ରାଜ୍ୟସଭା ରେସ୍ : ସଂତୃପ୍ତ , ପିନାକୀ ଫାଇନାଲ : ପ୍ରଦୀପ ,ପ୍ରମିଳା, ଅରିନ୍ଦମ , ସୁବ୍ରତବାଚି, ଚର୍ଚ୍ଚାରେ……..

- Advertisement -

()ରାଜ୍ୟସଭା ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇ ସାରିଛି। ଫେବୃଆରି ୧୫ ଯାଏ ପ୍ରାର୍ଥୀ ମାନେ ନାମାଙ୍କନ ପତ୍ର ଦାଖଲ କରିବେ। ଫେବୃଆରୀ ୧୬ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବ ଓ ୨୦ ଫେବୃଆରୀ ସୁଦ୍ଧା ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିପାରିବେ ପ୍ରାର୍ଥୀ। ଓଡ଼ିଶାର ତିନି ରାଜ୍ୟସଭା ସିଟ ପାଇଁ ନିର୍ବାଚନ ହେବ। ଆସନ୍ତା ଅପ୍ରେଲ ୩ରେ ବିଜେଡିରୁ ରାଜ୍ୟସଭା ଯାଇଥିବା ପ୍ରଶାନ୍ତ ନନ୍ଦ, ଅମର ପଟ୍ଟନାୟକ ଓ ବିଜେପି ଓ ବିଜେଡି ସମର୍ଥନରୁ ରାଜ୍ୟସଭା ଯାଇଥିବା ଅଶ୍ଵିନୀ ବୈଷ୍ଣବଙ୍କ କାର୍ଯ୍ୟ କାଳ ଶେଷ ହେଉଛି। ଏବେ ପୁରା ଓଡ଼ିଶାରେ ଚର୍ଚ୍ଚା ଏଥର ନିର୍ବାଚନ ବର୍ଷରେ ଏହି ଆସନରୁ ବିଜେଡି କାହାକୁ ରାଜ୍ୟସଭା ପଠାଇବ l ଓଡ଼ିଶାରେ ୩ ସଦସ୍ୟଙ୍କ ପାଇଁ ଶାସକ ବିଜେଡି ପାଖରେ ସଂଖ୍ୟା ଗରିଷ୍ଠତା ରହିଛି। ତେଣୁ ବିଜେଡି ଏଥର ଏକା ହିଁ ୩ଜଣ ପ୍ରlର୍ଥି କରିବ l ନିର୍ବାଚନ ବର୍ଷ ଥିବାରୁ ବିଜେପି ଯଦି ପ୍ରାଥୀ ଦେବ ତେବେ ବିଜେଡି ତାହାକୁ ସମର୍ଥନ କରିବ ନାହିଁ l ବିଜେଡିର ରାଜ୍ୟସଭା ପ୍ରାର୍ଥୀ ଚର୍ଚ୍ଚାରେ ସବୁଠାରୁ ଆଗରେ ଅଛନ୍ତି କର୍ପୋରେଟ କିଙ୍ଗ ସଂତୃପ୍ତ ମିଶ୍ର l ସେହିପରି ପୁରୀ ସାଂସଦ ପିନାକୀ ମିଶ୍ରଙ୍କ ବି ରାଜ୍ୟସଭା ଯିବାର ବହୁତ ସମ୍ଭାବନା ରହିଛି l ୨୦୨୪ନିର୍ବାଚନ ପିନାକୀ ମିଶ୍ର ଲଢିବେ ନାହିଁ ବୋଲି ଘୋଷଣା କରିଛନ୍ତି l ସେହି ଦୃଷ୍ଟିରୁ ପିନାକୀ ମିଶ୍ରଙ୍କୁ ଦଳ ରାଜ୍ୟସଭା ପଠାଇ ପାରେ ବୋଲି ଚର୍ଚ୍ଚା ହେଉଛି l କାରଣ ପିନାକୀ ମିଶ୍ରଙ୍କ ବେଶ ଦବଦବା ରହିଛି ବିଜେଡି ରାଜନୀତିରେ l ସେହିପରି ୬ଥର ବିଧାୟିକା ହୋଇଥିବା ତଥା ଏବେ ବାଚସ୍ପତି ଥିବା ପ୍ରମିଳା ମଲ୍ଲିକଙ୍କୁ ଦଳ ରାଜ୍ୟସଭା ପଠାଇ ମହିଳା ସଶକ୍ତିକରଣର ବଡ ବାର୍ତ୍ତା ବି ଦେଇପାରେ l ଏହି ୩ଜଣ ବଡ ଚେହେରାଙ୍କୁ ବାଦ ଦେଇ ଆଦିବାସୀ ଚେହେରା ଭାବେ ବିଜେଡି ନେତା ପ୍ରଦୀପ ମାଝୀଙ୍କୁ ଦଳ ରାଜ୍ୟସଭା ପଠାଇବାକୁ ଯୋଜନା କରୁଛି l ସେହିପରି ଅଭିନେତା ଅରିନ୍ଦମ ରାୟ ବି ରାଜ୍ୟସଭା ରେସରେ ଅଛନ୍ତି l ଦୀର୍ଘଦିନ ଧରି ବିଜେଡି ପାଇଁ କାମ କରୁଥିବା ଅରିନ୍ଦମଙ୍କୁ ନବୀନ ରାଜ୍ୟସଭା ଟିକେଟ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି l ସେହିପରି ବିଜେଡି ଅମର ପଟ୍ଟନାୟକଙ୍କୁ ପୁଣିଥରେ ରାଜ୍ୟସଭା ପଠାଇବାକୁ ଦଳ ଚିନ୍ତା କରୁଛି l ତେବେ ଏ ସମ୍ଭାବନା ବହୁତ କମ l ଏହାଛଡା ବିଜେଡି ନେତା ପ୍ରସନ୍ନ ପାଟଶାଣୀ, ରମେଶ ଚାଉ ପଟ୍ଟନାୟକ, ମନ୍ତ୍ରୀ ଟୁକୁନି ସାହୁ, ସୁବ୍ରତ ବାଚି,ନାଆଁ ବି ଚର୍ଚ୍ଚାରେ ଅଛି l ତେବେ ୧୩ କି ୧୪ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡି ଏଥର କାହାକୁ ରାଜ୍ୟସଭା ପଠାଇବେ ତାହା ଘୋଷଣା କରିପାରନ୍ତି ବୋଲି ବିଜେଡି ଅନ୍ଦର ମହଲର ଜଣା ପଡ଼ିଛି l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles