ବିପଦର ବନ୍ଧୁ ପ୍ରଣବ
ସୁନ୍ଦରଗଡ଼ରେ ଗ୍ରାଉଣ୍ଡ ଜିରୋରେ କରୋନା ସ୍ଥିତିର କଲେ ସମୀକ୍ଷା
ଦଳୀୟ ନେତାଙ୍କୁ ଦେଲେ ଲୋକ ସେବା କରିବାର ଗୁରୁ ଦାୟିତ୍ୱ
ଭୁବନେଶ୍ୱର : ସବୁଠି ଅଦୃଶ୍ୟ ଭୁତାଣୁର ଭୟ । ଯାହା କି ସାରା ଦେଶକୁ ଏବେ କଲବଲ କରୁଛି । ଗୋଟେ ପରେ, ଗୋଟେ ରାଜ୍ୟରେ ତାଣ୍ଡବ ରଚୁଛି ଏହି କିଲର କରୋନା । ହେଲେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ କିନ୍ତୁ ରାଜ କରିପାରିନି ଏ ଭୁତାଣୁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ଯୋଗୁଁ ରାଜ୍ୟରେ କରୋନା ନିୟନ୍ତ୍ରଣ । ଠିକ୍ ସମୟରେ ସଠିକ ନିଷ୍ପତ୍ତି ନେଇ ନବୀନ ସାରା ବିଶ୍ୱକୁ ଦେଖାଇଛନ୍ତି ମହାମାରୀ ମୁକାବିଲା କରିବାର ସଫଳ ବାଟ l ପ୍ରାକୃତିକ ବିପର୍ଯୟ ଠାରୁ ମହାମାରୀ ମୁକାବିଲା ଯାଏ ନବୀନ ଏବେ ସଫଳନାୟକ ସାଜିଛନ୍ତି ବିଶ୍ୱସ୍ତରରେ l ଆଜି କରୋନା ମହାମାରୀକୁ ସଫଳତାର ମୁକାବିଲା କରିବା ଯୋଗୁଁ ରାଜ୍ୟରେ ପ୍ରତି ଦଶ ଲକ୍ଷ ଲୋକରେ ମାତ୍ର 4 ପ୍ରତିଶତ ମୃତ୍ୟୁ ହାର ରହିଛି । ଯେତେବେଳେ କି ଏହି ହାର ବିଶ୍ୱ ଓ ଦେଶର ଅନେକ ରାଜ୍ୟରେ 10ଗୁଣାରୁ ଅଧିକ l ଏ ଭୁତାଣୁର ଭୟକୁ ପ୍ରତିହତ କରିବାରେ ନବୀନଙ୍କ ମୁଖ୍ୟସାରଥୀ ସାଜିଛନ୍ତି କିଛି ହାତଗଣତ ପ୍ରଶାସନିକ ଅଧିକାରୀ ଓ ବିଜେଡି ସଂଗଠନ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ । ନିଜର କର୍ତ୍ତବ୍ୟ, ନିଷ୍ଠା ଓ ନବୀନଙ୍କ ଆଗ ଧାଡ଼ିର ସେନାପତି ହୋଇ ଏମାନେ ବିପଦ ସହ ସାମ୍ନା ସାମ୍ନା ଲଢ଼ିଇ କରିଛନ୍ତି l ବିଶେଷ କରି ଦଳର ଦ୍ୱିତୀୟ ନେତା ଭାବେ ନବୀନ ସ୍ୱୀକୃତି ଦେଇଥିବା ପ୍ରଣବ ପ୍ରକାଶ ଦାସ (ବବି ) ମହାମାରୀ ସମୟରେ ନିଜର କର୍ମ ପାଇଁ ଏବେ ସାରା ଓଡ଼ିଶାରେ ସ୍ୱତନ୍ତ୍ର ପରିଚୟ ପାଇଛନ୍ତି । ଓଡିଶା ରାଜିନୀତିର କ୍ରାଇସିସ ମ୍ୟାନେଜର, ନବୀନଙ୍କ ଚାଣକ୍ୟ, ବିଜେଡିର ସାନ ମହାରାଜ, ଓଡିଶାବାସୀଙ୍କ ଭାଇ ଭାବେ ପରିଚିତ ବବି ଯେ ନବୀନଙ୍କ ପରି ଲୋକଙ୍କ ସେବା କରିବା ପାଇଁ ରାଜନୀତିକୁ ଆସିଛନ୍ତି ତାହା ସେ ତାଙ୍କ କାର୍ଯ୍ୟରୁ ପ୍ରମାଣିତ କରି ଚାଲିଛନ୍ତି l ରାଜ୍ୟରେ କୌଣସି ସ୍ଥାନରେ ଯଦି କିଛି ଅସୁବିଧା ହୁଏ, କି ସଙ୍କଟ ଦେଖାଯାଏ ଓ ଲୋକେ ବିପଦରେ ଥାଆନ୍ତି ତତକାଳୀନ ପ୍ରଣବ ସବୁ କାମ ଛାଡି ସେଠାରେ ପହଂଚି ଲୋକଙ୍କ ସେବାରେ ଲାଗିପଡନ୍ତି l ସେ ନିକଟରେ ଶିମିଳିପାଳ ଜଙ୍ଗଲରେ ନିଆଁ ଲିଭା ଅଭିଯାନ ହେଉ. କି କରୋନାର ପ୍ରଥମ ଲହର ସମୟ l ସେ ନିଜେ ଏହି ବିପଦ ସମୟରେ ଗ୍ରାଉଣ୍ଡକୁ ଯାଇ ସ୍ଥିତି ସମୀକ୍ଷା କରିବା ସହ ସମାଧାନର ବାଟ ଦେଖନ୍ତି ସଭିଙ୍କୁ l ବିଶେଷକରି ବିଜେଡି ସଂଗଠନକୁ ଏହି ବିପଦ ସମୟରେ କିପରି ଅଧିକ ଲୋକଙ୍କ ସେବାରେ ଲଗାଇହେବ ତାହାର ବ୍ଲୁପ୍ରିଣ୍ଟ ସେ ପ୍ରସ୍ତୁତ କରନ୍ତି l ଏହାସହ ପ୍ରଶାସନକୁ ସହଯୋଗ କରି ସମସ୍ୟାର କିପରି ସମାଧାନ କରାଯିବ ସେ କାମରେ ସେ ଲାଗିପଡନ୍ତି । ଆଜି ଠିକ୍ ଦ୍ୱିତୀୟ ଲହରରେ ମଧ୍ୟ ଗ୍ରାଉଣ୍ଡ ଜିରୋକୁ ଯାଇ ସ୍ଥିତି ସମୀକ୍ଷା କରିବା ଆରମ୍ଭ କରିଛନ୍ତି ବବି । ଯେଉଁଥି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଉପରେ ଭରଷା କରି ତାଙ୍କୁ ଗୁରୁ ଦାୟିତ୍ୱ ଦିଅନ୍ତି l ଏବେ କରୋନାର ଦ୍ୱିତୀୟ ଲହରୀରେ ବିଶେଷ କରି ପଶ୍ଚିମ ଓଡ଼ିଶାରେ ବେଶୀ ବ୍ୟାପିଛି l ରାଜ୍ୟ ସରକାର ପଶ୍ଚିମ ଓଡିଶାକୁ ଅଧିକ ଫୋକସ କରି ସ୍ୱତନ୍ତ୍ର ଭାବେ ପ୍ରଶାସନିକ ଅଧିକାରୀଙ୍କୁ ଦାୟିତ୍ୱ ଦେଇଛନ୍ତି l ଯାହା ଫଳରେ ସ୍ଥିତି ନିୟନ୍ତ୍ରଣରେ ଅଛି l ହେଲେ ଏତେ ସବୁ ପରେ କାହିଁକି ସୁନ୍ଦରଗଡ଼ରେ ସଂକ୍ରମଣ ଚେନ ବଢିଛି ତାକୁ ବ୍ରେକ ଦେବାପାଇଁ ଚିନ୍ତା ଘାରିଲା ପ୍ରଣବକୁ l ତେଣୁ ବିଜେଡି ବାହିନୀକୁ ସଂକ୍ରମଣ ଚେନରେ ରୋକ ଲଗାଇବା ସହ ଲୋକଙ୍କୁ କିପରି ଅଧିକ ସଚେତନ କରାଯିବ ତାହାକୁ ବବି ଗ୍ରାଉଣ୍ଡରେ ସମୀକ୍ଷା କଲେ ରଣନୀତି ପ୍ରସ୍ତୁତ କଲେ l ବିଜେଡି କର୍ମୀ ଓ ନେତାମାନେ ଲୋକଙ୍କୁ ଅଧିକ ସେବା ଯୋଗାଇ ଦେବା ସହ କିପରି ଲୋକଙ୍କ ସମସ୍ୟା ଦୂର କରିବେ ତାହାର ଗୁରୁ ଦାୟିତ୍ୱ ନିଜେ ନେଲେ ପ୍ରଣବ l କରୋନା କାୟାରେ ଶୁନଶାନ ହୋଇଯାଇଥିବା ସୁନ୍ଦରଗଡ଼ ଯାଇ ସେଠାକାର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ତଦାରଖ କରିବା ସହ ବିଜେଡି ନେତା ଓ କର୍ମୀଙ୍କୁ ଏଥିଲାଗି ଗୁରୁ ମନ୍ତ୍ର ଦେଇଛନ୍ତି l ଏହାସହ ଜିଲ୍ଲାରେ କିପରି କରୋନାଟେଷ୍ଟ ସଂଖ୍ୟା ଅଧିକ ବଢାଯିବ ସହ ବେଡ଼,ଅକ୍ସୀଜେନ ଭେଣ୍ଟିଲେଟର ଓ ଆଇସିୟୁ ବ୍ୟବସ୍ଥା ବଢିବ ତାହା ଉପରେ ବବି ଫୋକସ କରିଥିଲେ l ସ୍ଥାନୀୟ ଜନ ପ୍ରତିନିଧି, ବେସରକାରୀ ସ୍ୱାସ୍ଥ୍ୟ ସେବା ଅଧିକାରୀ ଓ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଥିଲେ । ଯେହେତୁ ସୁନ୍ଦରଗଡ଼ ରାଜ୍ୟର ସର୍ବାଧିକ ଆକ୍ରାନ୍ତ ହେଉଛନ୍ତି ତେଣୁ ପ୍ରଣବ ଏ ଜିଲାର ଉତ୍ତର ଦାୟିତ୍ୱ ନିଜ କାନ୍ଧକୁ ନେଇ ସଂକ୍ରମଣ ଚେନକୁ ଭାଙ୍ଗିବା ପାଇଁ ଯୋଜନା ଗ୍ରାଉଣ୍ଡରେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କଲେ । ଲୋକଙ୍କ ସୁଖ ଦୁଃଖରେ ସବୁବେଳେ ଛିଡା ହୋଇ ପ୍ରଣବ ନିଜ ନେତାଙ୍କ ପରି ବରିଷ୍ଠ ନେତୃତ୍ୱ ଦେଖାଇଛନ୍ତି l ମହାମାରୀ ସମୟରେ ବିରୋଧୀ ଯେତେ ଅଭିଯୋଗ କଲେ ଓ ମିଥ୍ୟା ପ୍ରଚାର କଲେ ବି ଏସବୁର ରାଜନୈତିକ ଜବାବ ନଦେଇ ଏହି ସମୟରେ କିପରି ଲୋକଙ୍କ ସେବା କରିହେବ ସେ ଟିପ୍ସ ସେ ଦଳୀୟ କର୍ମୀ ଓ ନେତାଙ୍କୁ ଦେଇଛନ୍ତି l ପ୍ରଣବଙ୍କ ଏପରି ଲୋକସେବା ମନବୃତି ଅନ୍ୟ ନେତାଙ୍କ ପାଇଁ ଏବେ ଉଦାହରଣ l କାରଣ କ୍ଷମତା ପାଇଁ ନୁହେଁ ସେ ରାଜ୍ୟବାସୀଙ୍କ ସେବା କରିବା ପାଇଁ ରାଜନୀତିକୁ ଯେ ଆସିଛନ୍ତି ତାହା ଓଡିଶାବାସୀ ଅନୁଭବ କରି ତାକୁ ବିପଦର ସାଥି ଭାବେ ଗ୍ରହଣ କରିଛନ୍ତି l ତେଣୁ ଏବେ ଚାରିଆଡେ ଚର୍ଚ୍ଚା ବବି ଭାଇ ଅଛନ୍ତି ତ ସବୁ ଅଛି l