ଯାଜପୁର : ଚାଷୀ ହସିଲେ ଦେଶ ଓ ଗାଁ ହସିବ l ଚାଷୀଙ୍କ ଦୁଃଖ ସୁଖରେ ସବୁବେଳେ ରାଜ୍ୟ ସରକାର ଓ ଶାସକ ବିଜେଡି ଦଳ ରହିଛି l ମୁଖ୍ୟମନ୍ତ୍ରୀ ଚାଷୀଙ୍କ ପାଇଁ ସ୍ୱତନ୍ତ୍ର ବଜେଟ କରିଥିବା ବେଳେ ଜଳ ସେଚନର ବି ସୁବିଧା ଉପରେ ଗୁରୁତ୍ୱ ଦେଇଛନ୍ତି l ଏହାସହ ଚାଷୀଙ୍କ ସମସ୍ୟା ସହ ଜଡିତ ହୋଇ ରହିବାକୁ ନେତା ଓ କର୍ମୀମାନଂକୁ କହିଛନ୍ତି l ମୁଖ୍ୟମନ୍ତ୍ରୀ ଏହି ନୀତି ଓ ଆଦର୍ଶ ଯାଜପୁର ଜିଲ୍ଲାରେ ପ୍ରତିଫଳିତ ହେଉଛି l ବିଜେଡି ସଂଗଠନ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ନେତୃତ୍ୱ ଓ ନିର୍ଦେଶରେ ଯାଜପୁରରେ ଚାଷୀଙ୍କ ଦୁଃଖ ଓ ସୁଖର ସାଥି ହୋଇଛନ୍ତି ଦଳୀୟ କର୍ମୀ ଓ ନେତା l ବିଧାୟକ ନିର୍ଦେଶରେ ଚାଷୀଙ୍କୁ ସହାୟତା ମିଳିଛି l କାରଣ ପ୍ରଣବ ସବୁବେଳେ ଓ ସବୁ ସମୟରେ ଜିଲ୍ଲାର ପ୍ରତ୍ୟେକ ବର୍ଗର ଲୋକଙ୍କ ସୁଖ ଓ ଦୁଃଖରେ ସାମିଲ ହୁଅନ୍ତି l ଯାହା ଶନିବାର ଯାଜପୁର ବ୍ଳକ ଖଇରାବାଦ ପଞ୍ଚାୟତରେ କୃଷକମାନଂକୁ ନେଇ ଏକ ଉଚ୍ଚ ସ୍ତରୀୟ ବୈଠକରେ ପ୍ରତିଫଳିତ ହୋଇଛି l ତାଙ୍କ ନିର୍ଦେଶରେ ଯାଜପୁରର ପୂର୍ବତନ ପୌରାଧ୍ୟକ୍ଷ ଭବ ପ୍ରସାଦ ଦାସ ଚାଷୀମାନଂକୁ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ ଚାଷୀଙ୍କ ଉପରେ ଥିବା ଋଣ ବୋଝକୁ ହାଲକା କରିଥିଲେ l ଚାଷୀ ଋଣ ଛାଡ ଓ ଚେକ୍ ପ୍ରଦାନ କରି ଚାଷୀ ମନବଳ ବୃଦ୍ଧି କରିଥିଲେ ଭଵ l ଯାଜପୁର ବିଧାୟକ ତଥା ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପ୍ରତିନିଧି ଭବ ପ୍ରସାଦ ଦାସଙ୍କ ଏହି ପଦକ୍ଷେପରେ ଯାଜପୁରର ବହୁ ଉତ୍ସାହୀ ଚାଷୀଉଦ୍ୟୋଗୀ ମାନେ ଚାଷ କରିବା ପାଇଁ ମନ ବଳେଇଛନ୍ତି । କରୋନା ଓ ବନ୍ୟାରେ ଅନେକ କ୍ଷତି ସହିଥିବା ଚାଷୀମାନେ ବିଧାୟକଙ୍କ ଦ୍ୱାରା ଏପରି ସହଯୋଗ ପାଇଁ ବେଶ ଖୁସି l ଏହାସହ ପୂର୍ବପରି ଚାଷକାମ କରି ଅଧିକ ଉତ୍ପାଦନ କରିବା ପାଇଁ ଚାଷୀଙ୍କ ମନରେ ସାହସ ଆସିଛି l ବିଧାୟକ ଚାଷୀଙ୍କ ପ୍ରତି ଥିବା ଏପରି ମନଭାବ ଏବେ ଚାରିଆଡେ ଚର୍ଚାରେ ବିଷୟ l