() ସାଢେ ଚାରିକୋଟି ଓଡ଼ିଆ ମୋ ପରିବାର । ଏକଥା ସବୁବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହନ୍ତି । ତେଣୁ ସେମାନଙ୍କ ଭଲମନ୍ଦ ବୁୂଝିବା ବିଜୁ ଜନତା ଦଳର ସମସ୍ତ ନେତା,କର୍ମୀଙ୍କ ପ୍ରଥମ କର୍ତ୍ତବ୍ୟ । ସେମାନେ ଯେମିତି ନିରବିଚ୍ଛିନ ଭାବେ ଭଲପାଇବା ଦେଇଛନ୍ତି । ଆମେ ମଧ୍ୟ ସେମାନଙ୍କୁ ସେପରି ଭଲ ପାଇବା ଦେବା । ଦଳୀୟ ସଭା ହେଉ ଅବା ବିଜେଡ଼ିର ପ୍ରତିଷ୍ଠା ଦିବସ କି ସମାବେଶ ଏକଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ କହନ୍ତି । ଆଉ ଏକଥାକୁ ଅକ୍ଷର ଅକ୍ଷରେ ପାଳନ କରନ୍ତି ଦଳର ନେତାମାନେ । ଆଉ ଯେଉଁଠି ବ୍ୟତିକ୍ରମ ଦେଖାଦିଏ , ନବୀନଙ୍କ ସବୁଠାରୁ ବିଶ୍ୱସ୍ତ ଦୂତ ତଥା ବିଜେଡ଼ି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ସେଠାରେ ଉଭା ହୁଅନ୍ତି । କାରଣ ନବୀନଙ୍କ ପରି ବବି ମଧ୍ୟ ସବୁବେଳେ ଜନସେବା ପାଇଁ ରାଜନୀତିକୁ ଆସିଛନ୍ତି ବୋଲି କହନ୍ତି । ବିଶେଷକରି ବିପଦ ସମୟରେ ଲୋକମାନଙ୍କ ସହ ରହି ସେମାନଙ୍କ ଦୁଃଖ ବୁଝିବା ପାଇଁ ସବୁବେଳେ ସେ ଦଳୀୟ ବିଧାୟକ , ତୃରମୂଳସ୍ତର କର୍ମୀଙ୍କୁ ତାଗିତ କରନ୍ତି । ନିଜେ ରାଜଧାନୀରେ ନବସି ଗ୍ରାଉଣ୍ଡକୁ ଯାଇ ସ୍ଥିତର ସମୀକ୍ଷା କରନ୍ତି ବବି । ଯେଉଁଥି ପାଇଁ ସେ ନବୀନଙ୍କର ପ୍ରିୟ ।
କରୋନାର ଦ୍ୱିତୀୟ ଲହରୀ ଦ୍ରୃତ ସଂକ୍ରମଣ ହେଉଛି ।
ଏପରି ସାଂପ୍ରତିକ ପରିସ୍ଥିତିିରେ ଲୋକଙ୍କ ଜୀବନ କିପରି ସୁରକ୍ଷିତ ରହିବ ତାହା ଉପରେ ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ୱ ଦେଇଛନ୍ତି । ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ ସଚେତନ କରିବା ଓ ଏପରି ବିପଦ ସମୟରେ କିପରି ନିଜ ଲୋକପରି ଦଳୀୟ ବିଧାୟକ,ମନ୍ତ୍ରୀ, ସାଂସଦ, ଓ ତୃଣମୂଳ କର୍ମକର୍ତ୍ତା ମାନେ କାମ କରିବେ ତାହାର ମଙ୍ଗ ଧରିଛନ୍ତି ବବି । ପ୍ରତ୍ୟେକ ଦିନ ଦଳୀୟ ନେତା ଓ କର୍ମୀଙ୍କ ବିପଦ ସମୟରେ ଓଡ଼ିଶାବାସୀଙ୍କ ବନ୍ଧୁ ହୋଇ କାମ କରିବାକୁ ସେ ପରାମର୍ଶ ଦେଉଛନ୍ତି । ଏହି ସମୟରେ ବିଧାୟକ , ମନ୍ତ୍ରୀ, ଛାମୁଆ ସଂଗଠନର କର୍ମକର୍ତ୍ତାଙ୍କୁ ଦାୟିତ୍ୱ ବାଣ୍ଟିଛନ୍ତି ପ୍ରଣବ । କରୋନାରୁ ରକ୍ଷା ପାଇବା ପାଇଁ ଲୋକଙ୍କ ସାମାଜିକ ଦୂରତା ବଜାୟ ରଖିବା, ମାସ୍କ ପିନ୍ଧିବା ପାଇଁ ସଚେତନ କରିବା ସହ ମାସ୍କ ଘରେ ଘରେ ପହଞ୍ଚାଇବା , ଗରିବଙ୍କ ମାଗଣାରେ ରନ୍ଧାଖାଦ୍ୟ ଯୋଗାଇ ଦେବା, ଓଡ଼ିଶା ମୋ ପରିବାର କାର୍ଯ୍ୟକ୍ରମ ଜରିଆରେ ବ୍ୟାପକ ରକ୍ତଦାନ ଶିବିର କରିବା ନିଜ ନିର୍ବାଚନୀ ମଣ୍ଡଳୀରେ କରୋନାରେ ସଂକ୍ରମିତ ହୋଇଥିବା ରୋଗୀ ଯେମିତି ସୁବିଧାରେ ସରକାରୀ ସୁବିଧା ସୁଯୋଗ ପାଇପାରିବ ସେ ବ୍ୟବସ୍ଥା କରାଇବା ଓ ନିଜ ନିର୍ବାଚନ ମଣ୍ଡଳୀରେ ୨୪ ଘଣ୍ଟିଆ ଆମ୍ବୁଲାନ୍ସ ବ୍ୟବସ୍ଥା କରିବା ପାଇଁ ପ୍ରଣବ ବିଜେଡ଼ି ବିଧାୟକ ଓ କର୍ମୀମାନଙ୍କୁ ପରାମର୍ଶ ଦେଇଛନ୍ତି । ଏନେଇ ପ୍ରତ୍ୟେକ ଦିନ ଘନଘନ ବୈଠକ କରି ନେତାଙ୍କ କାର୍ଯ୍ୟଦକ୍ଷତା ମାପୁଛନ୍ତି ସେ । କେବଳ ସେତିକି ନୁହେଁ, ସୁବିଧା ଓ ଅସୁବିଧା କଥା ମଧ୍ୟ ବୁଝୁଛନ୍ତି ।
କୋଭିଡ଼ ପରିଚଳନା ନେଇ ଫେସ ଟୁ ଫେସ ଆଲୋଚନା କରି ବବି ନେତାଙ୍କ ମନବଳ ଶକ୍ତିଶାଳୀ କରିବା ସହ ତାଗିତ ମଧ୍ୟ କରୁଛନ୍ତି । ଯାହାର ପ୍ରଭାବ ରାଜ୍ୟବାସୀ ଅନୁଭବ କରୁଛନ୍ତି । କେଉଁଠି ମନ୍ତ୍ରୀ ନିଜେ ଡ଼୍ରାଇଭର ସାଜି କରୋନା ରୋଗୀଙ୍କୁ ଡ଼ାକ୍ତରଖାନାରେ ପହଞ୍ଚାଉଛନ୍ତି ତ କେଉଁଠି ବିଜେଡ଼ି ଜିଲ୍ଲାସଭାପତି, ଯୁବ ଓ ଛାତ୍ରନେତାମାନେ କରୋନାରେ ମୃତ୍ୟୁ ଘଟୁଥିବା ଲୋକଙ୍କ ଶବ ସଂସ୍କାର କରୁଛନ୍ତି । ନବୀନ ଓ ବବିଙ୍କ ନୀତି, ଆଦର୍ଶରେ ବହୁ ଯୁବ ଓ ଛାତ୍ରନେତା ମାନେ ଏବେ ପୁରା ଓଡ଼ିଶାରେ ମାସ୍କ, ସାନିଟାଇଜର, ଲୋକଙ୍କୁ ସଚେତନ କରିବା ସହ ଜୀବଜନ୍ତୁ ଖାଦ୍ୟ ଦେବାରେ ଲାଗିପଡ଼ିଛନ୍ତି । ଆଗାମୀ ଦିନରେ ଏହି ଅଭିଯାନ ଆହୁରୀ ଜୋରଦାର ହେବ ବୋଲି ଦଳୀୟ ନେତାଏ କହିଛନ୍ତି ।