ଗ୍ରାଉଣ୍ଡରେ ପ୍ରଣବ : କର୍ମୀଙ୍କୁ ଦେଉଛନ୍ତି ନବୀନଙ୍କ ଜନସେବାର ଗୁରୁମନ୍ତ୍ର ….

- Advertisement -

() ବିଜେଡି । ଓଡିଶାର ସବୁଠାରୁ ବଡ଼ ଓ ଲୋକପ୍ରିୟ ଦଳ । ୨୭ ବର୍ଷ ଧରି ଓଡିଶାବାସୀଙ୍କ ସେବାରେ ସମର୍ପିତ । ବୟସ ଯେତିକି ବଢୁଛି ଦାୟିତ୍ବ ମଧ୍ୟ ସେତେ ବଢିବାରେ ଲାଗିଛି । ବିଶାଳ ସଂଗଠନକୁ ତୃଣମୂଳସ୍ତରୁ ରାଜ୍ୟସ୍ତର ଯାଏ ସବୁବେଳେ ଚଳଚଞ୍ଚଳ । ୧ କୋଟି ୨୦ଲକ୍ଷରୁ ଅଧିକ କର୍ମୀ ଏବେ ସାଢେ ଚାରିକୋଟି ଓଡ଼ିଆଙ୍କ ସେବାରେ ସବୁବେଳେ । ସାମାଜିକ କାର୍ଯ୍ୟକ୍ରମ ସହ ଦଳୀୟ ସଂଗଠନ ପୁରା ଟିମ ୱାକ୍ ରେ ଆଗେଇ ଚାଲିଛି । ଦଳ ଓ ସରକାରଙ୍କ କାର୍ଯ୍ୟକ୍ରମରେ ଲାଗିପଡ଼ିଛନ୍ତି ଦଳର ନେତା ଓ କର୍ମୀମାନେ । ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ପ୍ରତ୍ୟେକ ଓଡ଼ିଆ କିପରି ଉପକୃତ ହେବେ ତାହାକୁ ଗୁରୁତ୍ବ ଦେଇଛି ଦଳ । ଯେଉଁଥି ପାଇଁ ପ୍ରତ୍ୟେକ ନିର୍ବାଚନରେ ବିଜେଡିକୁ ଆର୍ଶୀବାଦ କରୁଛନ୍ତି ଓଡ଼ିଶାବାସୀ । ୨୦୦୦ ମସିହାରୁ ବିଜେଡ଼ି ଲଗାତର ୨୩ ବର୍ଷ ଧରି ନିରନ୍ତର ଭାବେ ଓଡ଼ିଶାବାସୀଙ୍କ ସେବା କରୁଛି । ନୂଆ ଓଡ଼ିଶା, ସଶକ୍ତ ଓଡ଼ିଶା ଗଠନ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ରୂପାନ୍ତରିତ ଓଡ଼ିଶା ନିର୍ମାଣ କରିଚାଲିଛନ୍ତି ସେଥିରେ ବଡ଼ ଭୂମିକା ରହିଛି ବିଜେଡି ସଂଗଠନର । ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ବିଜେଡି ସଂଗଠନକୁ ତୃଣମୂଳ ସ୍ତରରେ ଅଧିକ ସଂଗଠିତ କରୁଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ଗ୍ରାଉଣ୍ଡକୁ ଯାଇ ଦଳୀୟ ନେତା ଓ କର୍ମୀଙ୍କ ସହ ଘନଘନ ବୈଠକ ଓ ଆଲୋଚନା କରି ଦଳୀୟ ସଂଗଠନକୁ ମଜଭୁତ କରିବା ସହ ଚଳଚଞ୍ଚଳ କରୁଛନ୍ତି । ଅଧିକରୁ ଅଧିକ ସମୟ କିପରି ଜନସେବାରେ ବିଜେଡି ନେତା ଓ କର୍ମୀ ଦେବେ ସେନେଇ ପ୍ରଣବ ଦଳୀୟ କର୍ମୀ ଓ ନେତାଙ୍କୁ ଗୁରୁମନ୍ତ୍ର ଦେଉଛନ୍ତି । ଜିଲ୍ଲାସ୍ତରରେ ସଂଗଠନର ଭଲମନ୍ଦ କଥା ବୁଝିବା ସହ ସଭିଁଙ୍କୁ ସାଥୀରେ ନେଇ ବିଜେଡିକୁ ପାହଡ଼ ପରି ଛିଡ଼ା କରାଇଛନ୍ତି ତୃଣମୂଳ ସ୍ତରରେ l ମାଲକାନାଗିରିରୁ କେନ୍ଦୁଝର, କୋରାପୁଟ ଓ ମୟୁରଭଞ୍ଜ ପରି ୩୦ ଜିଲ୍ଲାରେ ସାଂଗଠନିକ କାର୍ଯ୍ୟକ୍ରମକୁ ଜୋରଦାର କରିଛନ୍ତି । ଶୃଙ୍ଖଳା ଭିତରେ ରହି ଦଳ ପାଇଁ ବିଜେଡିର କର୍ମୀ ଓ ନେତାମାନେ କାମ କାମ କରିବାକୁ ପ୍ରଣବ ଦଳୀୟ କର୍ମୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁଥି ପାଇଁ ବିଜେଡ଼ି ଆଜି ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି । ଜିଲ୍ଲାସ୍ତରରେ ବିକାଶମୂଳକ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ସହ ବିରୋଧୀଙ୍କ ଅପ୍ରଚାରକୁ ରୋକିବା ପାଇଁ ଗ୍ରାଉଣ୍ଡକୁ ଯାଇ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି ପ୍ରଣବ । 

ଆଗକୁ ୨୦୨୪ ସାଧାରଣ ନିର୍ବାଚନ l ଦେଶରେ ଲମ୍ବା ସମୟର ମୁଖ୍ୟମନ୍ତ୍ରୀ ରହିବାର ରେକର୍ଡ଼ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଏହା ଗର୍ବର କଥା । ୨୪ ନିର୍ବାଚନରେ ବଡ଼ ବିଜୟ ମିଶନରେ କାମ କରୁଛି ବିଜେଡି। ବିଜେଡ଼ି ପ୍ରତି ଲୋକଙ୍କ ଭରଷା ଓ ବିଶ୍ବାସ ମଧ୍ୟ ଆଜିର ଦିନରେ ଅତୁଟ ରହିଛି । ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଓଡ଼ିଶାରେ ପୁଣି ନବୀନ ଓ ପୁଣି ବିଜେଡ଼ି ସର୍ଭେ ରିପୋର୍ଟ ପ୍ରକାଶ ପାଇଛି । ଜନସେବା ସହ ନିର୍ବାଚନୀ ପ୍ରସ୍ତୁତିକୁ ମଧ୍ୟ ମିଶନ ମୋଡ଼ରେ ନେଇଛି ଦଳ । ଆଉ ଏସବୁକୁ ନବୀନଙ୍କ ନିର୍ଦ୍ଦେଶରେ ଗ୍ରାଉଣ୍ଡରେ ବାସ୍ତବରୂପ ଦେଉଛନ୍ତି ପ୍ରଣବ । ବିଜେଡିରେ କେହି ନେତା ନୁହଁନ୍ତି, ସମସ୍ତେ ଜଣେ ଜଣେ କର୍ମୀ l ଓଡ଼ିଶାବାସୀଙ୍କ ସେବା କରିବାକୁ ମୁଖ୍ୟମନ୍ତ୍ରୀ ଯେଉଁ ଦାୟିତ୍ୱ ଦେଇଛନ୍ତି ଜଣେ କର୍ମୀ ଭାବେ ସେ ଦାୟିତ୍ୱ ତୁଲାଇବା ପାଇଁ ବିଭିନ୍ନ ଜିଲ୍ଲାରେ ଦଳର ସାଂଗଠନିକ ବୈଠକର ପ୍ରଣବ ଗୁରୁତ୍ଵ ଦେଇଛନ୍ତି l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles