ମୟୁରଭଞ୍ଜ : ଆଜି ଏକ ଦୁଖଃଦ ଖବର ଆସି ପହଞ୍ଚିଛି l ଓଡ଼ିଶାର ସବୁଠାରୁ ବଡ଼ ଜିଲ୍ଲା ମୟୂରଭଞ୍ଜ ର ରାଜା ପରିବାରର ରାଜମାତା ଆଉ ନାହାନ୍ତି l ମୟୂରଭଞ୍ଜ ରାଜମାତା ଶ୍ରୀମତୀ ଭାରତୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓଙ୍କ ବେଲଗଡ଼ିଆ ରାଜପ୍ରାସାଦରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୪ବର୍ଷ ବୟସ ହୋଇଥିଲା। ସେ ନେପାଳ ନରେଶ ତ୍ରିଭୁବନଙ୍କ କନ୍ୟା ଓ ମୟୂରଭଞ୍ଜ ମହାରାଜା ପ୍ରତାପ ଚନ୍ଦ୍ର ଭଞ୍ଜଦେଓଙ୍କ ପୁତ୍ରବଧୁ। ତାଙ୍କ ସ୍ୱାମୀ ମହାରାଜା ପ୍ରଦୀପ ଚନ୍ଦ୍ର ଭଞ୍ଜଦେଓଙ୍କ ଗତ ୨୦୦୦ ମସିହାରେ ପରଲୋକ ଗମନ କରିଥିଲେl ଏନେଇ ବିଜେଡି ସଂଗଠନ ସମ୍ପାଦକ ତଥା ମୟୁରଭଞ୍ଜ ବିଜେଡି ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ ଗଭୀର ଶୋକ ପ୍ରକାଶ କରିଛନ୍ତି l ରାଜମାତାଙ୍କ ମୃତ୍ୟୁ ଖବର ପ୍ରଚାର ହେବା ମାତ୍ରେ ମୟୁରଭଞ୍ଜରେ ଶୋକର ଛାୟା ଖେଳିବା ସହ ବେଲଗାଡ଼ିଆ ରାଜପ୍ରାସାଦରେ ପ୍ରବଳ ଭିଡ଼ ଜମିଥିଲା I ସମସ୍ତେ ତାଙ୍କୁ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି I