ଭୁବନେଶ୍ୱର :
ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି ସର୍ବଭାରତୀୟ ସାମ୍ବାଦିକ ସଂଗଠନ ଏନ ୟୁ ଜେ (ଆଇ)ର ସେକ୍ରେଟାରୀ ଜେନେରାଲ ରୂପେ ନିର୍ବାଚିତ
- ବରିଷ୍ଠ ସାମ୍ବାଦିକ ପ୍ରସନ୍ନ କୁମାର ମହାନ୍ତି ଜାତୀୟ ସାମ୍ବାଦିକ ୟୁନିୟନ (ଆଇ)ର ସେକ୍ରେଟାରୀ ଜେନେରାଲ ରୂପେ ନିର୍ବାଚିତ ହୋଇଥିବାରୁ ଓଡିଶା ସାମ୍ବାଦିକ ୟୁନିୟନ ପକ୍ଷରୁ ସ୍ୱାଗତ କରାଯାଇଛି। ରାଜ୍ୟର ସାମ୍ବାଦିକ ମାନଙ୍କର ବିଭିନ୍ନ ସମସ୍ୟା ଉପରେ ଶ୍ରୀ ମହାନ୍ତି ଜାତୀୟ ସ୍ତରରେ ସ୍ୱର ଉତ୍ତୋଲନ କରିବା ପାଇଁ ଏକ ସୁଯୋଗ ମିଳିବ । ସାମ୍ବାଦିକ ମାନଙ୍କ ସୁରକ୍ଷା ଆଇନି, ସାମ୍ବାଦିକ ମାନଙ୍କ ପାଇଁ ପେନସନ ଯୋଜନା ଲାଗିକରିବା, ସାମ୍ବାଦିକ ଙ୍କ ସ୍ୱାସ୍ଥ୍ୟ ବୀମା ରାଶି ୫ଲକ୍ଷକୁ ବୃଦ୍ଧି କରିବା ସହ ବାପା ମା ଙ୍କୁ ସ୍ୱାସ୍ଥ୍ୟ ବୀମା ରେ ଅନ୍ତର୍ଭୂକ୍ତ କରିବା, ସାମ୍ବାଦିକ ଙ୍କୁ ଟୋଲ ଗେଟ ମାନଙ୍କରେ ଟୋଲଟ୍ୟାକ୍ସ ଛାଡ଼ କରବା ଆଦି ଉପରେ ରାଜ୍ୟ ତଥା କେନ୍ଦ୍ର ସରକାର ଙ୍କ ନିକଟରେ ବଳିଷ୍ଠ ଭାବେ ଦାବି ଉପସ୍ଥାପନ କରି ପ୍ରସନ୍ନ ମହାନ୍ତି ବହୁଦିନର ସାମ୍ବାଦିକ ମାନଙ୍କ ଦାବି ହାସଲ କରିବାରେ ସକ୍ଷମ ହେବେ । ପ୍ରସନ୍ନ ମହାନ୍ତି ଜାତୀୟ ସ୍ତରରେ ସେକ୍ରେଟାରୀ ଜେନେରାଲ ରୂପେ ନିର୍ବାଚିତ ହେବାପରେ ଜାତୀୟ ସ୍ତରରେ ଓଡ଼ିଶାର ଗୁରୁତ୍ୱ ବୃଦ୍ଧି ଘଟିଛି। ଏହାଦ୍ୱାରା କାର୍ଯ୍ୟରତ ସାମ୍ବାଦିକ ଙ୍କ ସାମାଜିକ ସୁରକ୍ଷା ଉପରେ ଗୁରୁତ୍ୱ ଦେଇ ସମସ୍ୟାର ସମାଧାନ କରିବରେ ସକ୍ଷମ ହେବେବୋଲି ଓଡିଶା ସାମ୍ବାଦିକ ୟୁନିୟନ ର ରାଜ୍ୟ ସାଧାରଣ ସମ୍ପାଦକ ଅଶୋକ ନନ୍ଦ ପ୍ରକାଶ କରିଛନ୍ତି।