ଶ୍ରେୟ କାହାର….

- Advertisement -

ଭୁବନେଶ୍ୱର :  ହରିଦାସପୁର – ପାରାଦ୍ୱୀପ ରେଳ ପ୍ରକଳ୍ପର କାମ ଶେଷ ହୋଇଛି । ହେଲେ ଆରମ୍ଭ ହୋଇଛି ରାଜନୈତିକ  ମାଇଲେଜ ନେବାକୁ ପ୍ରତିଯୋଗିତା। ଏହି ପ୍ରକଳ୍ପ ସରିବା ପରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ସୋସିଆଲ ମିଡିଆ ମାଧ୍ୟମରେ ନିଜର ପ୍ରତିକ୍ରିୟା ଦେଇଥିଲେ। ଏହାସହ ପ୍ରକଳ୍ପ ଶେଷର ଶ୍ରେୟ ନେବାକୁ ଚାହିଁଥିଲେ। ହେଲେ ଏବେ ବୈଜୟନ୍ତ ପଣ୍ଡାଙ୍କ ପ୍ରତିକ୍ରିୟା ଉପରେ । ବିଜେଡିର ଦୁଇ ବରିଷ୍ଠ ବିଧାୟକଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେମାନେ କହିଛନ୍ତି ବୈଜୟନ୍ତଙ୍କ ଏଥିରେ କିଛି ଭୂମିକା ଥାଇପାରେ କିନ୍ତୁ ଏହି ପ୍ରକଳ୍ପ ନିର୍ମାଣରେ ବହୁ ଲୋକଙ୍କ ହାତ ରହିଛି | ଯେତେବେଳେ ବି ଓଡିଶା ରେଳ ସମ୍ପର୍କରେ ଦାବି ହୁଏ, ସେତେବେଳେ ଏହି ପ୍ରକଳ୍ପର ଦାବି ରହିଥାଏ | ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବାରେ ମୁଖ୍ୟମନ୍ତ୍ରୀଙ୍କର ମୁଖ୍ୟ ଭୂମିକା ରହିଛି | କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ଜିଲ୍ଲାର ଜିଲ୍ଲା ପ୍ରଶାସନ ସହ ପାରାଦୀପ ପୋର୍ଟ ଏବଂ ରେଲୱେ ସହିତ ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପର ରିଭ୍ୟୁ କରିଥିଲେ ଏବଂ ନିର୍ଦେଶ ଦେଇଥିଲେ ସେପ୍ଟେମ୍ବର ସୁଦ୍ଧା ଏହି ପ୍ରକଳ୍ପ ଶେଷ କରିବାକୁ | ଏହି ପ୍ରକଳ୍ପ ବିଜୁ ବାବୁଙ୍କ ସ୍ବପ୍ନ ଥିଲା | ଦେବେଗୌଡା ପ୍ରଧାନମନ୍ତ୍ରୀ ସମୟରେ ଜାନକୀ ପଟନାୟକ ଓଡିଶା ମୁଖ୍ୟମନ୍ତ୍ରୀ ଥିଲେ, ସେହି ସମୟରେ ଏହି ରେଳ ପ୍ରକଳ୍ପ ନେଇ ଆଲୋଚନା ହୋଇଥିଲା, ସେତେବେଳେ ମୁଖ୍ୟମନ୍ତ୍ରୀ ନଥାଇ ମଧ୍ୟ ବିଜୁ ବାବୁ ଗୁରୁତ୍ୱପୁର୍ଣ ଭୂମିକା ନିଭାଇ ଥିଲେ | ତେଣୁ କେହି ଜଣେ ଏଥିରେ ବାହାବାହା ନେବା ଉଚିତ ନୁହଁ ବୋଲି କହିଛନ୍ତି କେନ୍ଦ୍ରାପଡ଼ା ବିଧାୟକ ଶଶୀଭୁଷଣ ବେହେରା | ଏହି ପ୍ରକଳ୍ପ ପାଇଁ 1996 ମସିହାରୁ କାର୍ଯ୍ୟକାରୀ ହୋଇଥିଲା।ଏହି ପ୍ରକଳ୍ପ ହେବା କ୍ଷେତ୍ରରେ ବିଜୁ ପଟନାୟକ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ବହୁ ଭୂମିକା ରହିଛି | ଏହି ପ୍ରକଳ୍ପ ନିର୍ମାଣରେ ବହୁ ବାଧାବିଘ୍ନ ଥିବାରୁ ନିର୍ମାଣରେ ବିଳମ୍ବ ହୋଇଥିଲା | ତେବେ ଏହି ପ୍ରକଳ୍ପ ନିର୍ମାଣ ହେବା କ୍ଷେତ୍ରରେ ଯେଉଁମାନଙ୍କ ଭୂମିକା ଅଛି, ସେ ପ୍ରଧାନମନ୍ତ୍ରୀ ହୁଅନ୍ତୁ ବା କେନ୍ଦ୍ରମନ୍ତ୍ରୀ ବା ଜନ ପ୍ରତିନିଧି ହୁଅନ୍ତୁ ଦଳମତ ନିର୍ବିଶେଷରେ ସମସ୍ତେ କେନ୍ଦ୍ରାପଡ଼ା ରେଳ ପ୍ରକଳ୍ପ ଲାଗି କାମ କରିଛନ୍ତି ସେ ସମସ୍ତଙ୍କୁ କୃତଜ୍ଞତା ଜଣାଉଛୁ | ସବୁଠୁ ବଡ଼ ଭୂମିକା ରହିଥିଲା କେନ୍ଦ୍ରାପଡ଼ାବାସୀଙ୍କର | କେହି ଏହାର ଏକୁଟିଆ ଶ୍ରେୟ ନେବାକୁ ଅପଚେଷ୍ଟା ନ କରନ୍ତୁ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles