() ଚିକୁ, ପିଣ୍ଟୁ, ମୁନା, ନବ , ରାକେଶ ଓ ଗୌତମ । ହଠାତ ସମସ୍ତେ ଇଚ୍ଛା କଲେ ଭୋଜି କରିବାକୁ । ଜଣକା ୩ଶହ ଟଙ୍କା ଲେଖାଏଁ ଚାନ୍ଦା କଲେ । ଭୋଜିରେ ଆଇଟମ ହେଲା, ମଟନ , ଭାତ, ସାଲଟ ଆଉ ପାମ୍ପଡ଼ । ରାଜଧାନୀର ଶିଖରଚଣ୍ଡି ରେ ଭୋଜି କଲେ । ନବ ଭଲ ରୋଷେଇ କରେ । ତେଣୁ ସେ ମଟନ କଷିଲା । ଏହି ସମୟରେ ଗପରେ ମାତିଥିବା ଅନ୍ୟସାଙ୍ଗ ମାନଙ୍କ ଭିତରୁ ଚିକୁ କହିଲା ବେ ନବ ଭଲ ମଟନ ଟା ଦେଇଛି ସେ ଦୋକାନି । କଷୁ କଷୁ ବାସ୍ନା ଆସିଲାଣି । ନବ କହିଲା ସେ ଆମର ଚିହ୍ନା ଦୋକାନ । ପୁରା ଦେଶୀ ଖାସି ଟା ଦେଇଛି । ଠିକ ଏତିକି ବେଳେ ଚିକୁର ଗାଲଫେଣ୍ଡ ଫୋନ କଲା । କହିଲା ତମୁକ ମୋ ରାଣ । ଆଜିଠୁ ପଞ୍ଚୁକ ଆରମ୍ଭ ହୋଇଛି । ଭୋଜିରେ ଆମିଷ ଖାଇବନି । ଏକଥା ଶୁଣି ଚିକୁ କହିଲା ହୋଉ ଟିକେ ରହ , ମୁଁ ବ୍ୟସ୍ତ ଅଛି, ତତେ ପରେ କଲ କରୁଛି । ..ବାସ ଏତିକିରେ ଚିକୁ ନବକୁ କହିଲା ଆରେ , ଆଜିଠାରୁ ପଞ୍ଚୁକ ଆରମ୍ଭ ହେଲା କି? ନବ କହିଲା ନା ରେ କାଲିଠାରୁ । କିଛି ସମୟ ଦୁଇ ଜଣଙ୍କ ମଧ୍ୟରେ ଏକଥା ଚାଲିଲା । ଆଉ ତାପରେ ନବ ତାଙ୍କ ଘରକୁ ଫୋନ କରି ପଚାରିଲା ମା ପଞ୍ଚୁୂକ କେଉଁ ଦିନ ଠାରୁ । ତା ମା କହିଲେ ଆଜିଠାରୁ । ତୁ ଆମୀଷ ଖାଇବୁନି । ଚତୁର ନବ ସଙ୍ଗେସଙ୍ଗେ ଚିକୁକୁ କହିଲା ଶୁଣ ସାଙ୍ଗ ଠିକ କହିଛୁ , ଆଜିଠୁ ପଞ୍ଚୁକ । ହେଉ ଶୁଣ , କାହାକୁ କିଛି କହନା । ଭୋଜି ସରୁ କଥା ହେବା । ଚିକୁ ଓ ନବ ମନ କଥା ମନରେ ରଖି ରୋଷେଇରେ ମାତିଲେ । କାରଣ ଧର୍ମ ସହ ମଟନ ଖାଇବାର ଲୋଭ ଉଭୟଙ୍କ ଅଛି । ତେଣୁ ମିଳିମିଶି ସମସ୍ତେ ଖାଇଲେ । ଖାଇ ସାରିବା ପରେ ଚିକୁ କହିଲା ଆରେ ଜାଣିଛ ନା ଆଜି ପା ପଞ୍ଚୁକ । ଏକଥା ଶୁଣି କିଛି ସାଙ୍ଗ କହିଲେ କଣ ହେଲା, ମଟନ ତ ଆମେ ଖାଇଲେ । ହେଲେ ଗୌତମ ଓ ମୁନା କିନ୍ତୁ ଦ୍ୱନ୍ଦରେ ପଡ଼ି କହିଲେ ଆବେ ଖାଇସାରିବା ପରେ କଣ କହୁଛି ବେ । ଛାଡ ଏପରି କଥାବାର୍ତ୍ତା ହେଉହେଉ ସବୁ ସାଙ୍ଗ ଚିକୁ ଉପରେ ଦୋଷ ଦେଲେ ତୁ ଜାଣିକି ଆମକୁ କହିଲୁନି ।
ପଞ୍ଚୁକ କଣ । କାହିକିଁ ହୁଏ ଓ ଏହାର ବିଶେଷତ୍ତ୍ୱ ହୁଏତ ଚିକୁ, ନବ ଓ ତାର ସାଙ୍ଗମାନେ ଜାଣନ୍ତିନି । ଏକଥା ତ ଯିଏ ନାହିଁ ସେ କହିବ , ଆରେ ଏ ବୟସରେ କଣ ଏତେ ଧର୍ମ ଚିନ୍ତା । ଆଧୁନିକ ଜୀବନଶୈଳୀରେ ତ ଧର୍ମ ଚର୍ଚ୍ଚା ନକରିବା ଭଲ । ହେଲେ ଚିକୁ ଓ ମୁନା ଗାଁଉଲି ପିଲା , ତେଣୁ ସେ ଜାଣିଛନ୍ତି ପଞ୍ଚୁକରେ ବଗ ବି ଆମିଷ ଖାଏ ନାହିଁ । ବାସ ସେଥିଲାଗି ତ ଏତେ କଥା ।
ଭୋଜି ସରିଲା । ମନ ଖୁସିରେ ସଭିଁଏ ଫେରିଲେ । ହେଲେ ଭୋଜି ଘଟଣା ଯେତେବେଳେ ନବ ତା ବଡ଼ଭାଇଙ୍କୁ ସବୁ କଥା କହିଲା । ସେତେବେଳେ ସେ ବଡ଼ ଭାଇଙ୍କ ମନରେ ଗୋଟେ ପ୍ରଶ୍ନ ଆସିଲା , ପ୍ରକୃତରେ ଆମେ ଧର୍ମକୁ ଦେଖୁଛନ୍ତି , ନା ମନକୁ ବୁଝାଉଛନ୍ତି । ସତରେ କଣ ଧର୍ମ ଓ ପରମ୍ପରା ପାଇଁ ଆମ ମନରେ କିଛି ଅଛି ନା ଏହା କେବଳ ଏକ ଭାବନା । ..