କଂଗ୍ରେସର ଓଡ଼ିଶା ବନ୍ଦ ଡାକରା ବା ଧର୍ମଘଟକୁ ସଫଳ କରିବାପାଇଁ ରାଜ୍ୟବାସୀଙ୍କୀ ସମର୍ଥନ ଲୋଡିଲେ ପିସିସି ସଭାପତି…

- Advertisement -

{}ଆପଣମାନେ ଜାଣିଥିବେ ରାଜ୍ୟରେ ବିଜେଡ଼ି ଶାସନ କାଳରେ ହିଂସା, ନାରୀ ଦୁଷ୍କର୍ମ ଓ ହତ୍ୟା ବଢ଼ିଚାଲିଛି ।ସାରା ଭାରତବର୍ଷରେ ଓଡ଼ିଶାରେ ହିଁ ସବୁଠାରୁ ବେଶୀ ନାରୀ ନିର୍ଯ୍ୟାତନା ଘଟୁଛି । ଯାହାକି ଓଡ଼ିଶାବାସୀଙ୍କ ପାଇଁ ଅତ୍ୟନ୍ତ ଲଜ୍ଜ୍ୟାକର ବିଷୟ, ଖୁବ ନିକଟରେ ମମିତା ମେହେରଙ୍କୁ ଯେଭଳି ଭାବରେ ବର୍ବରୋଚିତ ହତ୍ୟା କରାଗଲା ତାହା ସମସ୍ତ ସୀମା ଟପିଯାଇଛି । ଯେତେ ସବୁ ଘଟଣା ଘଟୁଛି ସେଥିରେ ପ୍ରତିଷ୍ଠିତ ବ୍ୟକ୍ତିମାନେ ସଂପୃକ୍ତ ଯୋଗୁଁ ନ୍ୟାୟ ମିଳିବା କଷ୍ଟକର ହୋଇପଡ଼ୁଛି । ଏପରିକି ମନ୍ତ୍ରୀ, ବିଧାୟକଙ୍କର ସଂପୃକ୍ତି ଥିବା ବେଳେ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଘଂଟ ଘୋଡ଼ାଇବା ମା’ ଭଉଣୀଙ୍କୁ କିଭଳି ସମ୍ମାନ ଦେଉଛନ୍ତି ତାହା ଜଣାପଡ଼ୁଛି ।

ମନ୍ତ୍ରୀଙ୍କ ବହିଷ୍କାର ଓ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବୀରେ କଂଗ୍ରେସ ଦଳ ପକ୍ଷରୁ ଆଗାମୀ ୧୨ ତାରିଖ ଶୁକ୍ରବାର ଦିନ ୬ ଟା ଠାରୁ ଦିବା ୧୨ ଘଂଟା ପର୍ଯ୍ୟନ୍ତ ୬ ଘଂଟା ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦକୁ ସମସ୍ତ ସମଭାବାପନ୍ନ ରାଜନୈତିକ ଦଳମାନେ ସହଯୋଗ କରିବା ପାଇଁ ସମ୍ମତି ପ୍ରଦାନ କରିଛନ୍ତି । ଏହି ବନ୍ଦକୁ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରିବାକୁ କଂଗ୍ରେସ ନିଷ୍ପତି ନେଇଛି ବୋଲି ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ କହିଛନ୍ତି । ଏହି ବନ୍ଦ ସଂପର୍କରେ ଆଜି ମାନ୍ୟବର ହାଇକୋର୍ଟ ଏକ ନିଷ୍ପତି ନେଇଛନ୍ତି ତାହାକୁ କଂଗ୍ରେସ ଦଳ ସ୍ୱାଗତ କରିବା ସହ ସମ୍ମାନ ଜଣାଉଛୁ । କିନ୍ତୁ ମା’ ଭଉଣୀଙ୍କୁ ସମ୍ମାନ ଦେବାକୁ ଯାଇ ସ୍ୱତପ୍ରବୃତ ଭାବେ କିଏ ଯଦି ଯାଇଁ ଓଡ଼ିଶାବନ୍ଦରେ ସାମିଲ ହୁଏ ସେଥିପାଇଁ କଂଗ୍ରେସ ସ୍ୱାଗତ କରିବ । ଏହି ଅବସରରେ ଓଡ଼ିଶା ବନ୍ଦକୁ ସଫଳ କରିବାପାଇଁ ରାଜ୍ୟବାସୀଙ୍କ ସହାଯ୍ୟ ସହଯୋଗ ଲୋଡ଼ିଛନ୍ତି ପିସିସି ସଭାପତି ଶ୍ରୀ ପଟ୍ଟନାୟକ ବୋଲି ପିସିସି ଗଣମାଧ୍ୟମ ସଂଯୋଜକ ଶ୍ରୀ ଦୀପକ କୁମାର ମହାପାତ୍ର ଏକ ପ୍ରେସବିଜ୍ଞପ୍ତିରେ ଜଣାଇଛନ୍ତି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles