୨୦୨୪ରେ କେଉଁ ଆସନରେ ଲଢିବେ ବବି………

- Advertisement -

ପ୍ରଣବ ପ୍ରକାଶ ଦାସ (ବବି) l ବିଜେଡି ସଙ୍ଗଠନ ସଂପାଦକ ତଥା ଯାଜପୁର ବିଧାୟକ l ଓଡ଼ିଶା ଯୁବ ମାନସର ପ୍ରତୀକ l ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅତି ବିଶ୍ଵସ୍ତ ଓ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିୟାନ ପ୍ରିୟପାତ୍ର l ବିଜେଡି ଦଳର ପାୱାର ଫୁଲ ବିଧାୟକ ଓ ଓଡିଶା ରାଜନୀତିରେ ବର୍ତ୍ତମାନ ଅନ୍ୟତମ ଚର୍ଚ୍ଚିତ ଚେହେରା l ଯାଜପୁର ଆସନରେ ଲଗାତର ହ୍ୟାଟ୍ରିକ ବିଧାୟକ ଭାବେ ନିର୍ବାଚିତ ହେବା ସହ ନିଜର ସାଂଗଠନିକ ଦକ୍ଷତା ବଳରେ ପୁରା ଓଡ଼ିଶାରେ ବବି, ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି l ବର୍ତ୍ତମାନ ଓଡିଶା ରାଜନୀତିର ଚାଣକ୍ୟ ତାଲିକା ପ୍ରବଣ ପ୍ରକାଶ ଦାସ (ବବି)ଙ୍କ ସ୍ଥାନ ଶୀର୍ଷରେ ରହିବ, ଏଥିରେ କୌଣସି ଦ୍ବିଧା ନାହିଁ l ଦଳ ପାଇଁ ନିଜକୁ ସମର୍ପଣ କରି ଦିନରାତି ଏକକରି ତୃଣମୂଳ ସ୍ତରରୁ ବିଜେଡି ସଂଗଠନକୁ ପାହାଡପରି ଛିଡା କରିବାରେ ତାଙ୍କର ରହିଛି ପ୍ରଚ୍ଛନ୍ନ ଭୂମିକା, ଯାହା ବିରୋଧିଙ୍କୁ ମଧ୍ୟ ଚିନ୍ତାରେ ପକାଇଛି l କାରଣ ବବିଙ୍କ ସାଙ୍ଗଠନିକ କ୍ଷମତା, ରଣନୀତିକୁ ହିସାବକୁ ନେଲେ, ତାଙ୍କ ସମକକ୍ଷ, ତାଙ୍କ ଯୋଜନାକୁ ମାତ୍ ଦେବା ପରି ବ୍ୟକ୍ତିତ୍ବ , ଓଡିଶାରେ କୌଣସି ବିରୋଧୀ ଦଳ ନିକଟରେ ନାହିଁ । ଯାହା ବିଜେଡିକୁ ଭୋଟ୍ ରାଜନୀତିରେ ଆଗୁଆ କରି ଆସୁଛି ।

 

୨୦୨୪ ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେତୃତ୍ୱରେ ବିଜେଡିକୁ ବଡ ବିଜୟ ଟିକା ପିନ୍ଧିବାକୁ ପାଗ ଭିଡିଲାଣି । ଏପରି ହେଲେ ଷଷ୍ଠଥର ବିଜେଡି ଶାସନର ମଙ୍ଗ ଧରିବେ ନବୀନ ଆଉ ଜାତୀୟ ରାଜନୀତିରେ ଷଷ୍ଠଥର ମୁଖ୍ୟମନ୍ତ୍ରୀ ଭାବେ ନବୀନଙ୍କ ନାଁରେ ଲେଖାଯିବ ନୂଆ ରେକର୍ଡ l ଦେଶର ଲମ୍ବା ସମୟ ଧରି ମୁଖ୍ୟମନ୍ତ୍ରୀ ଭାବେ ନବୀନ ଇତିହାସ ରଚିବାକୁ ଯାଉଛନ୍ତି ୨୦୨୪ରେ l ଏହି କାମ କିପରି ସାକାର ହେବ, ସେହି କାମରେ ଲାଗିଛନ୍ତି ବିଜେଡି ସଙ୍ଗଠନ ସଂପାଦକ l

 

୨୦୧୯ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରି, ୨୦୨୪ ମସିହାରେ ବିଜେଡି ସାଂଗଠନିକ ସଂପାଦକ ବବି ଦାସ, ଦୁଇଟି ଆସନରୁ ନିର୍ବାଚନ ଲଢିବା ନେଇ ଏବେ ରାଜ୍ୟ ରାଜନୀତିରେ ଜୋରଦାର ଚର୍ଚ୍ଚା ଉଠିଛି l ଯାଜପୁରରୁ ସମ୍ୱଲପୁର ଯାଏ ବବିଙ୍କୁ ନେଇ ଆଲୋଚନା ସବୁଛି l ୨୦୨୪ରେ ପ୍ରଣବ ପ୍ରକାଶ ଦାସ (ବବି) ନିଜ ବାପାଙ୍କ ଗଡ ଯାଜପୁର କୋରେଇ ଆସନରୁ ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା ହେଉଥିବା ବେଳେ ରାଜନୈତିକ ସମୀକ୍ଷକ ଆକଳନ କରୁଛନ୍ତି ବବି ଯାଜପୁର ବିଧାନସଭା ଆସନରୁ ବିଧାୟକ ପ୍ରାଥି ଓ ସମ୍ବଲପୁର ସାଂସଦ ପ୍ରାଥି ହେବେ l ଓଡିଶା ରାଜନୀତିରେ ବଡ ଚେହେରା ଭାବେ ଉଭା ହୋଇଥିବା ବବି କିନ୍ତୁ ଏନେଇ ମୁହଁ ଖୋଲୁନାହାନ୍ତି କି ବିଜେଡି ମଧ୍ୟ କିଛି ବିଧିବଦ୍ଧ ଭାବେ ଏହା ଉପରେ ପ୍ରତିକ୍ରିୟା ଦେଇନାହିଁ l କେବଳ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି ବବି କେଉଁଠୁ ନିର୍ବାଚନ ଲଢ଼ିବେ l ରାଜନୈତିକ ସମୀକ୍ଷକ ଆକଳନ ହେଉଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚେକ୍ ଦେବା ପାଇଁ ବିଜେଡି ବବିଙ୍କୁ ବଡ ରାଜନୈତିକ ଅସ୍ତ୍ର ଭାବେ ପ୍ରୟୋଗ କରିପାରେ l ଯେଉଁଥିରେ ବିରୋଧି ଘାଇଲା ହେବା ସହ ବବିଙ୍କ ରଣନୀତି ଓ ଲୋକ ପ୍ରିୟତାକୁ ସାମ୍ନା କରିବାକୁ ସାହସ ଜୁଟାଇ ପାରିବେନି l କାରଣ ୨୦୧୯ରେ ଅନୁଷ୍ଠିତ ୮ଟି ଉପ ନିର୍ବାଚନ, ପଂଚାୟତ ଓ ପୌର ନିର୍ବାଚନରେ ପ୍ରଣବ ପ୍ରକାଶ ଦାସ (ବବି) ଙ୍କ ରାଜନୈତିକ ଗୋଟି ଚାଳନାରେ ଚିଟ୍ ପଟାଙ୍ଗ ମାରିଥିଲେ ବିରୋଧୀ l ୩୦ରୁ ୩୦ଜିଲ୍ଲା ପରିଷଦ ବିଜେଡି ଦଖଲ କରିଥିଲା । ୯୦ପ୍ରତିଶତ ପୌର ପରିଷଦ ଦଖଲ କରିଥିଲା ଦଳ l ତୃଣମୂଳ ସ୍ତରରେ ବିଜେଡି ଅଧିକ ଶକ୍ତିଶାଳୀ ହେବା ସହ ବିରୋଧୀଙ୍କ ଗଡ଼କୁ ଭାଙ୍ଗି ଦେଇଛନ୍ତି l ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶରେ cmo ଲୋକଂକ ଦୁଃଖ ଓ ସୁଖ ବୁଝିବା ସହ ୨୦୧୯ ନିର୍ବାଚନ ପ୍ରତିଶୃତିକୁ ଶତ ପ୍ରତିଶତ ପୂରଣ କରି ବିକଶିତ ଓଡିଶା ଗଠନ କରିଚାଲିଛନ୍ତି l ଯେଉଁଥିରେ ବିଜେଡି ସଙ୍ଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ(ବବି) ଙ୍କ ଭୂମିକା ବେଶ ଗୁରୁତ୍ଵ ପୂର୍ଣ୍ଣ ଭୂମିକା । ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିୟାନ ଆମ ଓଡ଼ିଶା ଓ ନବୀନ ଓଡିଶା କାର୍ଯକ୍ରମରେ ସାଧାରଣ ସଭାରେ ଲୋକଙ୍କୁ ଖୋଲାଖୋଲି ଏ ନେଇ କହି ସାରିଛନ୍ତି । ଏବେ ଉଭୟ ପାଣ୍ଡିୟାନ ଓ ପ୍ରଣବ ନବୀନଙ୍କ ନୂଆ ଓଡିଶା ଓ ନବୀନ ଓଡିଶା, ବିକଶିତ ଓଡିଶା ଗଠନରେ ଦିନରାତି ଏକକରି ଓଡିଶାବାସୀଙ୍କ ସେବାରେ ଲାଗିଛନ୍ତି l ଆଉ ଠିକ୍ ଏହି ସମୟରେ ପ୍ରଣବ କେଉଁଠି ଛିଡା ହେବେ ଓ ବିଧାୟକ ପ୍ରାଥି ହେବେ କି ସାଂସଦ ପ୍ରାର୍ଥି ହେବେ ତାହାକୁ ନେଇ ରାଜ୍ୟ ରାଜନୀତି ଉଷ୍ମ ହୋଇଛି l ଏହି ଚର୍ଚ୍ଚାକୁ ନେଇ ବିଜେଡି ଅନ୍ଦର୍ ମହଲରୁ ଗୋଟେ କଥା ଶୁଣିବାକୁ ମିଳୁଛି ୱେଟ୍‌ ଆଣ୍ଡ ୱାଚ୍‌ । ସମୟ କହିବ ବିଜେଡି ରଣନୀତିକାର କେଉଁ କେଉଁ ଆସନରୁ କେବେ ପ୍ରାର୍ଥୀ ଭାବେ ଉଭା ହେଉଛନ୍ତି । ସେତେବେଳ ଯାଏଁ ବିରୋଧୀ କ୍ୟାମ୍ପ ମଧ୍ୟ ଏକ ପ୍ରକାର ଶଙ୍କାରେ ରହିବ ନିଶ୍ଚୟ । …..

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles