ମାସେ ହେବ ଚିଳାଚଳ ଇସ୍ପାତରେ ଅଚଳାବସ୍ଥା ଜାରୀ : ଆଗକୁ ଆସିଲେ ପ୍ରଫୁଲ

- Advertisement -

ବ୍ୟାସନଗର : ୧୦ ହଜାର କର୍ମଚାରୀଙ୍କ ଭବିଷ୍ୟତ ଅନ୍ଦାରରେ । ଏକମାସରୁ ଅଧିକ ସମୟ ହେବ କଞ୍ଚାମାଲ ଅଭାବରୁ କମ୍ପାନୀରେ ଅଚଳାବସ୍ଥା ଜାରୀ ରହିଛି । କେନ୍ଦ୍ରମନ୍ତ୍ରୀ ଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କଲେ ମଧ୍ୟ କେହି ଶୁଣୁନାହାନ୍ତି । ଫଳରେ କର୍ମଚାରୀମାନେ ଅସନ୍ତୋଷ ଓ ଚିନ୍ତାରେ ଦିନ କାଟୁଛନ୍ତି । କିପରି ନିଜର ପରିବାର ପୋଷଣ କରିବେ । କମ୍ପାନୀ କଣ ବନ୍ଦ ହୋଇଯିବ । ଏ ଚିନ୍ତା ଘାରିଛି କର୍ମଚାରୀଙ୍କୁ । ତେବେ ନିଳାଚଳ ଇସ୍ପାତ ନିଗମରେ ଅଚଳାବସ୍ଥା। କାରଖାନାର ପୁନଃରୁଦ୍ଧାର ଏବଂ SAIL ସହ ମିଶ୍ରଣ ଦାବୀରେ କଳିଙ୍ଗନଗର ମଜଦୁର ୟୁନିୟନ ଆଗକୁ ଆସିଚି ।

ୟୁନିୟନ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଓ ବିଜେଡ଼ି ଉପସଭାପତି ପ୍ରଫୁଲ ଚନ୍ଦ୍ର ଘଡ଼ାଇ କର୍ମଚାରୀଙ୍କ ପାଇଁ ଆଗକୁ ଆସିଛନ୍ତି । ତୁରନ୍ତ ନିଳାଚଳ ସମସ୍ୟାର ସମାଧାନ କରିବାକୁ ସେ ସାମ୍ବାଦିକ ସମ୍ମିଳନୀରେ ସାମିଲ ହୋଇ ଦାବି କରିଛନ୍ତି । ତେବେ ପ୍ରଫୁଲଙ୍କ ଦାବି ପରେ କଣ ହେଉଛି ନିଳାଚଳର ଭାଗ୍ୟ ତାହା ଉପରେ ସମସ୍ତଙ୍କ ନଜର । କାରଣ ବର୍ତ୍ତମାନ ରାଜ୍ୟରେ ବିଜେଡ଼ି ସରକାର ପଂଚମ ଥର ଲାଗି ଶାସନ କରୁଛି । ଶିଳ୍ପାନ ଲାଗି ଶାସକ ଦଳ ଓଡ଼ିଶାବାସୀଙ୍କୁ ବହୁ ସ୍ୱପ୍ନ ଦେଖାଉଛନ୍ତି । ତେବେ ଶାସକ ଦଳର ଉପସଭାପତି ପ୍ରଫୁଲ ଘଡ଼ାଇ ରାଜ୍ୟ ପ୍ରକୃତିରେ ଏହି କମ୍ପାନୀକୁ ପୁରି ସଂଚଳ କରିବା ନେଇ କଣ ପଦକ୍ଷପ ଆଗକୁ ନେଉଛନ୍ତି ତାହା ଦେଖିବାର କଥା । କାରଣ କଳିଙ୍ଗନଗର ଶିଳ୍ପାଞ୍ଚଳରେ ପ୍ରଫୁଲ ସବୁବେଳେ କର୍ମଚାରୀଙ୍କ ସହ ଛିଡ଼ା ହୋଇଛନ୍ତି । ତେଣୁ ଏଥର ନିଳାଚଳ ଇସ୍ପାତ ନିଗମ ସମସ୍ୟା ସମାଧାନ ଦିଗରେ ସେ ମୁଖ୍ୟମନ୍ତ୍ରୀଙ୍କୁ କିପରି ବୁଝାଇ ଏହାର ସମାଧାନ କରୁଛନ୍ତି ତାକୁ ଚାହିବସିଛନ୍ତି ୧୦ ହଜାର କର୍ମଚାରୀ ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles