ଭୁବନେଶ୍ୱର : ନୟାଗଡ଼ ତଥା ଓଡ଼ିଶା ରାଜନୀତିରେ ଚର୍ଚ୍ଚିତ ଯୁବ ନେତା ମନ୍ତ୍ରୀ ଅରୁଣ ସାହୁଙ୍କ ବିରୋଧରେ ଚକ୍ରବିହୁ ସୃଷ୍ଟି କରାଯାଇଛି । ଯାହା ଧୀରେ ଧୀରେ ପଦାକୁ ଆସିଛି । ବିରୋଧୀ ଜନ ପ୍ରତିନିଧି , କିଛି ଅସାଧୁ ବ୍ୟକ୍ତିମାନେ ମିଣିକରି ଏହି ଚକ୍ରବିହୁ ସୃଷ୍ଟି କରିଥିବା ଖବର ଏବେ ପଦାକୁ ଧରି ଧୀରେ ଆସୁଛି । ଯାହା ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ରବିବାର ବିଧାନସଭା ଆଗରେ ଯେଉଁ ଘଟଣା ଘଟିଛି ତାହା ଯେ ପ୍ରାୟୋଜିତ ଘଟଣା ତାହା ଏବେ ସାମ୍ନାକୁ ଆସିଛି । ଯାହାକୁ ଖୋରାକ ଯୋଗାଇଛି କିଛି ଫଟୋ । ଯାହା ଏବେ ନୟାଗଡ଼ ପରୀ ଘଟଣାର ମୋଡ଼ ବଦଳାଇ ଦେଇଛି । କାଠଗଡ଼ାରେ ଛିଡ଼ା ହୋଇଛନ୍ତି ଏହି ଫଟୋରେ ଥିବା କିଛି ବ୍ୟକ୍ତିମାନେ । ଯାହା ଏବେ ଚର୍ଚ୍ଚାର ବିଷୟ । ଆଉ ସୁଯୋଗ ଦେଖି ବିରୋଧୀ ଏହି ଘଟଣାକୁ ଏବେ ରାଜନୀତିରେ ବଡ଼ ଅସ୍ତ୍ର କରିଛନ୍ତି । ଟାର୍ଗେଟରେ ଆସିଛନ୍ତି ମନ୍ତ୍ରୀ ଅରୁଣ ସାହୁ । ବିଶେଷକରି ମୁଖ୍ୟ ବିରୋଧୀ ବିଜେପି ଏ ପ୍ରସଙ୍ଗକୁ ନେଇ ରାଜଧାନୀରେ ହାଲାବୋଲ କରିଛି । ହେଲେ ଏହାରି ଭିତରେ ରାଜ୍ୟ ସରକାର ପୁରା ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ପରି ନ୍ୟାୟ ପାଉ , ଓ ଅଭିଯୁକ୍ତ ଦଣ୍ଡ ପାଉ । ହେଲେ ଜଣେ ଯୁବମନ୍ତ୍ରୀଙ୍କୁ ଯେଉଁମାନେ ବଦନାମ କରିବା ପାଇଁ ଯେଉଁମାନେ ଷକ୍ଷଯନ୍ତ୍ର କରିଛନ୍ତି ସେମାନଙ୍କ ଚେହେରା ବି ପଦାକୁ ଆସୁ ।
ତେବେ ଘଟଣା କଣ ନଜର ପକାନ୍ତୁ
ଗତ ଅଗଷ୍ଟ ମାସରେ ଘଟିଥିଲା ପରୀ ହତ୍ୟା ଘଟଣା । ହତ୍ୟାର ୪-୫ ଦିନ ପରେ ପରୀ ମାଙ୍କ ଦେହରେ କୁଆଡେ ସବାର ହୋଇଥିଲା ପରୀର ଆତ୍ମା ଆଉ ତାକୁ ହତ୍ୟା କରାଯାଇଥିବା କହିଥିଲା । ତାର ଦୁଇ ତିନି ଦିନ ମଧ୍ୟରେ ତାଙ୍କ ଘର ପଛପଟ ବାଡିରୁ ବାହାରିଲା ପରୀର ଗଳିତ ମୃତଦେହ । ହତ୍ୟା କିଏ ଓ କାହିଁକି କରିଛି ତାହା ଏବେ ବି ରହସ୍ୟାବୃତ । କାରଣ ପୋଲିସ ୪ଜଣଙ୍କ ପଲିଗ୍ରାଫ ଟେଷ୍ଟ କରିଛି, ୩୪ଜଣଙ୍କୁ ଜେରା କରିଛି । କିନ୍ତୁ ହତ୍ୟାକାରୀ ନିକଟରେ ପହଁଚିପାରିନି ।
ସେପଟେ ହଠାତ ପରୀର ମା ଓ ବାପା ମା ଭୁବନେଶ୍ବରରେ ପହଁଚିଲେ । ସେଠାରୁ ଗଲେ ବିଧାନସଭା ସାମ୍ନାକୁ । ବିଧାନସଭା ଆଗରେ ଯାହା ଘଟିଲା ସେକଥା ସମସ୍ତେ ଜଣନ୍ତି । ଏହି ହତ୍ୟାକାଣ୍ଡର ଏବେ କ୍ରାଇମବ୍ରାଞ୍ଚ ତଦନ୍ତ କରିବ । ତେଣୁ ସତ ଆପେ ଆପେ ପଦାକୁ ଆସିଯିବ ।
ତେବେ ଏଭିତରେ ଗତ ଦୁଇ ତଳେ ସୋସିଆଲ ମିଡିଆରେ ଭୁବନ ଚନ୍ଦ୍ର ହାତୀ ନାମକ ଜଣେ ବ୍ୟକ୍ତି (ତାଙ୍କ ପରିଚୟ ଆମେ ଜାଣିନାହୁଁ) ଏହି ଫଟୋକୁ ତାଙ୍କ ଫେସବୁକରେ ଛାଡିଛନ୍ତି । ଫଟୋରେ ବାମରୁ ପ୍ରଥମ ବ୍ୟକ୍ତି ହେଉଛନ୍ତି ପରୀର ବାପା ଅଶୋକ ସାହୁ ଏବଂ ପଞ୍ଚମ ବ୍ୟକ୍ତି ଜଣକ ହେଉଛନ୍ତି ସରପଞ୍ଚ ସୌମ୍ୟରଂଜନ ପ୍ରଧାନ । ଇଏ ସେହି ସରପଞ୍ଚ ଯିଏ ମନ୍ତ୍ରୀ ଅରୁଣ ସାହୁଙ୍କ ସହ କଥା ହୋଇ ତାଙ୍କୁ ପରୀର ବାପା ଓ ମାଙ୍କୁ ଭେଟାଇବାକୁ କହୁଥିଲେ । ହେଲେ ମନ୍ତ୍ରୀଙ୍କୁ ଭେଟାଇନଥିଲେ । ବରଂ ପରୀର ବାପା ଓ ମା ବିଧାନସଭା ସମ୍ନାରେ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ ।
ଗତ ଅଗଷ୍ଟ ମାସରୁ ଏହି ହତ୍ୟା ସଂଗଠିତ ହୋଇଥିବା ବେଳେ ପୋଲିସ ନିଜ ଢାଞ୍ଚାରେ ତଦନ୍ତ କରୁଛି । ଏଯାଏଁ ଏହି ହତ୍ୟାକୁ ନେଇ କୌଣସି ଚର୍ଚ୍ଚା ନଥିବା ବେଳେ ହଠାତ ବିଧାନସଭା ସମ୍ନାକୁ କେମିତି ଆସିଲା । ଏହି ଫଟୋ ସେ ସତ୍ୟକୁ ପଦାରେ ପକାଇଛି । ପରୀର ବାପା ଓ ମା କାହା ସାହସରେ ଏତେବଡ ପଦକ୍ଷେପ ନେବାକୁ ମନ ସ୍ଥିର କଲେ । ମୋଟାମୋଟି ଭାବେ କହିବାକୁ ଗଲେ ପରୀର ହତ୍ୟାକାରୀକୁ ଉଚିତ ଦଣ୍ଡବିଧାନ ହେଉ ଏକଥା ସମସ୍ତେ ଚାହୁଁଛନ୍ତି ।
ତେବେ ଏନେଇ କଣ କହିଛନ୍ତି ଗୃହରାଷ୍ଟ୍ର ମନ୍ତ୍ରୀ ବିଧାନସଭାରେ ନଜର ପକାନ୍ତୁ
ଗୃହରେ ବାଚସ୍ପତିଙ୍କ ରୁଲିଙ୍ଗ ଉପରେ ଉତ୍ତର ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। ଏ.ଜି. ଛକରୁ ସଚିବାଳୟ ମାର୍ଗ ଏକ ସାର୍ବଜନୀକ ରାସ୍ତା ଅଟେ । ବିଧାନସଭାର ସୁରକ୍ଷା ପାଇଁ ସବୁ ପ୍ରସ୍ତୁତି ସହିତ ସୁରକ୍ଷା ବଳୟର ପରିଦର୍ଶନ କରାଯାଇଛି। ଗତକାଲି ନୟାଗଡ ଜିଲ୍ଲା
ଯଦୁପୁର ଗ୍ରାମର ଶ୍ରୀ ଅଶୋକ କୁମାର ସାହୁ ଏବଂ ତାଙ୍କ ସ୍ତ୍ରୀ ସୌଦାମିନୀ ସାହୁ ପୁର୍ବାହ୍ନ ପ୍ରାୟ ୧୦ ଘଟିକା ୪୫ ମିନିଟ
ସମୟରେ ସଚିବାଳୟ ରାସ୍ତାର ବିଧାନସଭା ଅଭ୍ୟର୍ଥନା କକ୍ଷ ସମ୍ମୁଖରେ ଚାଦର ଘୋଡାଇ ହୋଇ ଆସି ତାଙ୍କ ସାଙ୍ଗରେ
ବୋତଲରେ ଆଣିଥିବା କିରୋସୀନ୍ ତାଙ୍କ ଉପରେ ଢାଳୁଥିବାବେଳେ ତାହା ବିଧାନସଭା ପାଇଁ ନିୟୋଜିତ ନିରାପତ୍ତା ପୋଲିସ କର୍ମଚାରୀଙ୍କ ନଜରକୁ ଆସିଥିଲା । ତତ୍କ୍ଷଣାତ ପୋଲିସ କର୍ମଚାରୀମାନେ ସେମାନଙ୍କଠାରୁ ବୋତଲରେ ଥିବା
କିରୋସୀନ୍ ଜବତକରି କୌଣସି ପ୍ରକାର ଆତ୍ମଦାହ କରିବା ପୂର୍ବରୁ ତାଙ୍କୁ ପୋଲିସ ହେପାଜତକୁ ନେଇଯାଇଥିଲେ ।
ପରେ ସେମାନଙ୍କୁ କ୍ୟାପିଟାଲ ହସ୍ପିଟାର ଫାଣ୍ଡିକୁ ନିଆଯାଇଥିଲ ।
ସେମାନଙ୍କୁ ପଚରାଉଚରା କରିବାରେ କଣାପଡିଲା ଯେ ଶ୍ରୀ ଅଶୋକ କୁମାର ସାହୁ , ଗ୍ରାମ:ଯଦୁପୁର,
ଥାନା: ସଦର, ଜିଲ୍ଲା: ନୟାଗଡ ତାଙ୍କ ୫ ବର୍ଷର ଝିଅ ନିଖୋଜ ଥିବାରୁ ଲିଖିତ ଭାବେ ଜଣାଇଥିଲେ ।
ଅଭିଯୋଗକାରୀଙ୍କ ଅଭିଯୋଗ କ୍ରମେ ନୟଗଡ ସଦର ଥାନା ମୋକଦ୍ଦମା ସଂଖ୍ୟା- ୯୮ ତା.୧୪.୦୭.୨୦୨୦ ରିଖ
ଦଫା ୩୬୩ ଆଇ.ପି.ସି ପରିବତ ଦଫା ୩୬୩ / ୩୬୪/ ୩୦୨/୨୦୧ ଅଇ.ପି.ସିରେ ମୋକଦ୍ଦମା ରୁକୁ
ହୋଇଥିଲା । ସବ୍ ଇନିସ୍ପେକ୍ଟର, ଏସ୍.କେ. ଦାସଙ୍କୁ ତଦନ୍ତଭାର ଦିଆଯାଇଥିଲା । ଝିଅର ଅନୁସନ୍ଧାନ ପାଇଁ
ଭି.ଏଚ୍.ଏଫ. ଦାର୍ଜୀ ମାଧ୍ୟମରେ ସମସ୍ତ ଥାନାକୁ ଜଣାଇ ଦିଆଯାଇ ସାକ୍ଷୀମାନଙ୍କୁ ପଚରାଉଚରା କରାଯାଇଥିଲା ।
Criminal Intelligence Gazette (CIG) ରେ ପ୍ରକାଶନ ପାଇଁ ତୁରନ୍ତ ପ୍ରକ୍ରିୟା ଆରମ୍ଭ କରାଗଲା । ସନ୍ଧାନୀ ପୋଲିସ କୁକୁର
ମଧ୍ୟ ନିୟୋଜିତ କରାଗଲା ।
ତା: ୨୩.୦୭.୨୦୨୦ ରିଖ ଅପରାହ୍ନ ୪ ଘଟିକା ୨୦ ମିନିଟ୍ ସମୟରେ ଅଭିଯୋଗକାରୀ ତାଙ୍କ ଘର ପଛ
ଗ୍ରାମ୍ୟ ପୋଖରୀର ଉତ୍ତର ପଟ ବନ୍ଧରେ ତାଙ୍କ ଝିଅର ଶବ ପଚାଶଢା ଅବସ୍ଥାରେ ଏକ ଅଖା ଭିତରେ ବନ୍ଧା ହୋଇ ପଡିଥିବାର ଦେଖିଥିଲେ । ସଦର ଥାନା ଇନ୍ସପେକ୍ଟର ରୀନାରାଣି ସାହୁ ଘଟଣା ସ୍ଥଳରେ ପହଁଚିଥିଲେ । ପରିପର୍ଶ୍ୱକ ଅବସ୍ଥାରୁ ଜଣାଯାଏ ଯେ ଦୁବୃତମାନେ ଝିଅଟିକୁ ଅପହରଣ କରି ହତ୍ୟା କରିଛନ୍ତି । ତେଣୁ ମୋକଦ୍ଦମାଟି
ଦଫା ୩୬୩ / ୩୬୪/୩୦ ୨ / ୨୦୧ ଆଇ.ପି.ସିକୁ ରୂପାନ୍ତରୀତ ହୋଇଥିଲା । ସଦର ଥାନା ଇନିସ୍ପେକ୍ଟର ଉକ୍ତ
କେଶର ତଦନ୍ତ ଭାର ତୁରନ୍ତ ଏସ୍.ଆଇ., ଏସ୍.କେ. ଦାସଙ୍କ ଠାରୁ ଗ୍ରହଣ କଲେ।ଏସ.ସି.ବି. ମେଡିକାଲ କଲେଜ, କଟକକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇ ଏକ ଡାକ୍ତରୀ ଦଳଙ୍କ ଦ୍ବାରା ଶବ ବ୍ୟବଚ୍ଛେଦ କରାଯାଇଥିଲା ।
ବ୍ୟବଚ୍ଛେଦ ରିପୋର୍ଟ ଦେଇଥିବା ଡାକ୍ତର ନିମନ୍ତେ ତାଙ୍କର ମତାମତ ଦେଇଛନ୍ତି ।
1. The bone and soft tissue produced is of human origin and appears to of female child
of age 5 – 6 years.
2. Opinion to sexual abuse and cause of death can not be determined as this stage of
decomposition with the available body parts.
3. Times since death is more than a week.
State Forensic Science Laboratory, Bhubaneswar ଠାରେ Dna Test କରି ଝିଅର ପିତା
ମାତାଙ୍କର ରକ୍ତ ନମୁନା ସହିତ ମ୍ୟାଚ କରାଗଲା ଓ ଅବେଦନକାରୀଙ୍କ ନିଜ ଝିଅ ବୋଲି ପ୍ରମାଣ କରାଗଲା ।
୪ଜଣ ବ୍ୟକ୍ତିଙ୍କ ପଲିଗ୍ରାଫ୍ ପରିକ୍ଷା SFSL, ଭୁବନେଶ୍ବରରେ କରାଯାଇଛି । ସମସ୍ତ ସନ୍ଦିଗ୍ଧଙ୍କ କଲ ରେକର୍ଡକୁ ବିଶ୍ଳେଶଣ କରାଗଲା । ନୟାଗଡ ଜିଲ୍ଲାର ବିଭିନ୍ନ ବ୍ୟାଙ୍କରେ ସନ୍ଦିଗ୍ଧଙ୍କ ଆର୍ଥିକ କାରବାରକୁ ତନଖି କରାଗଲା । ୩୪ ଜଣ ସନ୍ଦିଗ୍ଧ ଓ ଗ୍ରାମବାସୀଙ୍କୁ ପଚରା ଉଚରା କରାଯାଇଥିଲା । ମୋକଦ୍ଦମାଟିକୁ ଏସ୍.ଡି.ପି.ଓ., ନୟାଗଡ ତଦାରଖ
କରୁଛନ୍ତି ଏବଂ ତାହା ବର୍ତ୍ତମାନ ତଦନ୍ତାଧୀନ ଅଛି । ମୋକଦ୍ଦମାଟିର ତଦନ୍ତ ଭାର ବର୍ତ୍ତମାନ ରାଜ୍ୟ କ୍ରାଇମ୍ ବ୍ରାଞ୍ଚକୁ ହସ୍ତାନ୍ତର କରାଯିବା ପାଇଁ ନିଷ୍ପତି ନିଆଯାଇଛି । ରାଜ୍ୟ କ୍ରାଇମ୍ ବ୍ରାଞ୍ଚ ଏହି ମାମଲାଟିକୁ ବିଧିବଦ୍ଧ ଭାବେ ତଦନ୍ତ କରି ଆଇନ ଅନୁଯାୟୀ ଉଚିତ ପଦକ୍ଷେପ ଗ୍ରହଣ
କରିବ ।