() ନୀଳ ଆକାଶରେ ଧଳା ବାଦଲ, ନଈ ପଠାରେ କାଶତଣ୍ଡି ଫୁଲର ସମ୍ଭାର । ତା ସାଙ୍ଗକୁ ଶରତ ପବନ । ପ୍ରକୃତି ସୌନ୍ଦଯ୍ୟ ଭିତରେ ନେଉଛି ନୂଆରୂପ । ଏସବୁ ଭିତରେ ଧରାପୃଷ୍ଠକୁ ଓହ୍ଲାଇ ଆସୁଛନ୍ତି ମା । ମାଙ୍କ ଆଗମନ ପାଇଁ ସବୁଠି ସୂଜନଶୀଳତାର ବାତାବରଣ । କବି ଲେଖନିରୁ ବି କେତେ କଣ ଭାବନା ଆପେ ଆପେ ଲେଖି ହୋଇ ଯାଉଛି । ସବୁଠି ଖୁସିର ମାହୋଲ । ଆଉ ଚାରିଆଡେ ବାସିଲାଣି ପାର୍ବଣ ପାର୍ବଣ ।
ମହାମାରୀ ଯୋଗୁଁ ଏଥର କଟକଣା ଭିତରେ ମା ପୂଜାପାଇବେ । ସବୁଠି ଉତ୍ସାହାର ମାହୋଲ ଥିଲେ ହିଁ କରୋନା କଟକଣା ସବୁଠି ପାଚେରୀ ହୋଇ ଛିଡ଼ା ହୋଇଛି । ହେଲେ ପାର୍ବଣର ମହକରେ କିନ୍ତୁ କିଛି ଟା ପରିବତ୍ତନ ଆସିନାହିଁ । ଶରତର ସୌନ୍ଦଯ୍ୟରେ ସଜେଇ ହେଉଛି ପ୍ରକୃତି ଓ ପରିବେଶ । ମନରେ ବି କାହିଁ କେତେ କଣ ଭାବନା । କୋଭିଡ଼ ପାଇଁ ସିନା ପୂଜା ବୁଲାବୁଲି, ସାଂସ୍କୃତିକ କାଯ୍ୟକ୍ରମ, ବଜାର ଘାଟରେ କଟକଣା ଲାଗୁ କରିଛନ୍ତି ସରକାର । ହେଲେ ଜଗତଜନନୀ ମା ଦୁର୍ଗାଙ୍କ ଓ ଭକ୍ତଙ୍କ ଭିତିରେ ଥିବା ମନର ମିଳନକୁ କଣ କିଏ କଟକଣା ଲଗାଇ ପାରିବ । ଷୋଡ଼ଶ ଉପଚାର ପୂଜା ଆରମ୍ଭ ହେବା ଦିନରୁ ସମସ୍ତ ମନରେ ଭକ୍ତଭାବ ସୃଷ୍ଟି ହୋଇଛି । ସମସ୍ତେ ମାଙ୍କୁ ଗୁହାରୀ କରୁଛନ୍ତି ମା ଏ ବିପଦରୁ ସାମଜକୁ ରକ୍ଷା କର । ଦୁରେଇ ଯାଉ ଭୃତାଣୁ , ଦୂର ହେଉ ମନରେ ଥିବା ଭୁତାଣୁ ଭୟ । ପୁଣି ସ୍ବଭାବିକ ଭାବେ ଚାଲୁ ସବୁକିଛି । ହଁ ଏକଥା ସତ ସବୁବେଳେ ଖରାପ ସମୟ ରହିବନି , ଦିନେ ନାଁ ଦିନେ ଖରାପ ସମୟ ଚାଲିଯିବ ନିଶ୍ଚିତ । ହେଲେ ଦେଢବର୍ଷ ଧରି ଯେଭଳି ଭାବରେ ଅଦୃଶ୍ୟ ଭୂତାଣୁ ସହ ଲଢି ମଣିଷ ସମାଜ ସବୁକିଛି ଭୂଲି ଏକ ମାନସିକ ଚିନ୍ତାରେ ରହୁଛି । ତାହା ଏଥର ପାର୍ବଣକୁ ଫିକା କରିଦେଉଛି । ପାର୍ବଣର ମହକରେ ମନରେ ଉତ୍ସାହ କମିନାହିଁ କି ସେତେଟା ଭୟ ବି ନାହିଁ । କାରଣ ମା କଣ କେବେ କାହାର ଅମଙ୍ଗଳ କରିପାରେ । ହୁଏତ ଧର୍ଯ୍ୟ ପରୀକ୍ଷା କରିବା ଓ କିଛି ନୂଆ ଦିଶା ଦେଉଛି ଏ ପାର୍ବଣ । ପ୍ରକୃତି ଯେମିତି ସବୁ୍କିଛି କଷ୍ଟ ସହି ମଧ୍ୟ ନିଜକୁ ପରିବର୍ତ୍ତନ କରୁନାହିଁ । ତେଣୁ ଯେତେ କଠିନ ସମୟ ଆସିଲେ ବି ଆମ ମନରେ ବି ସେମିତି କିଛି ପରିବର୍ତ୍ତନ ଆସୁନାହିଁ । କେବଳ ରହୁଛି ଅଜଣା ଭୟ । ଆରେ ଏତେ କଟକଣା ଭିତରେ ମୁନା କହୁଛି ପୂଜା ଛୁଟିରେ ଗାଁକୁ ଯିବ । ଆଶା ରଖିଛି ଅଫିସରୁ ବୋନସ ଟଙ୍କା ନେଇ ଗାଁ ସାଙ୍ଗଙ୍କ ସହ ମଜାମସ୍ତି କରିବ । ନୂଆ ଡ୍ରେସ କିଣି ପିନ୍ଧିବ । ଏମିତି କେତେ କଣ । ସବୁଠୁ ଅଧିକ ଇଚ୍ଛା ମଣ୍ଡପରେ ମାଙ୍କୁ ଦର୍ଶନ କରି ନିଜର ମନକଥା କହିବ । କାରଣ ଶାନ୍ତି , ପ୍ରେମ ,ଭରଷା, ବିଶ୍ବାସ ପାଇଁ ମାଙ୍କ ଆଗମନରେ ଦୁଇ ଗୁଣିତ ହୁଏ । ସବୁକିଛି ଯଦି ଠିକ ହୋଇଯାଏ ନିଶ୍ଚିତ ପାର୍ବଣ ମହକ ପୁରା ଧରାପୃଷ୍ଠକୁ ମହକେଇବ ।
ଏମିତି କିଛି ମୁନା ଚିନ୍ତା କରୁଥିବା ସମୟରେ ବସ ଆସି କହିଲେ ଆରେ ତୋର ଛୁଟି ଦରକାର କି ପୂଜାରେ ???