ଭାବେ ଶିବରାମ ଦାସ, ଅଜୟ ରାଉଳ, ଆଦିତ୍ୟ ମେକପ, ବିଜୟ ମହାନ୍ତି, ରଞ୍ଜିତ ରାଉତ, ନିରଞ୍ଜନ ପଣ୍ଡା, ରବୀନ୍ଦ୍ର ପରିଡ଼ା,ପ୍ରଶାନ୍ତ ଦ୍ବିବେଦୀ,ଅଜୟ ରଣାଙ୍କୁ ଚୟନ କରାଯାଇଥିଲା, ସୁଶାନ୍ତ ବେହୁରିଆ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ,

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles