ତେଲ ଦର ବୃଦ୍ଧି ନେଇ ବିରୋଧୀ ଦଳ ଉପ ନେତା ବିଷ୍ଣୁ ସେଠୀଙ୍କ ବିତଣ୍ଡା ଯୁକ୍ତି… ତୈଳ ଦର ନ କମିବା ଉଚିତ…

- Advertisement -

ଭୁବନେଶ୍ୱର : ତୈଳ ଦର ଏତିକି ରହୁ l କମିବା କିଛି ଆବଶ୍ୟକ ନାହିଁ l ନହେଲେ ଆମେ ଏହି ଜାଗାରେ ଛିଡା ହୋଇପାରିବା ନାହିଁ. I ଜର୍ମାନୀ, ପ୍ରାନ୍ସ,ୟୁକେରେ ତେଲ ଦର 100 ଉପରେ ରହିଛି l ତେଲ ଦର ରାଜ୍ୟ କମଉ, କେନ୍ଦ୍ର କମାଇବ ନାହିଁ ବୋଲି ସବୁ ଗଣମାଧ୍ୟମରେ ଖୋଲା ଖୋଲି କହିଦେଇଛନ୍ତି ବିଜେପି ବିଧାୟକ ଦଳ ଉପନେତା ବିଷ୍ଣୁ ସେଠି l ସେ ଆହୁରୀ କହିଛନ୍ତି ଯେ ଦର ଦାମ ବଢିବା ଯୋଗୁଁ ମୋଦିକୁ ରାଜ୍ୟରେ 91 ପ୍ରତିଶତ ପସନ୍ଦ କରୁଛନ୍ତି ସର୍ଭେରେ ଆସିଛି l ଯଦି ଦାମ କମିବ ତେବେ 100ପ୍ରତିଶତ ପସନ୍ଦ କରିବେ l ତେବେ କିଏ ସାଧାରଣ ଲୋକ ବୋଲି ସେ ପ୍ରଶ୍ନ କରିଛନ୍ତି l
100 ପାର ହେଉ ତେଲ
ବିଶ୍ୱର ଅନ୍ୟ ଜାଗାରେ 100 ମାରିସାରିଛି l
ବିଜେପି ବିଧାୟକ ଏମିତି ବିତଣ୍ଡା ଯୁକ୍ତି ଏବେ ଛାଡିଆଡେ ଚର୍ଚ୍ଚାର ବିଷୟ l ସେପଟେ ମଙ୍ଗଳବାର ବିଧାନସଭାରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ସଂକ୍ରାନ୍ତ ମୁଲତବୀ ପ୍ରସ୍ତାବ ଆଲୋଚନାରେ ବିଜେପି -ବିଜେଡି ଉପରେ କଂଗ୍ରେସ ସଭ୍ୟମାନେ ବର୍ଷିଥିଲେ I ଆଲୋଚନା ଆରମ୍ଭ କରି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଥିଲେ, ପେଟ୍ରୋଲ ଓ ଡିଜେଲ ଉପରେ କେନ୍ଦ୍ର ସରକାର ପ୍ରାୟ 33 ଟଙ୍କା ଉତ୍ପାତ ଶୁଳ୍କ ବସାଇଛନ୍ତି I ଏବେ ପେଟ୍ରୋଲ 100 ଟଙ୍କା ଟପିଲାଣି I ଉପା ସରକାର ବେଳେ ଲିଟର ପିଛା 50 ପଇସା ବଢାଇବାବେଳେ  ଦିଲ୍ଲୀରୁ ପଲ୍ଲୀ ଯାଏ ଆନ୍ଦୋଳନ କରୁଥିଲେ I ଏବେ ସିବିଆଇ ଡରରେ ସରକାର
ବସିଛନ୍ତି I  ଭାଟ ମଧ୍ୟ ରାଜ୍ୟ ସରକାର ପେଟ୍ରୋଲରେ 32 ପ୍ରତିଶତ, ଡିଜେଲରେ 28 ପ୍ରତିଶତ ଭାଟ ନେଉଛନ୍ତି I ଏହି ଜନ ବିରୋଧୀ ନୀତିକୁ କଂଗ୍ରେସ ବିରୋଧ କରିଛି I ତେଣୁ କେନ୍ଦ୍ର ଉତ୍ପାଦ ଶୁଳ୍କକୁ ତୁରନ୍ତ ପ୍ରତ୍ୟାହାର କରନ୍ତୁ I ରାଜ୍ୟ ସରକାର ବି ଭାଟ କମାନ୍ତୁ ବୋଲି ଶ୍ରୀ ବାହିନୀପତି ପ୍ରକାଶ କରିଥିଲେ I କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଥିଲେ, ତୈଳ ଦରକୁ ବିରୋଧ କରି କଂଗ୍ରେସ ସଭ୍ୟମାନେ ସାଇକେଲରେ ଆସିଛନ୍ତି I ଏହାଠୁ ଦୁଃଖ କଣ କଣ ଥାଇପାରେ I ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଯୋଗୁଁ ଚାଷୀ ଏବେ ହନ୍ତସନ୍ତ I ଟ୍ରାକ୍ଟର ଚଳାଇବା ସମ୍ଭବ ହେଉନାହିଁ I

ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଥିଲେ, ରାଜ୍ୟ ସରକାରଙ୍କର ଏବେ ‘ଋଣ କରି ଘିଅ ପିଇଲା’ ଭଳି ସ୍ଥିତି I ସେ କହିଥିଲେ, ପଶ୍ଚିମବଙ୍ଗ, ମେଘାଳୟ ଓ ଛତିଶଗଡ଼ ସରକାର ଭାଟ କମାଇଛନ୍ତି I ହେଲେ ଓଡିଶା ସରକାର ଭାଟ କମାଇ ନାହାଁନ୍ତି I ତେଣୁ ମୁଖ୍ୟମନ୍ତ୍ରୀ ତୁରନ୍ତ ପେଟ୍ରୋଲ ଓ ବିଜେପି ପେଟ୍ରୋଲ ଓ ଡିଜେଲ ଦର ହ୍ରାସ କରିବା ନେଇ ଅର୍ଥମନ୍ତ୍ରୀଙ୍କୁ ନିର୍ଦେଶ ଦିଅନ୍ତୁ ବୋଲି ଆହ୍ୱାନ କରିଥିଲେ I ବିଜେପି ସଭ୍ୟ ବିଷ୍ଣୁ ସେଠୀ ମଧ୍ୟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ I ସେ କହିଥିଲେ, ରାଜ୍ୟ ସରକାର ତୁରନ୍ତ ଭାଟ କମାନ୍ତୁ I

ସେହିପରି ବିଜେଡି ବିଧାୟକ ଅଶ୍ୱିନୀ ପାତ୍ର କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି କହିଥିଲେ, କେନ୍ଦ୍ର ସରକାର ଭିତିଭୂମି ସେସ ଆଦାୟ କରୁଛନ୍ତି I ଏଥିରେ ରାଜ୍ୟକୁ କିଛି ଅଂଶଧନ ଦେଇନାହାନ୍ତି I ଏହି ଅର୍ଥରେ ଉତ୍ପାଦ ଶୁଳ୍କ କମାଇବା ଉଚିତ I ପ୍ରଧାନମନ୍ତ୍ରୀଙ୍କ ଗରିବ କଲ୍ୟାଣ ଯୋଜନା ଏବେ ଗରିବ ମାରଣ ଯୋଜନା କରିଛନ୍ତି I ସେହିପରି ବିଧାୟକ ମୁକେଶ ମହାଲିଙ୍ଗ, ଲତିକା ପ୍ରଧାନ ଓ ଧ୍ରୁବ ସାହୁ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ I ଅନ୍ୟପଟେ ତୈଳ ଦର ବୃଦ୍ଧି ନେଇ ଉତ୍ତର ରଖିଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। କେନ୍ଦ୍ର ସରକାରଙ୍କ ଅତିରିକ୍ତ ସେସ ଯୋଗୁ ବଢୁଛି ତୈଳଦର। 2014 କୁ ଯଦି ମୂଳ ବର୍ଷ ଧରାଯାଏ ତେବେ ଇତିମଧ୍ୟରେ କେନ୍ଦ୍ର ସରକାର ପେଟ୍ରୋଲରେ 247.41 ପ୍ରତିଶତ ଓ ଡିଜେର୍ଲରେ 793.26 ପ୍ରତିଶତ ବୃଦ୍ଧି କରିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କେନ୍ଦ୍ର ସରକାର ଭିତ୍ତିଭୂମି ଓ କୃଷି ଭଳି ଦୁଇଟି ଅତିରିକ୍ତ ସେସରେ 18 ପ୍ରତିଶତ ଟିକସ ଆଦାୟ କରୁଛନ୍ତି। ଯୋଉଥିପାଇଁ ତୈଳଦର ଅହେତୁକ ଭାବେ ବୃଦ୍ଧି ପାଇଛି। ଏହି ଦୁଇଟି ସେସ ଛାଡ଼ କଲେ ତୈଳଦର କମିବ ବୋଲି କହିଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles